ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଖର୍ଚ୍ଚ ବଢ଼ିବ, ପଡ଼ିବେ ସଙ୍କଟରେ...

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :
ମେଷ: ଖର୍ଚ୍ଚ ବଢ଼ିବ । ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ । କୌଣସି କାର୍ଯ୍ୟ ପୂରା ନ ହେବା ପର୍ଯ୍ୟନ୍ତ କାହାକୁ କିଛି କୁହନ୍ତୁ ନାହିଁ । ସ୍ବାସ୍ଥ୍ୟ ପ୍ରତି ଚିନ୍ତାଶୀଳ ହେବେ । ବିଦ୍ୟାର୍ଥୀଙ୍କ ପାଇଁ ଉପଯୁକ୍ତ ସମୟ ।
ବୃଷ: ଅପ୍ରତ୍ୟାଶିତ ସୁଖ ମିଳିବ । ନୂଆ ଲୋକଙ୍କ ସହ ବନ୍ଧୁତା ହେବ । ଧାର୍ମିକ ଯାତ୍ରାର ଲାଭ ମିଳିବ । ଆଧ୍ୟାତ୍ମିକ ଦିଗରେ ଅଧିକ ବ୍ୟୟ ହେବ । ଦାମ୍ପତ୍ୟ ଜୀବନରେ ମତାନ୍ତର ଦେଖା ଦେବ ।
ମିଥୁନ: ଦିନଟିରେ ଉତ୍ତମ ଫଳ ପ୍ରାପ୍ତି ହେବ । କୌଣସି ବଡ଼ କାର୍ଯ୍ୟ ଆରମ୍ଭ କରିପାରନ୍ତି । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ବାଦ ବିବାଦଠାରୁ ଦୂରେଇ ରୁହନ୍ତି । ପ୍ରେମ ସମ୍ବନ୍ଧୀୟ ମାମଲାରେ ସଫଳତା ମିଳିବ ।
କର୍କଟ: ପାରିବାରିକ କଳହ ଓ ମାନସିକ ଅଶାନ୍ତି ବଢ଼ିବ । କୌଣସି ଅଶୁଭ ଖବର ମିଳିପାରେ । ଧର୍ମ ତଥା ଆଧ୍ୟାତ୍ମିକ ଦିଗ ପ୍ରତି ରୁଚି ବଢ଼ିବ । ବ୍ୟବସାୟୀଙ୍କୁ ବ୍ୟବସାୟରେ ସଫଳତା ମିଳିବ ।
ସିଂହ: ବ୍ୟବସାୟିକ ଦୃଷ୍ଟିରୁ ଦିନଟିରେ ଶୁଭଫଳ ପ୍ରାପ୍ତ ହେବ । ବିବାହକୁ ନେଇ ସମସ୍ୟା ଦେଖାଦେବ । ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ । କୋର୍ଟ କଚେରି ମାମଲାଠୁ ଦୂରେଇ ରୁହନ୍ତୁ ।
କନ୍ୟା: ବ୍ୟବସାୟରୁ ଆଶାତୀତ ଲାଭ ମିଳିବ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଅନୁକୂଳ ରହିବ । କୌଣସି ନିଷ୍ପତ୍ତି ନେବାରୁ ପରିବାର ଲୋକଙ୍କ ସହ ଆଲୋଚନା କରନ୍ତୁ । କୌଣସି ନୂଆ ଯୋଜନା କରିପାରନ୍ତି ।
ତୁଳା: ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ବିବାହ ସମ୍ବନ୍ଧୀୟ ଆଲୋଚନା ସଫଳ ହେବ ।
ବିଛା: ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ । ବାଦବିବାଦଠାରୁ ଦୂରେଇ ରୁହନ୍ତୁ । ସନ୍ତାନ ସୁଖ ପ୍ରାପ୍ତ ହେବ । ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେବ ।
ଧନୁ: କଠିନ ପରିସ୍ଥିତିକୁ ସାମ୍ନା କରିବେ । ନୂଆ ଘର କିମ୍ବା ଯାନ କିଣିବାର ଯୋଗ ଅଛି । ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହେବ । କୌଣସି ଖରାପ ଖବର ମିଳିପାରେ ।
ମକର: ଆକସ୍ମିକ ଧନ ପ୍ରାପ୍ତି ହେବ । ପରିବାର ମଧ୍ୟରେ ମନୋମାଳିନ୍ୟ ଦେଖା ଦେବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ ।
କୁମ୍ଭ: କୌଣସି ନୂଆ କାମ ମିଳିପାରେ । ବିବାହ ବିଳମ୍ବ ହେବ । ସ୍ବାସ୍ଥ୍ୟ ପାଇଁ ଚିନ୍ତାଶୀଳ ରହିବେ । କାର୍ଯ୍ୟ ପ୍ରତି ଅଧିକ ଯତ୍ନବାନ ହେବେ । ବିଦ୍ୟାର୍ଥୀଙ୍କୁ ଆଶାତୀତ ସଫଳତା ମିଳି ନ ପାରେ ।
ମୀନ: ନୂଆ ଲୋକଙ୍କ ସହ ମିଳାମିଶା ବଢ଼ିବ । ଧାର୍ମିକ କାର୍ଯ୍ୟରେ ସାମିଲ ହେବେ । ପ୍ରେମ ସମ୍ପନ୍ଧୀୟ ମାମଲାରେ ପ୍ରଗାଢ଼ତା ବଢ଼ିବ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ ।