ଆଇପିଏସ୍ ସ୍ଥରରେ ଅଦଳବଦଳ: ବଦଳିଲେ ଭୁବନେଶ୍ୱର, କଟକ ଡିସିପି

ଆଇପିଏସ୍ ସ୍ଥରରେ ଅଦଳବଦଳ: ବଦଳିଲେ ଭୁବନେଶ୍ୱର, କଟକ ଡିସିପି
ଆଇପିଏସ୍ ସ୍ଥରରେ ଅଦଳବଦଳ: ବଦଳିଲେ ଭୁବନେଶ୍ୱର, କଟକ ଡିସିପି

ଆଜି ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇ ଯାଇଛି । ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ ହୋଇଛନ୍ତି ।

ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଇଥିବା ବେଳେ କଟକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ ।

୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଆର୍‌କେ ଶର୍ମାଙ୍କୁ ଇଣ୍ଟେଲିଜେନ୍ସି ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି । ସେହିପରି ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ମୁଖ୍ୟ ଦାୟିତ୍ୱ ଦିଆଯାଇଛି । ସେହପରି ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କୁ ଦିଆଯାଇଛି ଭୁବନେଶ୍ୱର ଟ୍ରାଫିକ୍‌ ଡିସିପି ଦାୟିତ୍ୱ ।

କାହାକୁ ଦିଆଗଲା କେଉଁ ଦାୟିତ୍ୱ

– ଏମ୍. ଅକ୍ଷୟ- ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ

– ସତ୍ୟଜିତ ମହାନ୍ତି- ଅଗ୍ନିଶମ ଓ ହୋମଗାର୍ଡ ଡିଜି

– ଲଳିତ ଦାସ- ଏଡିଜି କମ୍ୟୁନିକେସନୟ

-ରାଧାକୃଷ୍ଣ ଶର୍ମା- ଗୁଇନ୍ଦା ନିର୍ଦ୍ଦେଶକ

-ସୌମେନ୍ଦ୍ର ପ୍ରିୟଦର୍ଶୀ- ଏଡିଜି, କ୍ରାଇମବ୍ରାଞ୍ଚ

-ସାଗରିକା ନାଥ- ସୁନ୍ଦରଗଡ଼ ଏସ୍‌ପି

– ପ୍ରବୀଣ କୁମାର- ଆଇଜି ଆଇନ ଶୃଙ୍ଖଳା

– ଅନୁପ କୁମାର ସାହୁ- ଗୁଇନ୍ଦା ବିଭାଗ ଡିଆଇଜି

– ସାର୍ଥକ ଷଡ଼ଙ୍ଗୀ- କ୍ରାଇମବ୍ରାଞ୍ଚ ଏସ୍‌ପି

– ଅଖିଳେଶ୍ୱର ସିଂହ- ପୁରୀ ଏସ୍‌ପି

-ଗଜପତି ଏସ୍‌ପି ସାରା ଶର୍ମା- ଭିଜିଲାନ୍ସ ମୁଖ୍ୟ

– ବିନୀତ ଅଗ୍ରୱାଲ- କନ୍ଧମାଳ ଏସ୍‌ପି

– ସାଗରିକା ନାଥ- ସୁନ୍ଦରଗଡ଼ ଏସ୍‌ପି

– ରାହୁଲ ଜୈନ- ନୂଆପଡ଼ା ଏସ୍‌ପି

– ଏସ୍.ସି ଜମାଦାର- ଦେବଗଡ଼ ଏସ୍‌ପି

– ତପନ କୁମାର ପଟ୍ଟନାୟକ- ଗଜପତି ଏସ୍‌ପି

– କଟକ ଡିସିପି ଅଖିଳେଶ୍ୱର- ପୁରୀ ଏସ୍‌ପି

Share this story

World Odia Language Conferene