ଗଣଆତ୍ମହତ୍ୟା ଉଦ୍ୟମର ଦୁଃଖଦ ଅନ୍ତ, ଆଖି ବୁଜିଲେ ଗୋଟିଏ ପରିବାରର ୩ ଜଣ ସଦସ୍ୟ…

ଗଣଆତ୍ମହତ୍ୟା ଉଦ୍ୟମର ଦୁଃଖଦ ଅନ୍ତ, ଆଖି ବୁଜିଲେ ଗୋଟିଏ ପରିବାରର ୩ ଜଣ ସଦସ୍ୟ…
ଗଣଆତ୍ମହତ୍ୟା ଉଦ୍ୟମର ଦୁଃଖଦ ଅନ୍ତ, ଆଖି ବୁଜିଲେ ଗୋଟିଏ ପରିବାରର ୩ ଜଣ ସଦସ୍ୟ…

ଓଡ଼ିଆ ଗସିପ ବ୍ୟୁରୋ: ସନ୍ତାନ ଲୋଭ, ରକ୍ତ ସମ୍ପର୍କର ସଡ଼କ ଦୁର୍ଘଟଣାକୁ ସହଜରେ ଗ୍ରହଣ କରିପାରେଲେନି ପରିବାର ସଦସ୍ୟ । ପୂର୍ବରୁ ଘରର ମୁରବୀ ଚାଲିଯାଇଥିଲେ । ଆଉ ଗତ ୧ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଭାଇଙ୍କ ମୃତ୍ୟୁ ପରେ ମାଆଙ୍କୁ ମିଶାଇ ବିଷ ପିଇଦେଇ ଥିଲେ ୫ ଜଣ ।

ଗତ ଦୁଇ ଦିନ ମଧ୍ୟରେ ୫ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ବୁର୍ଲା ମେଡିକାଲରେ ମୃତ୍ୟୁ ହୋଇଛି । ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଅନ୍ୟ ଦୁଇ ଝିଅ । ଝାରସୁଗୁଡ଼ା ଲହଣ୍ଡାବୁଡ଼ରେ ଘଟିଛି ଏହି ଦୁଃଖଦ ଘଟଣା ।

ମୃତକମାନେ ଫିନାଇଲ୍ ସହ ପାରାକୁଇଡ୍ କୁ ମିଶାଇ ପିଇ ଦେଇଥିବାରୁ ସେମାନଙ୍କ ଅବସ୍ଥା ଅଧିକ ସଂଗୀନ ହୋଇ ପଡ଼ିଥିଲା । ପ୍ରଥମେ ଝାରସୁଗୁଡା ମେଡିକାଲ ଓ ପରେ ବୁର୍ଲା ମେଡିକାଲକୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

ମେଡିକାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ଗତ ସୋମବାର ଏକ ଦୁର୍ଘଟଣାରେ ଆହତ ପୁଅର ଘରେ ମୃତ୍ୟୁ ହୋଇଥିଲା । ଏଥିରେ ଭାଙ୍ଗିପଡି ପରିବାର ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

Share this story

World Odia Language Conferene