ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ, ୧୩ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆଲର୍ଟ।
 

IMD: Orange alert in 13 districts in Odisha for next 24 hours
ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ, ୧୩ ଜିଲ୍ଲାକୁ ଆଲର୍ଟ।
 

ଓଡ଼ିଆ ଗସିପ୍ ବ୍ୟୁରୋ: ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଓ ଅତିପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି। 

ବଙ୍ଗୋପସାଗରରେ ସକ୍ରିୟ ମୌସୁମୀ ଋତୁରେ ପ୍ରଥମ ଅବପାତ। ଏହା ଘନୀଭୂତ ହୋଇ ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଗଭୀର ଅବପାତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ସନ୍ଧ୍ୟା ସୁଦ୍ଧା ଖେପୁପାରା ଠାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସହ ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି।

ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବିଶେଷକରି ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ। ଆସନ୍ତାକାଲି ପର୍ୟ୍ୟନ୍ତ ଏପରି ବର୍ଷା ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ହେବାକୁ ଥିବାରୁ ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି ।

ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଧର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼ କଟକ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। 

ଅଧିକ ପଢନ୍ତୁ :- କେବଳ ୧୮ ବର୍ଷର ଯୁବକ ପଢ଼ନ୍ତୁ; କେମିତି ରଖିବେ ଲିଙ୍ଗର ଯତ୍ନ

ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ାରେ ପ୍ରବଳ ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।

Share this story