ଖୋଜିଲେ କନ୍ୟା; ପାଇଲେ ଅନ୍ତର୍ଜାତୀୟ ଚୋରଣୀ, କିଛି ଏପରି ଥିଲା ମହିଳାଙ୍କ କଳାକାରନାମା...

Female looter cheated male person on pretext of marriage

ଓଡ଼ିଆ ଗସିପ ବ୍ୟୁରୋ: ଗୁଜରାଟର ଜଣେ ଯୁବକ ମାଟ୍ରିମୋନିୟାଲ ଆପ୍‌ରୁ ଖୋଜି ଜଣେ ଯୁବତୀଙ୍କୁ ବାହା ହୋଇଥିଲେ । ଏବେ ସେହି ଯୁବତୀ ଅନ୍ତର୍ଜାତୀୟ ଚୋରଣୀ ବୋଲି ଜଣାପଡ଼ିଛି । ବିବାହର ଛଅ ମାସ ପରେ ଏହା ଜାଣିବା ପରେ ଯୁବକଙ୍କ ପାଦ ତଳୁ ମାଟି ଖସିଯାଇଛି ।

ଯୁବତୀ ପୂର୍ବରୁ ମଧ୍ୟ ବିବାହିତା ଥିଲେ । ଏହା ସହିତ ତାଙ୍କ ବିରୋଧରେ ୫ ହଜାରରୁ ଅଧିକ କାର୍‌ ଚୋରାଇବାର ଅଭିଯୋଗ ରହିଛି । ସେ ପୂର୍ବ ପତିଙ୍କ ସହ ମିଶି ସବୁ କାର୍‌ ଚୋରି କରିଥିଲେ ।

ତାଙ୍କ ପ୍ରଥମ ପତିଙ୍କ ବିରୋଧରେ ହତ୍ୟା, ଲୁଟ୍‌ ଏବଂ ଗଣ୍ଡା ଶିକାର ଭଳି ଅନେକ ମାମଲା ରୁଜୁ ହୋଇଛି । ପୀଡ଼ିତ ଯୁବକ କହିଛନ୍ତି ଯେ ଗୌହାଟୀରେ ଏହି ମହିଳା ନିଜକୁ ରୀତା ଦାସ କହିଥିଲେ । ମ୍ୟାଟ୍ରିମୋନିୟାଲ ସାଇଟରୁ ସେ ଛାଡ଼ପତ୍ର ପାଇଥିବା ଲେଖିଥିଲେ ।

କିନ୍ତୁ ପ୍ରମାଣ ମାଗିବାରୁ କମ୍‌ ବୟସରେ ପଞ୍ଚାୟତରେ ବିବାହ ହୋଇଥିବାରୁ କୌଣସି ପ୍ରମାଣ ନ ଥିବା କହିଥିଲେ । ତେବେ ବିବାହର ୬ ମାସ ପରେ ମହିଳା ନିଜ ଘରକୁ ପଳାଇ ଥିଲେ ।

ପରେ ଯୁବକଙ୍କ କୌଣସି କଲ୍‌ ଗ୍ରହଣ କରି ନଥିଲେ । ଥରେ ତାଙ୍କ ଓକିଲ କଲ୍‌ ଉଠାଇ ରୀତା ଜେଲ୍‌ରେ ଥିବା କହିଥିଲେ ଏବଂ ଜାମିନ ପାଇଁ ଲକ୍ଷେ ଟଙ୍କା ମାଗିଥିଲେ । ଯୁବକ ଟଙ୍କା ପଠାଇବା ପରେ କୋର୍ଟଙ୍କ ଦଲିଲ୍‌ ମଗାଇଥିଲେ ।

ଏଥିରେ ଯୁବତୀଙ୍କ ନାମ ରୀତା ଚୌହାନ ଲେଖା ଯାଇଥିଲା । ପରେ ଓକିଲ କି ରୀତା କେହି ଆଉ କଲ୍‌ ଗ୍ରହଣ କରି ନଥିଲେ । ତେବେ ଯୁବକ ଅନ୍‌ଲାଇନରେ ସର୍ଚ୍ଚ କରିବା ପରେ ରୀତାଙ୍କ ଅସଲ କାରନାମା ସାମ୍‌ନାକୁ ଆସିଥିଲା ।

Share this story