ଓଏମସି ଏମଡି ଭିନିଲ୍ କ୍ରିଷ୍ଣାଙ୍କୁ ସିଏମ୍ଓ ଓଏସଡି(OSD) ଅତିରିକ୍ତ ଦାୟିତ୍ୱ; ଏହି ଦୁଇ ଅଧିକାରୀଙ୍କୁ ବି ମିଳିଲା ନୂଆ ଦାୟିତ୍ୱ

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାରେ କୋଭିଡ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । CMO କୋଭିଡ୍‌ ପରିଚାଳନାର ଓଏସଡି(OSD) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଓଏମସି ଏମଡି ଭିନିଲ୍ କ୍ରିଷ୍ଣା ।

ଭିନିଲ୍‌, ପୂର୍ବ ଭଳି ଓଡ଼ିଶା ମାଇନିଙ୍ଗ କର୍ପୋରେସନ (OMC) ଏମ୍‌ଡି ଓ କ୍ରୀଡ଼ା ନିର୍ଦେଶକ ଭାବେ କାର୍ଯ୍ୟ କରିବେ ।

ଭିନିଲ କ୍ରିଷ୍ଣାଙ୍କ ସହ ଓଏଏସ୍ ଲାଲା ମନୋଜ କୁମାର ରାୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସେପଟେ ଓଏଏସ୍ ଶୁଭ୍ରାଂଶୁ ମିଶ୍ରଙ୍କୁ CMOର ଉପ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ ଓଏସ୍ ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସୂଚନା ଥାଉ କି ରାଜ୍ୟରେ ଦିନକୁ ଦିନ ନୂଆ ନୂଆ ରେକର୍ଡ ପାର୍ କଲାଣି କୋଭିଡ ମାମଲା । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ସ୍ଥିତି ଅଧିକ ସଂଗୀନ ରହିଛି । ମୃତ୍ୟୁ ହାର ଓ ସଂକ୍ରମଣ ହାର୍ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଲୋକମାନଙ୍କ ପାଇଁ ସୁରକ୍ଷା ଓ ସୁରକ୍ଷିତ ରହିବାର ବି ସମୟ ଆସିଛି ।

Share this story

World Odia Language Conferene