ଅଟୋକୁ ଚାପିଦେଲା ହାଇୱା, ଗୋଟିଏ ପରିବାରର ୫ ମୃତ୍ୟୁ, ଦୁଇ ଗୁରୁତର

5 Killed 2 Critical As Truck Crushes Auto rickshaw In Odishas Sundargarh
ଅଟୋକୁ ଚାପିଦେଲା ହାଇୱା, ୫ ମୃତ୍ୟୁ, ଦୁଇ ଗୁରୁତର

ଓଡ଼ିଆ ଗସିପ୍ ବ୍ୟୁରୋ: ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଉପରେ ହାଇୱା ମାଡିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ମୃତ ସମସ୍ତ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି।

ଅଧିକ ପଢନ୍ତୁ :ଧନୁ ରାଶିରେ ସୂର୍ଯ୍ୟ, ଏହି ୪ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ, ବଦଳିବ ଏମାନଙ୍କ ଭାଗ୍ୟ 

ସୂଚନା ଅନୁସାରେ ସୁନ୍ଦରଗଡ଼ ସଦରଥାନା ତେଲେନଡିହିର କିଛି ଲୋକ ଆଜି ପୂର୍ବାହ୍‌ଣରେ ତେଲେନଡିହି ସରସ୍ବତୀ ନାଳକୁ ଭୋଜି କରିବାକୁ ଯାଇଥିଲେ। ସେ‌ମାନେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଭୋଜି ସାରି ଏକ ଅଟୋରେ ଘରକୁ ଫେରୁଥିଲେ। 

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ଫେରିବା ବାଟରେ ଏକ ହାଇୱା ଭାରସାମ୍ୟ ହରାଇ ଅଟୋକୁ ଚାପି ଦେଇ ବିଲ ଭିତରକୁ ଓଲଟି ପିଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଶିଶୁ ଓ ମହିଳା ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଟାଉନଥାନା ବଗିଚାପଡ଼ାର ସୂଚନା।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story