ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ୨୪ ଘଣ୍ଟା ମଧ୍ୟରେ ହେବ ଆହୁରି ଘନୀଭୂତ

ଓଡ଼ିଆ ଗସିପ୍ ବ୍ୟୁରୋ: ଅବପାତର ରୂପ ନେଲା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ବର୍ତ୍ତମାନ ପାରାଦୀପ ଠାରୁ ଦକ୍ଷିଣରେ ୬୧୦ କିମ ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପନେବା ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
ଆଜି ମଧ୍ୟାହ୍ନ ଠାରୁ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୂହାଁ ହେବା ସମ୍ଭାବନା । ଅବପାତଟି ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ତେବେ ଓଡ଼ିଶାରେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ । ଅର୍ଥାତ୍ ରାଜ୍ୟରେ ବଡ଼ ବର୍ଷା କିମ୍ବା ପବନ ସମ୍ଭାବନା କମ୍ ।
ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!
ତଥାପି ଲଘୁଚାପ ଯୋଗୁଁ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ କିଛି ମାତ୍ରାରେ ପଡ଼ିପାରେ । ନବମୀ ଓ ଦଶମୀରେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୨୪ ଓ ୨୫ ତାରିଖରେ ବର୍ଷାର ବିସ୍ତୁତି ସାମାନ୍ୟ ବଢ଼ିବ। ତେବେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୭ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ଲଘୁଚାପ ପ୍ରଭାବରେ ପାର୍ବଣ ବାତାବରଣ କିଛି ମାତ୍ରାରେ ଫିକା ପଡ଼ିପାରେ ।
ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...