ପରିବା ବଜାରରେ ପିଆଜ ଚିନ୍ତା: ଘରଣୀ କହୁଛନ୍ତି ମହାମାରୀରେ ଘର ଚଳାଇବା ମୁସକିଲ୍, ସରକାର ନେଲେ ଏହି ନିଷ୍ପତ୍ତି…

ପରିବା ବଜାରରେ ପିଆଜ ଚିନ୍ତା: ଘରଣୀ କହୁଛନ୍ତି ମହାମାରୀରେ ଘର ଚଳାଇବା ମୁସକିଲ୍, ସରକାର ନେଲେ ଏହି ନିଷ୍ପତ୍ତି…
ପରିବା ବଜାରରେ ପିଆଜ ଚିନ୍ତା: ଘରଣୀ କହୁଛନ୍ତି ମହାମାରୀରେ ଘର ଚଳାଇବା ମୁସକିଲ୍, ସରକାର ନେଲେ ଏହି ନିଷ୍ପତ୍ତି…

ଓଡ଼ିଆ ଗସିପ୍ ବ୍ୟୁରୋ: ମହାମାରୀ ବେଳେ ବଜାରରେ ପିଆଜର ଭାଉ ବଢ଼ିଲା । ଭାଇରସ ଭୟରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ଏବେ ଆକାଶ ଛୁଆଁ ପରିବା ଦର ଏବଂ ବିଶେଷ କରି ଅତି ଦରକାରୀ ପିଆଜର ଦର ବୃଦ୍ଧିକୁ ନେଇ ଘରର ମୁରବୀ ଚିନ୍ତାରେ । ପକେଟରୁ ପଇସା ସରୁଥିଲେ ମଧ୍ୟ ପରିବା ବଜାରରୁ ବ୍ୟାଗ ଭର୍ତ୍ତି ପନିପରିବା ଘରକୁ ଯାଇପାରୁନି । ଏତେ ବଢ଼ିଲା ଦରରେ ରୋଷେଇ କେମିତି ହେବ ସେ ଚିନ୍ତା ମୁରବୀଙ୍କୁ ଘାରିଥିବା ବେଳେ ଗୃହିଣୀକୁ ଘାରିଛି ରୋଷେଇ ଚିନ୍ତା । ଏତ ଚଢ଼ା ଦରରେ କେମିତି ଘର ଚଳିବ ସେ ନେଇ ସେମାନେ ଏବେ ଅଧିକ ଚିନ୍ତିତ ।

 ଭାଇରସ ଭୟରେ ପ୍ରଥମେ ଲକଡାଉନ୍ ଏବଂ ତା ପରେ ସଟଡାଉନ । ଦୁଃଖ କଷ୍ଟ ଯେନତେନ ପ୍ରକାରେ ଘର ଚଳାଇନେଇଥିବା ଥିଲା-ନଥିଲା ବାଲା ଲୋକ ଏବେ ପିଆଜ ସମେତ ଅନ୍ୟ ପନିପରିବାର ଦର ଦେଖି ମୁଣ୍ଡରେ ହାତ ଦେଉଛନ୍ତି ।

ବଜାରରେ ପିଆଜର ଅଭାବ ଯୋଗୁଁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପିଆଜର ବଦ୍ଧିତ ଦରର ସାମ୍ନା କରୁଛନ୍ତି ଉଭୟ ବେପାରୀ ଓ ଖାଉଟି ।

ପରିବା ବଜାରରେ ପିଆଜ ଚିନ୍ତା: ଘରଣୀ କହୁଛନ୍ତି ମହାମାରୀରେ ଘର ଚଳାଇବା ମୁସକିଲ୍, ସରକାର ନେଲେ ଏହି ନିଷ୍ପତ୍ତି…

ଏଭଳି ସମୟରେ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି  । ପିଆଜର ଅହେତୁକ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ପିଆଜର ରପ୍ତାନୀ ଉପରେ ରୋକ ଲଗାଇଛନ୍ତି ସରକାର । ସରକାରଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ବଜାରରେ ପିଆଜ ଉପଲବ୍ଧ ହେବ । ସ୍ଥାନୀୟ ବଜାରରେ ପିଆଜ ଯୋଗାଣ ହୋଇପାରିଲେ ଶସ୍ତାରେ ଖାଉଟିକୁ ଯୋଗାଇ ଦିଆଯାଇପାରିବ ।

ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ ବା ଡିଜିଏଫ୍ଟି ତରଫରୁ ଏନେଇ ଏକ ଅଧିସୂଚନା ଜାରି କରାଯାଇଛି । ‘ପିଆଜ ଉପରେ ସବୁ ପ୍ରକାର ରପ୍ତାନୀ ଉପରେ ପ୍ରତିବନ୍ଧକ ତତକ୍ଷଣାତ ଲଗାଯାଉଛି’ ବୋଲି ଏଥିରେ କୁହାଯାଇଛି  ।

ସରକାରୀ ତଥ୍ୟ କହୁଛି ଏପ୍ରିଲ- ଜୁନ୍ ମାସରେ ଭାରତ 19 ଦଶମିକ 8 କୋଟି ଡଲାରର ପିଆଜ ବିଦେଶକୁ ରପ୍ତାନୀ କରିଥିଲା  ।  ପୂର୍ବବର୍ଷ 44 କୋଟି ଡଲାରର ରପ୍ତାନୀ କରାଯାଇଥିଲା  ।  ଶ୍ରୀଲଙ୍କା, ବାଂଲାଦେଶ, ମାଲେସିଆ ଏବଂ ସଂଯୁକ୍ତ ଆରବ ଏମିରଟ୍ସ ବା ୟୁଏଇକୁ ହୋଇଥାଏ  ।

Share this story

World Odia Language Conferene