ଆଜିର ରାଶିଫଳ: ଆଜି ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ

ଆଜିର ରାଶିଫଳ: ଆଜି ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ
ଆଜିର ରାଶିଫଳ: ଆଜି ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ

ମେଷ: ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି । ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି । ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ ।

ବୃଷ: ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହେବାର ସମ୍ଭାବନା ରହିଛି । ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମକରି ବିଜୟ ହେବେ । ଦୃଢ଼ତାର ସହ ପାରିବାରିକ ଶୃଙ୍ଖଳା ରକ୍ଷାକରି ସମାଲୋଚିତ ହୋଇ ପାରନ୍ତି । ମାଲିମକଦ୍ଦମା ଓ ବିବାଦ ସମାଧାନ ହୋଇଯିବ ।

ମିଥୁନ: ଆଜି ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ । ଆବଶ୍ୟକ ସମୟରେ ପାଖରେ ନ ଥିବା ଜିନିଷଟି ପାଇଁ ବିବାଦ ବଢ଼ିପାରନ୍ତି । ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ପୂର୍ବ ଯୋଜନା ମୁତାବକ କର୍ମରେ ନିଯୁକ୍ତ ହେବେ । ପାରିବାରିକ କ୍ଷେତ୍ରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି ।

କର୍କଟ: ଆଜି ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । କର୍ମକ୍ଷେତ୍ରରେ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ । ନୂତନ କର୍ମାରମ୍ଭ ସମସ୍ତଙ୍କ ସହଯୋଗ ଭିତ୍ତିରେ ପ୍ରୀତିପଦ ହେବ । ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରିବେ ।

ସିଂହ: ଆଜି ଦିନରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ । ଆଜିର ଆନୁଷ୍ଠାନିକ କାମରେ ଉପକୃତ ହୋଇପାରନ୍ତି ।

କନ୍ୟା: ବାରମ୍ବାର କାନକୁହା କଥା ଶୁଣି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯାଇପାରେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ । ଖର୍ଚ୍ଚାଧିକ କାରଣରୁ ମନସ୍ତାପ ହୋଇପାରେ । ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ।

ତୁଳା: ଆଜି ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ । ହାତକୁ ନେଇଥିବା ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ । ବିଗତ ଦିନଗୁଡ଼ିକରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍‌ ସମାଧାନ ହୋଇଯିବ । ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ ।

ବିଛା: ଆଜି ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ । ଆପଣଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବ । ରଚନାମତ୍କ କାର୍ଯ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ ।

ଧନୁ: ଆଜି ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ । ସମସ୍ୟା ସମାଧାନ ପାଇଁ କଚେରି ମାମଲାରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ ।

ମକର: ଆଜି ଆପଣ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ ଅନ୍ୟଥା ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ । ସାମାଜିକ କିମ୍ବା ରାଜନୈତିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ ।

କୁମ୍ଭ: ଆଜି କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ । ବନ୍ଧୁ କିମ୍ବା ସହକର୍ମୀଙ୍କ ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ । କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବନ୍ଧୁ ମାନଙ୍କ ସାହାଯ୍ୟ ଦରକାର ପଡିପାରେ । କର୍ମକ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇରହିଛି କାର୍ଯ୍ୟ କଲେ ଉପକୃତ ହେବେ ।

ମୀନ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିପାରେ । ଅତୀତ କଥାକୁ ନେଇ ଗୁଡାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରିବେ ।

Share this story

World Odia Language Conferene