ବଙ୍ଗୋପସାଗରରେ ଭୟଙ୍କର ରୂପ ନେଉଛି ବାତ୍ୟା, ୧୩ରେ କରିପାରେ ଲ୍ୟାଣ୍ଡଫଲ, ଓଡିଶା କିଛି ଏପରି ରହିଛି ପ୍ରଭାବ…

ବଙ୍ଗୋପସାଗରରେ ଭୟଙ୍କର ରୂପ ନେଉଛି ବାତ୍ୟା, ୧୩ରେ କରିପାରେ ଲ୍ୟାଣ୍ଡଫଲ, ଓଡିଶା କିଛି ଏପରି ରହିଛି ପ୍ରଭାବ…
ବଙ୍ଗୋପସାଗରରେ ଭୟଙ୍କର ରୂପ ନେଉଛି ବାତ୍ୟା, ୧୩ରେ କରିପାରେ ଲ୍ୟାଣ୍ଡଫଲ, ଓଡିଶା କିଛି ଏପରି ରହିଛି ପ୍ରଭାବ…

ଓଡ଼ିଆ ଗସିପ ବ୍ୟୁରୋ: ପ୍ରତି ବର୍ଷ ଅକ୍ଟୋବର ମାସରେ ଗୋଟେ କି ଦୁଇଟି ବାତ୍ୟା ନିଶ୍ଚିନ୍ତ ଆସିଛି । ଏହା ନୂଆ କଥା ନୁହେଁ । ପୂର୍ବରୁ ଏହି ମାସରେ ସାମୁଦ୍ରିକ ଝଡ଼ ତାଣ୍ଡବ ରଚି ସାରିଛି । ତେବେ ପୁଣି ଥରେ ଓଡିଶା ଆଡକୁ ମାଡି ଆସୁଛି ଆଉ ଏକ ବାତ୍ୟା ।

ଆସନ୍ତା ୯ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଶକ୍ତିଶାଳୀ ହେବା ସହ ବାତ୍ୟା ରୂପ ନେବା ପରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର କରିପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପୂର୍ବାନମାନ କରିଛି । ଏହା ଘନୀଭୂତ ହେଲେ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ । ବର୍ତ୍ତମାନ ଏକ ଲଘୁଚାପ କାରଣରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି ।

ତେବେ ଏହା କେତେ ଶକ୍ତିଶାଳୀ ହେବ ତାହା ପରେ ଜଣାପଡିବ । ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଏପର୍ୟ୍ୟନ୍ତ ବାତ୍ୟାର ଶକ୍ତି ସମ୍ପର୍କରେ ଆକଳନ କରାଯାଇ ପାରି ନାହିଁ । ତେବେ ୯ କିମ୍ବା ୧୦ ତାରିଖ ଆଡକୁ ଚିତ୍ର ସ୍ପଷ୍ଟ ହେବ।

ଏହି ବାତ୍ୟା ଅକ୍ଟୋବର ୧୩ରୁ ୧୪ ମଧ୍ୟରେ ଓଡ଼ିଶା-ଆନ୍ଧ୍ର ଉପକୂଳର କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଥିବା ଆଇଏମଡି ପକ୍ଷରୁ ସୂଚନା ମିଳିଛି । ଜଣାପଡିଛି ଯେ ବାତ୍ୟା ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ନାହିଁ ତଥାପି ବି ଲଘୁଚାପ ପ୍ରଭାବରେ ୧୧ ରୁ ୧୩ ତାରିଖ ଯାଏ ରାଜ୍ୟର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବ ଲଘୁଚାପ ପ୍ରଭାବରେ ଆହୁରି ୪୮ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ନବରଙ୍ଗପୁର , ରାୟଗଡା , କନ୍ଧମାଳ , କଳାହାଣ୍ଡି , ଗଞ୍ଜାମ , ସୋନପୁର , ନୂଆପଡା , ବଲାଙ୍ଗୀର , ଅନୁଗୁଳ , କେନ୍ଦୁଝର , ବରଗଡ , ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ନଜର ରଖି ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Share this story

World Odia Language Conferene