ସ୍କୁଲ୍ ଯିବା ରାସ୍ତାରେ ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଜୋରଜବରଦସ୍ତ ବୋଲେରୋ ଗାଡ଼ିରେ ଟେକି ନେଇ ଗଣଦୁଷ୍କର୍ମ, ଓଡ଼ିଶାରେ ଘଟିଛି ଏହି ଲୋମ ଟାଙ୍କୁରା ଘଟଣା...

ଓଡ଼ିଆ ଗସିପ ବ୍ୟୁରୋ: ଦିଲ୍ଲୀ ଭଳି ଓଡ଼ିଶା ରାଜ୍ୟରେ ଦୁଷ୍କର୍ମ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । କାହିଁକି ନା ସୋରରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ଦଶମ ଶ୍ରେଣୀର ଦୁଇ ଛାତ୍ରୀ ସ୍କୁଲ ଯିବା ବାଟରେ ସେମାନଙ୍କୁ ଦୁଇ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ଏଥିରେ ଦର୍ଶାଯାଇଛି ଯେ, ଦୁଇ ନାବାଳିକା ମଙ୍ଗଳବାର ସ୍କୁଲ ଯାଉଥିବା ବେଳେ ହଠାତ୍ ଦୁଇ ଯୁବକ ପହଞ୍ଚି ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ, ଆଉ ଜୋରଜବରଦସ୍ତ ବୋଲେରୋ ଗାଡ଼ିରେ ଉଠାଇ ନେଇଯାଇଥିଲେ ।
ଏହାପରେ ଦୁଇ ନାବଳିକାଙ୍କୁ ଏକ ଲଜକୁ ନେଇ ଦୁଇ ଦିନ ଧରି ଦୁଷ୍କର୍ମ କରିଥିଲେ । ଦୁଇ ନାବାଳିକାଙ୍କୁ ଅଭିଯୁକ୍ତ ନିଶା ଦେଇ ଦୁଷ୍କର୍ମ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଏପଟେ ଏତଲା ପରେ ପୋଲିସ୍ ତନାଘନା ଚଳାଇଛି । ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି । ଏହି କିଛି ଦିନ ତଳେ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଦୁଇ ନାବାଳିକା ଗଣଦୁଷ୍କର୍ମ ର ଶିକାର ହୋଇଛନ୍ତି ।