ପିସ୍ତଲର ଭୟ ଦେଖାଇ କାରରେ ଟେକି ନେଇ ଅପହରଣ; ଜଣଙ୍କ ପରେ ଜଣେ ୪ ଜଣ ଦୁବୃର୍ତ୍ତ କଲେ ଦୁଷ୍କର୍ମ

ଓଡ଼ିଆ ଗସିପ୍ ବ୍ୟୁରୋ: ଝାଡଖଣ୍ଡର ଦେଓଗରରେ ଚାରିଜଣ ଦୁଷ୍କର୍ମକାରୀ ଜଣେ ବିବାହିତା ମହିଳାଙ୍କୁ ଅସ୍ତ୍ରର ଭୟ ଦେଖାଇ ତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ଏହି ଗ୍ୟାଙ୍ଗରେପ ଘଟଣା ପରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ଏବଂ ତାଙ୍କୁ ଜଙ୍ଗଲରେ ଛାଡି ପଳାଇଥିଲେ । ତେବେ ଗୁରୁତର ଅବସ୍ଥାରେ ଥିବା ମହିଳା ଜଣକ କୌଣସି ପ୍ରକାରେ ପୋଲିସ ପାଖରେ ପହଞ୍ଚି ଚାରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।
ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ
ଏହି ଗ୍ୟାଙ୍ଗରେପ୍ ଖବର ପାଇବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଝାଡଖଣ୍ଡ ପୋଲିସ ଏକ ଏସଆଇଟି ଟିମ୍ ଗଠନ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏବଂ ଏହି ମାମଲାରେ ଚତୁର୍ଥ ଅଭିଯୁକ୍ତଙ୍କୁ ପୋଲିସ ଖୋଜିବାରେ ଲାଗିପଡ଼ିଛି ।
ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ
ମାମଲାଟି କେଉଁଠିକାର ?
ଗ୍ୟାଙ୍ଗ ବଳାତ୍କାର ଘଟଣାର ଏହି ମାମଲା ଦେଓଗରର ମଧୁପୁର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡିଛି । ପୀଡିତା ତାଙ୍କ ସମ୍ପର୍କୀୟଙ୍କ ଘରୁ ଚାଲି ଚାଲି ଫେରୁଥିଲେ । ଏହି ସମୟରେ ଚାରିଜଣ ଲୋକ ଏକ ଅଟୋରେ ପହଞ୍ଚି ପିସ୍ତଲର ଭୟ ଦେଖାଇ ତାଙ୍କୁ କାରରେ ବସିବାକୁ ବାଧ୍ୟ କରିଥିଲେ । ତା’ପରେ ତାଙ୍କୁ ନିକଟ ଜଙ୍ଗଲକୁ ନେଇ ସେମାନେ ଜଣଙ୍କ ପରେ ଜଣେ ବଳାତ୍କାରର ଲଜ୍ଜାଜନକ ଘଟଣା ଘଟାଇଥିଲେ । ଅଭିଯୋଗ ପରେ ପୋଲିସ ଘଟଣଶକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।
ଏହା ପୂର୍ବରୁ ଘଟିଛି ଏମିତି ଅନେକ ମାମଲା ?
ଝାଡଖଣ୍ଡରରେ ଗ୍ୟାଙ୍ଗ ବଳାତ୍କାରର ଏହା ପ୍ରଥମ ଘଟଣା ନୁହେଁ। ଏହି ଘଟଣା ପୂର୍ବରୁ ପଲାମୁର ହୁସେନାବାଦ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଜଣେ ଦଲିତ ନାବାଳକଙ୍କୁ ତାଙ୍କ ଘରୁ ଅପହରଣ କରି ଗାଁର ଏକ ସ୍ଥାନରେ ୬ ଜଣ ଦୁଷ୍କର୍ମକାରୀଙ୍କ ଦ୍ୱାରା ବଳାତ୍କାର କରାଯାଇଥିଲା।