ସାଥ ଦେଲାନି ମା’ ତାରିଣୀଙ୍କ ଆଶିଷ, ଦର୍ଶନ ପାଇଁ ଯିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୨ ଜୀବନ...

Two feared dead while seven family are driving to visit Maa Tarini temple

ଓଡ଼ିଆ ଗସିପ୍ ବ୍ୟୁରୋ: ଅଧାରେ ରହିଗଲା ମା’ତାରିଣୀଙ୍କ ଦର୍ଶନ । ତାରିଣୀଙ୍କ ଦର୍ଶନ ପାଇଁ ଯିବା ବେଳେ ଅଧାବାଟରେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଥାନା ମୂଳାପାଳ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଟ୍ରକ ପଛରେ ଧକ୍କା ଦେଲା କାର। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ମୃତକ ଦ୍ୱୟ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ବିଶ୍ୱଜିତ୍ ମାଇତି ଓ ଦିପ୍ତପ୍ରଭା ପଣ୍ଡା ବୋଲି ଜଣାପଡିଛି । ସାଥ ଦେଲାନି ମା’ ତାରିଣୀଙ୍କ ଆଶିଷ ବୋଲି ପୁରା ଅଞ୍ଚଳବାସୀ ଝୁରି ଝୁରି ଲୁହ ଗଡାଉଛନ୍ତି ।

ସୂଚନା ଅନୁସାରେ, ତାରିଣୀ ଦର୍ଶନ ପାଇଁ ଯିବା ସମୟରେ ଆଜି ଭୋରୁ ଘଟିଛି ଏହି ଦୁର୍ଘଟଣା । ତେବେ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ଏରସମା ଅଞ୍ଚଳର ୭ ଜଣ ବ୍ୟକ୍ତି ଏକ କାର ଯୋଗେ ଘଟଗାଁ ପୀଠକୁ ତାରିଣୀ ଦର୍ଶନ କରିବା ପାଇଁ ବାହାରିଥିଲେ । ତେବେ ଘଟଗାଁ ଯିବା ସମୟରେ ୧୬ ନଂ ଜାତୀୟ ରାଜପଥର ମୂଳାପାଳ ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ କୁ ତାଙ୍କ କାର ପଛପଟୁ ଧକ୍କା ଦେଇଥିଲା ।

ଫଳରେ ଦୁଇ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଡ଼ାକ୍ତରଖାନାକୁ ପଠାଇଛି ।

ଏଥିସହିତ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଘନ କୁହୁଡି ଦୁର୍ଘଟଣାର କାରଣ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

Share this story