ଆଜିଠୁ ବଢିବ ବର୍ଷା; ୫ ଦିନ ଯାଏଁ ନାହିଁ ନିସ୍ତାର

heavy Rain in state capital bhubaneswar

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିଠୁ ବଢିବ ବର୍ଷା । ଆଉ କିଛି ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆସନ୍ତା ୫ ଦିନ ଯାଏଁ ଲାଗି ରହିବ । ମାଲକାନଗିରି, କୋରାପୁଟ, ଗଞ୍ଜାମ ଓ ଗଜପତିରେ ଅତି ପ୍ରବଳ ବର୍ଷା ନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।

ଅଧିକ ପଢ଼ନ୍ତୁ: ସଭିଙ୍କ ଦୁଃଖସୁଖର ସାଥୀ ରାଣୀ, ଜାଣନ୍ତୁ କିଛି ଖାସ୍ କଥା

ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ନୟାଗଡ଼, ବୌଦ୍ଧ, ପୁରୀ ଓ ଖୋର୍ଦ୍ଧାକୁ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଦିଆଯାଇଛି । ସେହିପରି ବଙ୍ଗୋପସାଗରେ ଲଘୁଚାପ ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଦକ୍ଷିଣ ଓଡ଼ିଶା ସ୍ଥିତି ବେହାଲ ହେବା ସହ ବନ୍ୟା ସ୍ଥିତି ଜଟିଳ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଚତୁର୍ଥୀ ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ୍

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ କ୍ଷେତ୍ର ଦକ୍ଷିଣ ଓଡ଼ିଶା ଆଡ଼କୁ ରହିଛି । ଫଳରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେଉଛି। ରାଜ୍ୟରେ ନିଅଣ୍ଟିଆ ବର୍ଷାର ଭରଣା ହୋଇଛି ।

ଅଧିକ ପଢ଼ନ୍ତୁ: ସୀମା ହାଇଦର୍‌ଙ୍କୁ ସୀମା ପାର୍‌ କରାଇବାରେ ରହିଛି ତୃତୀୟ ଲୋକର ହାତ

Share this story