୨୫ ସେପ୍ଟେମ୍ବର ଦେଶରେ ପୁଣି ଲାଗୁ ହେବ ଲକଡାଉନ୍? ଜାଣନ୍ତୁ ଭାଇରାଲ ଖବରର ସତ୍ୟତା..

୨୫ ସେପ୍ଟେମ୍ବର ଦେଶରେ ପୁଣି ଲାଗୁ ହେବ ଲକଡାଉନ୍? ଜାଣନ୍ତୁ ଭାଇରାଲ ଖବରର ସତ୍ୟତା..
୨୫ ସେପ୍ଟେମ୍ବର ଦେଶରେ ପୁଣି ଲାଗୁ ହେବ ଲକଡାଉନ୍? ଜାଣନ୍ତୁ ଭାଇରାଲ ଖବରର ସତ୍ୟତା..

ଓଡ଼ିଆ ଗସିପ୍ ବ୍ୟୁରୋ:  ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଏବେ କ୍ଷୀପ୍ର ବେଗରେ ଏକ ଖବର ଭାଇରାଲ ହେବାରେ ଲାଗିଛି । ଦେଶରେ ପୁଣି ଥରେ ଲକଡାଉନ୍ ଲାଗୁ ହେବାକୁ  ଯାଉଥିବା ଏଥିରେ ଦାବି କରାଯାଉଛି । ୨୫ ସେପ୍ଟେମ୍ବରରେ ଲକଡାଉନ୍ ଲାଗୁ ହେବ ବୋଲି ନ୍ଯାସନାଲ ଡିଜାଷ୍ଟର ମ୍ଯାନଜମେଣ୍ଟ ଅଥରିଟି ବା ଏନଡିଏମଏ ପକ୍ଷରୁ ନିିର୍ଦ୍ଦେଶ ଜାରି କରାଯାଉଥିବା କଥା ଏଥିରେ ଉଲ୍ଲେଖ କରାଯାଇଛି ।  ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏମିିତି ଏକ ନିଷ୍ପତ୍ତି ନେଉଥିବା କଥା କୁହାଯାଉଛି । ନିର୍ଦ୍ଦେଶନାମାରେ ଏ କଥା କୁହାଯାଇଛି ଯେ, ଏଥର ଲକଡାଉନ୍ ନିୟମ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି ହେବ ।  

୪୬ ଦିନିଆ ହେବ ଲକଡାଉନ?
ଭାଇରାଲ ହେଉଥିବା ଖବରର ଏକଥା କୁହାଯାଇଛି ଯେ, ଏନଡିଏମଏ ବିଭାଗର ଏକ ଲେଟରପେଡରେ ସରାକାରୀ ଆଦେଶ ଲେଖା ହୋଇଛି ଯେ, ଏହି ଲକଡାଉନ ୪୬ ଦିନ ଯାଏ ବଳବତ୍ତର ରହିବ । ଏହା ବି କୁହାଯାଇଛି ଯେ, ଏନଡିଏମଏ, ଯୋଜନା ଆୟୋଗ ସହ ମିଶି ପିଏମ୍ଓ ଏବଂ ଗୃହମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି ଯେ ୨୫ ସେମ୍ବେର ରାତିରୁ ହିଁ ଦେଶରେ ଲକଡାଉନ୍ ଲାଗୁ କରାଯାଉ । ଅବଶ୍ୟ ଏହି ସମୟ ମଧ୍ୟରେ ଜରୁରୀ କାଳୀନ ସେବା ଉପଲବ୍ଧ ରହିବ ।

 କଣ କହୁଛି ପିଆଇବିର ଫ୍ୟାକ୍ଟ?
 ଅବଶ୍ୟ ଭାଇରାଲ ହେଉଥିବା ଏହି ଖବରକୁ ସରକାରଙ୍କ ପକ୍ଷରୁ ପ୍ରେସ୍ ଇନଫରମେସନ୍ ବ୍ୟୁରୋ-ପିଆଇବି ଦ୍ୱାରା କରାଯାଇଥିବା ଫ୍ଯା ଚେକ୍ ରେ ମିଛ ବୋଲି ଜଣାପଡ଼ିଛି  ।  ପିଆଇବିର ଫ୍ଯା ଚେକ୍ ଅନୁସାରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କୌଣସି ଆଦେଶ ଜାରି କରିନାହାନ୍ତି । ଏପରିକି ଏହି ପ୍ରସଙ୍ଗରେ କୌଣସି ବିଚାରବିମର୍ଶ ପାଇଁ ନୋଟିସ୍ ଜାରି କରିଛନ୍ତି । ତେଣୁ ଏମିତି ଗୁଜବରୁ ବର୍ତ୍ତିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । …

Share this story

World Odia Language Conferene