ଗାଜା ହସ୍ପିଟାଲରେ ବୋମାମାଡ଼,  ୫୭୦ରୁ ଅଧିକ ମୃତ
 

Israel Hamas War Blast kills hundreds at Gaza hospital
ଗାଜା ହସ୍ପିଟାଲରେ ବୋମାମାଡ଼
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗାଜାର ଅଲ-ଆହଲି ଆରବୀ ହସ୍ପିଟାଲ ଉପରେ ଆଜି ସନ୍ଧ୍ୟାରେ ଇସ୍ରାଏଲ ବୋମାମାଡ଼ କରିଛି। ଆକ୍ରମଣରେ ପ୍ରାୟ ୫  ଶହରୁ ଅଧିକା ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଜାରୀ ଯୁଦ୍ଧ ମଙ୍ଗଳବାର ୧୧ ଦିନରେ ପହଞ୍ଚିଛି। ଗାଜା ଷ୍ଟ୍ରିପ୍‌ର ଅଲଗା ଅଲଗା ଠିକଣାରେ ଇସ୍ରାଏଲ ପକ୍ଷରୁ ଜୋରଦାର ଆକ୍ରମଣ ଜାରୀ ରହିଛି। ଇସ୍ରାଏଲ ବାୟୁସେନା ମଙ୍ଗଳବାର ଗାଜା ଷ୍ଟ୍ରିପ୍‌ର ଏକ ଡାକ୍ତରଖାନାରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ୫୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଏଥିସହିତ ମୃତ୍ୟୁସଂଖ୍ୟା ୪,୫୦୦ ପାର୍‌ କରିଛି। ୧୦ ହଜାରୁ ଅଧିକ ଲୋକ ଆହତ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

ଇସ୍ରାଏଲର ୧୪୦୦ରୁ ଅଧିକ ଲୋକ ଏଥିରେ ସାମିଲ ଅଛନ୍ତି।  ଗାଜା ଷ୍ଟ୍ରିପ୍‌ର ୩,୧୦୦ରୁ  ଊର୍ଦ୍ଧ୍ବ ଏବଂ ୱେଷ୍ଟ ବ୍ୟାଙ୍କର ୬୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏ ପର୍ଯ୍ୟନ୍ତ ଇସ୍ରାଏଲ ଆକ୍ରମଣରେ ହମାସର ୭ କମାଣ୍ଡର ନିପାତ ହେଲେଣି। ଏବେ ୨୫୦ ନାଗରିକ ଏହି ଆତଙ୍କବାଦୀ ସଂଗଠନ କବ୍‌ଜାରେ ଅଛନ୍ତି। ହମାସକୁ ଧ୍ବଂସ କରିବା ପାଇଁ ଇସ୍ରାଏଲର ୨ ହଜାର ସୈନିକ ସୁଡଙ୍ଗକୁ ଓହ୍ଲାଇଛନ୍ତି। ଇସ୍ରାଏଲକୁ ସହାୟତା ଦେବା ପାଇଁ ଆମେରିକା ୧୧ ହଜାର ସୈନିକଙ୍କୁ ପଠାଇବାକୁ ଯୋଜନା କରୁଛି। ଏମାନେ ସିଧାସଳଖ ଯୁଦ୍ଧରେ ସାମିଲ ନ ହୋଇ ସୀମା ସୁରକ୍ଷାରେ ନିୟୋଜିତ ହେବେ। ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣ ଥମିବାର ନା ଧରୁନି।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ଲେବନାନ ପଟୁ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍ଲା ରକେଟ ମାଡ଼ କରୁଛି। ଇସ୍ରାଏଲ ସେନା ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହିଜ୍‌ବୁଲ୍ଲା ଠିକଣାରେ ବୋମାବର୍ଷା କରୁଛି। ଗାଜା ଛାଡ଼ିବା ଅବଧି ଶେଷ ହେବା ପରେ ଇସ୍ରାଏଲ ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଶେଷ ରାସ୍ତା ରାଫା କ୍ରସିଂକୁ ବନ୍ଦ କରିଦିଆଯାଇଛି।  ଏଥିଯୋଗୁଁ ଲୋକେ ଗାଜା ଛାଡ଼ି ନ ପାରି ସୀମାରେ ଅଟକ ରହିଛନ୍ତି। ସହାୟତା ମଧ୍ୟ ପହଞ୍ଚି ପାରୁନି। 

ସୀମାରେ ଅନେକ ଟ୍ରକ ଅଟକି ରହିଛି, ଗାଜାରେ ମାନବୀୟ ସଙ୍କଟ ଉଗ୍ର ହେବାରେ ଲାଗିଛି। ମାନବୀୟ ସହାୟତା ପଠାଇବା ପାଇଁ ଅନୁମତି ଦେବାକୁ ଜାତିସଂଘ ଏବଂ ଇଜିପ୍ଟ ଇସ୍ରାଏଲକୁ ଅନୁରୋଧ କରିଛନ୍ତି। ଯୁଦ୍ଧ ବିରତି ଘୋଷଣା କରିବାକୁ ଇସ୍ରାଏଲ ପୁଣି ମନା କରିଦେଇଛି। ଏହା ମଧ୍ୟରେ ଜର୍ମାନୀ ଚାନ୍‌ସେଲର ଓଲାଫ ସ୍କୋଲ୍ଜ ତେଲ ଆଭିଭରେ ପହଞ୍ଚଛନ୍ତି। ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ରାଷ୍ଟ୍ରପତି ଇସାକ ହର୍ଜୋଗଙ୍କୁ ଭେଟି ହମାସ କବ୍ଜାରେ ଥିବା ଜର୍ମାନୀ ଲୋକଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବେ।

ବାତିଲ ହେଲା ଆରବ ନେତାଙ୍କ ସହିତ ବାଇଡେନ୍‌ଙ୍କ ବୈଠକ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ବୁଧବାର ତେଲ୍‌ ଅଭିଭ୍‌ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଗାଜା ହସ୍ପିଟାଲ ଉପରେ ଗତରାତିରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ ପରେ ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ଅଧିକାରକୁ ସମର୍ଥନ କରି ଆଜି ଇସ୍ରାଏଲ ଗସ୍ତ କରିଥିବା ବାଇଡେନଙ୍କ ପ୍ରୟାସକୁ ଶକ୍ତ ଝଟକା ଲାଗିଛି। ଏପରି ସମୟରେ ଆରବ ନେତାଙ୍କ ସହ ହେବାକୁ ଥିବା ବାଇଡେନଙ୍କ ସମ୍ମିଳନୀକୁ ରଦ୍ଦ କରି ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ବାଇଡେନ ଆଜି ଇସ୍ରାଏଲ ରାଜଧାନୀ ତେଲ ଅବିବରେ ପହଞ୍ଚିବେ। ନିଜ ଗସ୍ତ କାଳରେ ଜୋର୍ଡାନ ରାଜଧାନୀ ଓମାନରେ ଆରବ ନେତାଙ୍କ ସହ ତାଙ୍କର ଶୀର୍ଷସ୍ତରୀୟ ଆଲୋଚନା ଥିଲା । ମାତ୍ର ଏହି ଆକ୍ରମଣ ପରେ ତାହାକୁ ବାତିଲ କରି ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

୪୫ ଦେଶର ୧୬୦ ନାଗରିକ ମୃତ

ହମାସ ଆକ୍ରମଣରୁ ବିଦେଶୀ ନାଗରିକ ମଧ୍ୟ ବାଦ୍ ପଡ଼ିନାହାନ୍ତି। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୪୫ ଦେଶର ୧୬୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଗଲାଣି। ୧୫୦ରୁ ଅଧିକ ନାଗରିକ ମଧ୍ୟ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଇସ୍ରାଏଲ ପରେ ଆମେରିକା, ଥାଇଲାଣ୍ଡ, ୟୁକ୍ରେନ ଏବଂ ରୁଷ୍‌ ନାଗରିକ ହମାସ ନିଶାଣରେ ଅଛନ୍ତି। ଏହି ଯୁଦ୍ଧରେ ହମାସ ଏବଂ ଇସ୍ରାଏଲ ସହିତ ଅନ୍ୟ ଦେଶର ନାଗରିକଙ୍କ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। 

ଇସ୍ରାଏଲ ସେନାର ସୂଚନା ଅନୁଯାୟୀ ଏବେ ସୁଦ୍ଧା ହମାସ ଆକ୍ରମଣରେ ଆମେରିକାର ୧୯ ଜଣ ନାଗରିକ ପ୍ରାଣ ହରାଇଥିବାବେଳେ ୧୮ ଜଣ ନିଖୋଜ ଅଛନ୍ତି। ଥାଇଲାଣ୍ଡର ୧୫ ଜଣ ମୃତ ଏବଂ ୯ରୁ ଅଧିକ ନିଖୋଜ, ରୁଷ୍‌ର ୧୩ ଜଣ ମୃତ ଏବଂ ୧୩ ନିଖୋଜ, ୟୁକ୍ରେନର ୧୨ ଜଣ ମୃତ ଏବଂ ୭ ଜଣ ନିଖୋଜ, ନେପାଳର ୮ ଜଣ ମୃତ, ଆର୍ଜେଣ୍ଟିନାର ୮ ଜଣ ମୃତ ଏବଂ ୨୦ ନିଖୋଜ ଅଛନ୍ତି। ଜଣେ ଭାରତୀୟ ବଂଶୋଦ୍ଭବ ମଧ୍ୟ ପ୍ରାଣ ହରାଇଛନ୍ତି। ମାତ୍ର ସେ ଇସ୍ରାଏଲ ନାଗରିକ ଥିଲେ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
 

Share this story