୨୪ ଘଣ୍ଟାରେ ଦେଶରେ ୯ ହଜାର ୩୦୪ ଜଣ ବ୍ଯକ୍ତି କରୋନା ପଜିଟିଭ୍

୨୪ ଘଣ୍ଟାରେ ଦେଶରେ ୯ ହଜାର ୩୦୪ ଜଣ ବ୍ଯକ୍ତି କରୋନା ପଜିଟିଭ୍
୨୪ ଘଣ୍ଟାରେ ଦେଶରେ ୯ ହଜାର ୩୦୪ ଜଣ ବ୍ଯକ୍ତି କରୋନା ପଜିଟିଭ୍

ଓଡ଼ିଆ ଗସିପ ବ୍ୟୁରୋ: ସାରା ବିଶ୍ୱକୁ ଦୋହଲାଉଛି ମାରାତ୍ମକ ଭୂତାଣୁ କରୋନା । ଆଉ ତାକୁ ଦମନ ପାଇଁ ସବୁଠି ଚାଲିଛି ଯୁଦ୍ଧକାଳୀନ ପ୍ରସ୍ତୁତି ।ଏସବୁ ପରେ କିନ୍ତୁ ଭାରତରେ ଭୟ ବଢ଼ାଉଛି ଭୂତାଣୁ । ଦେଶରେ ୨ ଲକ୍ଷ ୧୬ ହଜାର ୯୧୯କୁ ପାର୍ କରିଛି କୋଭିଡ୍ ୧୯ ମାମଲା ।

ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୩୦୪ ଜଣ ବ୍ଯକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୬୦ ନୂଆ ମୃତ୍ୟୁ ସହ ଏହି ସଂଖ୍ଯା ୬ହଜାର ୭୫ରେ ପହଞ୍ଚିଛି ।  ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍ ୧ ଲକ୍ଷ ୬ ହଜାର ୭୩୭  ରହିଛି ।  ସେହିଭଳି ୧ ଲକ୍ଷ ୪ ହଜାର ୧୦୭ ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ୭୪,୮୬୦ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ଯା ୨ ହଜାର ୫୮୭କୁ ପାର୍ କରିଛି । ଗୁଜରାଟରେ ୧ ହଜାର୧୨୨, ଦିଲ୍ଲୀରେ ୬୦୬, ମଧ୍ୟପ୍ରଦେଶରେ ୩୭୧ ଜଣଙ୍କ ସଂକ୍ରମଣ ଯୋଗୁଁ ମୃତ୍ଯୁ ଘଟିଛି ।

ସେହିପରି ପଶ୍ଚିମବଙ୍ଗରେ ୩୪୫, ଉତ୍ତରପ୍ରଦେଶରେ ୨୨୯, ରାଜସ୍ଥାନରେ ୨୦୯ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।   

Share this story

World Odia Language Conferene