ପୁଣି ଟ୍ରେନ ଦୁର୍ଘଟଣା : ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ ମୃତ

again train accident kills six persons

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ଏକ ବଡ଼ ଅଘଟଣ । ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍‌ରେ କଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବର୍ଷା ପବନ ଯୋଗୁଁ ଟ୍ରେନ ତଳେ ବସିଥିଲେ ସମସ୍ତ ଶ୍ରମିକ ।

ଠିଆ ହୋଇଥିବା ଟ୍ରେନ୍ ହଠାତ୍ ଛାଡ଼ି ଦେବାରୁ ଅଘଟଣ ଘଟିଥିବା କୁହାଯାଉଛି । ବର୍ତ୍ତମାନ ଗୁରୁତର ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଏବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜିଆରପି ଓ ଆରପିଏଫ୍‌ ଅଧିକାରୀ ।

ଅଧିକ ପଢ଼ନ୍ତୁ : ବାଲେଶ୍ୱର ରେଳ ଦୁର୍ଘଟଣା : ଶବ ଗଦା ଭିତରୁ ଶୁଭିଲା କଣ୍ଠସ୍ୱର, ମୋତେ ପାଣି ଦିଅ…

ସୂଚନା ଅନୁସାରେ, ଟ୍ରେନ୍‌ଟି ଯାଜପୁର ରୋଡ୍ ଷ୍ଟେସନ ଅଟକି ରହିଥିଲା । ଦୀର୍ଘଦିନ ହେଲା ସେଫ୍ଟି ଲାଇନରେ ଠିଆ ହୋଇଥିଲା ଟ୍ରେନ୍ । ହେଲେ ଜୋରରେ ପବନ ହେବାରୁ ଏହା କିଛି ବାଟ ଗଡ଼ି ଯାଇଥିଲା ।

ଫଳରେ ଶ୍ରମିକମାନେ ଟ୍ରେନ୍‌ ତଳୁ ବାହାରିବାକୁ ଚେଷ୍ଟା କରିବା ବେଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଯାଜପୁର ଡାକ୍ତରଖାନା ନେଇଯାଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି ।

ଘଟଣା ପରେ ଖୋର୍ଦ୍ଧା ଡିଆରଏମଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ପୁରା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ୨୦୦୯ରେ ଯାଜପୁର ରୋଡ୍ ଷ୍ଟେସନର ଠିକ୍ ଏହି ଜାଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ ହୋଇଥିଲା ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଲାଇଭ ଭିଡ଼ିଓ : ଚାହୁଁ ଚାହୁଁ ଆଖି ସାମ୍ନାରେ ଭୁଶୁଡ଼ିଗଲା ନିର୍ମାଣାଧୀନ ବ୍ରିଜ୍‌, ଗଙ୍ଗା ନଦୀ ଉପରେ ତିଆରି ଚାଲିଥିଲା...

ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ଛ୍ଅ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଏହି ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Share this story