ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ରଖିବା ପାଇଁ କରନ୍ତୁ ଏହି ୫ଟି ଅଣଦେଖା ନ କଲା ଭଳି କାମ...

relationship

ଓଡ଼ିଆ ଗସିପ ବ୍ୟୁରୋ: ଦୁନିଆର ସବୁଠୁ ଶ୍ରେଷ୍ଠ ସମ୍ପର୍କ ହେଉଛି ପତିପତ୍ନୀ ସମ୍ପର୍କ । ଆଉ ଏହି ସମ୍ପର୍କକୁ ସୁଦୃଢ ରଖିବା ପାଇଁ ଅନେକ ଲୋକ ଯେ ଅନେକ ମାନସିକ ରଖିଥାନ୍ତି ତାହା ଆପଣମାନେ ଜାଣିଥିବେ । ତେବେ ଆଜି ଆମେ ଏଠାରେ କିଛି ଏପରି କଥା ଉଲେଖ୍ୟ କରିଛୁ ଯାହା କରିବା ଦ୍ୱାରା ପତିପତ୍ନୀଙ୍କ ସମ୍ପର୍କ ଆହୁରି ସୁଦୃଢ ହେବ ।

୧) ପତିପତ୍ନୀ ନିଜ ଖାଦ୍ୟ ଖାଇବା ପୂର୍ବରୁ ସେଥିରୁ କିଛି କାଢି ଚଢେଇଙ୍କୁ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ପରସ୍ପର ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ ।

୨) ଗୃହର ଅଗଣାରେ ତୁଳସୀ ଲଗାଇ ପତିପତ୍ନୀ ଶ୍ରଦ୍ଧା ପୂର୍ବକ ନିୟମିତ ବୃନ୍ଦାବତୀଙ୍କୁ ପୂଜା କରନ୍ତୁ ।

୩) ଘର ପାଇଁ ଅଟା କେବଳ ସୋମବାର ପେଷିବାକୁ ଦିଅନ୍ତୁ । ପେଷିବାକୁ ଦେବା ସମୟରେ ଏଥିରେ କିଛି ଚଣା ମିଶାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ରହିଥାଏ ।

୪) ପତିପତ୍ନୀ ସର୍ବଦା ଏକତ୍ରିତ ହୋଇ ପୂଜା କରନ୍ତୁ । ନିଜ ଶୋଇବା କକ୍ଷରେ ଶାମୁକା ରଖନ୍ତୁ ।

୫) ଶୁକ୍ରବାର ପତିପତ୍ନୀ ପରସ୍ପରଙ୍କୁ ପରଫ୍ୟୁମ ଉପହାର ଦିଅନ୍ତୁ ।

Share this story