ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଏମ୍‌ସ ଡାକ୍ତରଙ୍କ ଦୃଢ଼ୋକ୍ତିକୁ ସିବିଆଇର ଝଟ୍‌କା, ସିବିଆଇ କହିଲା ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ…

ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡ୍ ଷ୍ଟାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ହିଁ କରିଛନ୍ତି ଏବଂ ତାଙ୍କୁ ହତ୍ୟା କରାଯିବାର କୌଣସି ଚିହ୍ନବର୍ଣ୍ଣ ନାହିଁ । ଦୁଇ ଦିନ ତଳେ ଏପରି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟର ପୁନଃଯାଞ୍ଚ କରିଥିବା ଦିଲ୍ଲୀ ଏମ୍‌ସର ଡାକ୍ତର ସୁଧୀର ଗୁପ୍ତା । ହେଲେ ଡାକ୍ତରଙ୍କ ଦୃଢ଼ୋକ୍ତିକୁ ପୁରା ପାଣିଚିଆ କରିଦେଇଛି ସିବିଆଇର ବୟାନ ।

ସିବିଆଇ ଆଜି କହିଛି କି କୌଣସି କାରଣରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ଆତ୍ମହତ୍ୟା କୁହାଯାଇପରିବନାହିଁ । ଏବେ ବି ସିବିଆଇ ସୁଶାନ୍ତଙ୍କ ହତ୍ୟା ଆଙ୍ଗଲ ଉପରେ ତଦନ୍ତ ଜାରି ରଖିଛି । ଏହି ମାମଲାକୁ ଆତ୍ମହତ୍ୟା ନୁହେଁ ବରଂ ୩୦୨ ବା ହତ୍ୟା ମାମଲା ରୁଜୁ କରାଯାଇ ହତ୍ୟା ମିଷ୍ଟ୍ରି ଉପରେ ଯାଞ୍ଚ ଜାରି ରହିଛି ।

ସିବିଆଇର ଏହି ବୟାନ ଆଜି ଆସିବା ପରେ ଏମ୍‌ସ ଡାକ୍ତର ସୁଧୀର ଗୁପ୍ତାଙ୍କ ଭୁମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁଧୀର ଗୁପ୍ତା କିଛି ଚକ୍ରାନ୍ତ ଭିତରେ ଛନ୍ଦି ହୋଇଯାଇଥିବା ଜଣାପଡିଛି । ଯାହାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯାଞ୍ଚ କରିବ ବୋଲି ସୂଚନା ମିଳୁଛି ।

ସୂଚନାମୁତାବକ, ଗତ ୨୯ ତାରିଖରେ ଏମ୍‌ସ ବିଶେଷଜ୍ଞ ଦଳ ପୁଣି ଥରେ ସୁଶାନ୍ତଙ୍କର ଭିସେରା ନମୁନାକୁ ପରୀକ୍ଷା କରିଥିଲେ । ଏବଂ ପରୀକ୍ଷା କରିବା ପରେ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିଥିଲେ ।

ସୁଶାନ୍ତଙ୍କ ପ୍ରଥମ ବ୍ୟବଚ୍ଛେଦ ହୋଇଥିବା କପୁର ହସ୍ପିଟାଲର ରିପୋର୍ଟ ସହ ଏମ୍‌ସ ରିପୋର୍ଟ ପ୍ରାୟ ସମାନ ରହିଥିଲା । ହେଲେ ସିବିଆଇ ଆତ୍ମହତ୍ୟା ଗପକୁ ଏଡାଇ ହତ୍ୟା ଦିଗ ଉପରେ ତଦନ୍ତ ଆରମ୍ଭ କରିଛି ।

Share this story

World Odia Language Conferene