ଆଜିର ରାଶିଫଳ: କେମିତି କଟିବ ନୂଆ ବର୍ଷର ପ୍ରଥମ ଶୁକ୍ରବାର, କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଆଉ କାହା ପାଇଁ ନୁହେଁ
ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜିର ରାଶିଫଳ- ଶୁକ୍ରବାର ( ୦୬-୦୧-୨୦୨୩ ) ।
ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ :
ମେଷ: ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଦେବ । ପୁରୁଣାବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ପାଇବେ । ସକାରାତ୍ମକ ଭାବନା ରଖି ଆଗକୁ ବଢ଼ିବେ । ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ ।
ବୃଷ: ଅତ୍ୟଧିକ ଚିନ୍ତା କରି ମାନସିକ ଅଶାନ୍ତିରେ ପଡ଼ିପାରନ୍ତି । ଆପଣ ଆର୍ଥିକ କ୍ଷତି ସହି ପାରନ୍ତି । ପରିବାରଜନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେବେ । ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ ।
ଏଠି କ୍ଲିକ କରି ଅଧିକ ପଢନ୍ତୁ: କେମିତି କଟିବ ନୂତନ ବର୍ଷ -୨୦୨୩: ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ ଚକ୍ର ଏବଂ ୩ଟି ରାଶିର ବାର୍ଷିକ ରାଶିଫଳ…
ମିଥୁନ: ପରିବାରବର୍ଗଙ୍କ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ସମୟର ସଦୁପଯୋଗ କରିବେ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରି ମାନସିକ ଶାନ୍ତି ପାଇବେ ।
କର୍କଟ: କ୍ରୋଧ ଉପରେ ନୟନ୍ତ୍ରଣ ରଖନ୍ତୁ । ସମ୍ପର୍କୀୟମାନଙ୍କ ସହଯୋଗ କ୍ରମେ ଜୀବନରେ ନୂତନ ପରିବର୍ତ୍ତନ ଆସିବ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାଇପାରନ୍ତି ।
ସିଂହ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ଯାତ୍ରା ସୁଖଦ ଏବଂ ଲାଭଦାୟକ ପ୍ରମାଣିତ ହେବ । ତର୍କ ବିତର୍କରୁ ଦୂରେଇ ରୁହନ୍ତୁ । ବୈବାହିକ ଜୀବନ ସୁଖମୟ ହେବ । ସ୍ବାସ୍ଥ୍ୟ ସ୍ବାଭାବିକ ରହିବ ।
କନ୍ୟା: ନୂତନ ପରିସ୍ଥିତି ସହ ଖାପଖୁଆଇ ଚାଲିବେ । ପ୍ରିୟଜନଙ୍କ ପ୍ରତି ସମ୍ବେଦନଶୀଳ ମନୋବୃତ୍ତି ରଖିବେ । ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ । ଛାତ୍ରଛାତ୍ରୀ ଦୂରଯାତ୍ରା କରିପାରନ୍ତି ।
ତୁଳା: ଭାବନାରେ ହଜି ରହିବେ । ପୂର୍ବନିର୍ଦ୍ଧାରିତ କାର୍ଯ୍ୟ ସଂପୂର୍ଣ୍ଣ କରିବେ । ନୂତନ ବିନିଯୋଗ କରନ୍ତୁ ନାହିଁ । ଅତିଥି ଆଗମନର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି ।
ଏଠି କ୍ଲିକ କରି ଅଧିକ ପଢନ୍ତୁ: ସାପ୍ତାହିକ ରାଶିଫଳ: ଏହି ୪ଟି ରାଶି ଥିବା ବ୍ୟକ୍ତି ବିଶେଷ ସାବଧାନ! ଶନିଙ୍କ କୋପଦୃଷ୍ଟି ପଡ଼ିବ
ବିଛା: ଅତ୍ୟଧିକ ଖର୍ଚ୍ଚ କରି ଚିନ୍ତାରେ ପଡ଼ିପାରନ୍ତି । ପାରିବାରିକ ଦାୟିତ୍ବ ସୁଚାରୁରୂପରେ ସମାପନା କରିବେ । ନୂତନ କାର୍ଯ୍ୟ ଶିଖିବାର ମଉକା ପାଇବେ । ସନ୍ତାନଙ୍କ ପାଇଁ ବ୍ୟଥିତ ହେବେ ।
ଧନୁ: ଗୁରୁଜନଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ । ଧାର୍ମିକ ଚିନ୍ତାଧାରା ରଖି ଅସହାୟ ବ୍ୟକ୍ତିଙ୍କୁ ସାହଯ୍ୟ କରିବେ ।
ମକର: ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ । ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ମଧୁର ହେବ । ଯାତ୍ରା ସମୟରେ ସାବଧାନ ରୁହନ୍ତୁ । ନୂତନ ନିଯୁକ୍ତିର ସୁଯୋଗ ରହିଛି । ପରିବାର ସହ ଅଧିକ ସମୟ କଟାଇବେ ।
କୁମ୍ଭ: ପାରିବାରିକ ସମସ୍ୟାରେ ଫସି ରହିବେ । କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ । ମହିଳାମାନେ ଆଳସ୍ୟତା ପାଇଁ କଷ୍ଟ ପାଇପାରନ୍ତି ।
ମୀନ: ସକାରାତ୍ମକ ଚିନ୍ତା ରଖି କାର୍ଯ୍ୟ କରିବେ । ନିଜ ପ୍ରତିଭା ପାଇଁ ପ୍ରଶଂସିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ କିଛିଟା ଭୁଲ୍ ବୁଝାମଣା ଦେଖାଦେବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।
