ସବୁ ଝିଅ ଯଦି ଏମିତି ହୁଅନ୍ତି….

ସବୁ ଝିଅ ଯଦି ଏମିତି ହୁଅନ୍ତି….
ସବୁ ଝିଅ ଯଦି ଏମିତି ହୁଅନ୍ତି….

ଓଡ଼ିଆ ଗସିପ୍ ବ୍ୟୁରୋ: ଜଣେ ଯୁବକ ମଦପାନ କରି ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ ବେଳେ ବହେ ଛେଚା ଖାଇଛନ୍ତି ।

ଯୁବତୀ ଜଣକ ଭୟଭୀତ ନହୋଇ ସାହାସ ଦେଖାଇ ଯୁବକକୁ କାବୁ କରି ତାର ମୁଣ୍ଡକୁ ଧରି ବ୍ରିଜରେ ଥିବା ସିମେଣ୍ଟ ବାଡ଼ରେ ପିଟି ଦେଇଥିଲେ।

ଘଟଣାସ୍ଥଳରେ ହିଁ ଦୁଷ୍କର୍ମକାରୀର ମୃତ୍ୟୁ ହୋଇଯାଇଥିଲା। ସହରର ପାର୍ବତ ପାଟିଆ ଅଞ୍ଚଳରୁ ଉକ୍ତ ଯୁବକର ମୃତଦେହକୁ ପୁଲିସ ଉଦ୍ଧାର କରିଛି।

ମୃତକର ମୁଣ୍ଡ ଓ ବ୍ରିଜ ବାଡ଼ରେ ରକ୍ତ ଲାଗିଥିଲା। ଏଥିରୁ ଜଣାପଡ଼ୁଛି ଯେ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ଦୁଷ୍କର୍ମକାରୀ ଯୁବକର ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାରେ ପୁଲିସ ଜଣେ ଶ୍ରମିକ ମହିଳାଙ୍କୁ ଗିରଫ କରିଛି।

ଗିରଫ ମହିଳାଙ୍କ କହିବାନୁସାରେ, ଯୁବକ ଜଣକ ମଦପାନ କରି ରାସ୍ତାରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା।

ମୁଁ ମୋର ଆତ୍ମସୁରକ୍ଷା ପାଇଁ ତାର ମୁଣ୍ଡକୁ ଧରି ବ୍ରିଜରେ ଥିବା ସିମେଣ୍ଟ ବାଡ଼ରେ ପିଟି ଦେଇଥିଲି। ଫଳରେ ତାର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଯୁବକ ମୂଳତଃ ଉତ୍ତରପ୍ରଦେଶରେ ବସବାସ କରୁଥିବା ବେ‌ଳେ ସୁରଟରେ ଶ୍ରମିକ ଭାବରେ କାମ କରୁଛି।

Share this story

World Odia Language Conferene