ଖଜୁରୀ ଗଛର କି ଗୁଣ ଗାଇବି: ଶାନ୍ତି ଦୂତର ଗୁଇନ୍ଦାଗିରି, ପାକିସ୍ତାନ drone କୁ ମାରି ଖସାଇଲା ଭାରତୀୟ ଜେଟ

ଖଜୁରୀ ଗଛର କି ଗୁଣ ଗାଇବି: ଶାନ୍ତି ଦୂତର ଗୁଇନ୍ଦାଗିରି, ପାକିସ୍ତାନ drone କୁ ମାରି ଖସାଇଲା ଭାରତୀୟ ଜେଟ
ଖଜୁରୀ ଗଛର କି ଗୁଣ ଗାଇବି: ଶାନ୍ତି ଦୂତର ଗୁଇନ୍ଦାଗିରି, ପାକିସ୍ତାନ drone କୁ ମାରି ଖସାଇଲା ଭାରତୀୟ ଜେଟ

ରାଜସ୍ଥାନ/ନୂଆଦିଲ୍ଲୀ: କଥାରେ ଅଛି ଖଜୁରୀ ଗଛର କି ଗୁଣ ଗାଇବି ମୁଳରୁ ପାହାଚ ପାହାଚ । ଠିକ୍ ସେହିଭଳି ଗୋଟେ ପୁରୁଣା ଢଗ ବି ଅଛି ଯେ, କୁକୁର ଲାଙ୍ଗୁଡ଼ ୧୨ ବର୍ଷ ଯାଏ ନଳିରେ ପୁରେଇଲେ ବି ସିଧା ହୁଏନି । ଠିକ୍ ସେହିଭଳି ଘୁଷୁରି କି ପାଚିଲା କଦଳି । ଏହି ସବୁ ମର୍ମ ବର୍ତ୍ତମାନ ସମୟରେ ପାକିସ୍ତାନ ସରକାର, ସେନା ଓ ସେଠାକାର ଗୁଇନ୍ଦାଗିରି ସଂସ୍ଥା ହରକତକୁ ଦେଖିଲେ ସତ ବୋଲି ପ୍ରମାଣିତ ହୋଇଥାଏ ।

ପୁଲୱାମା ଆକ୍ରମଣର ପ୍ରତିଶୋଧ ବାଲାକୋଟରେ ଦିଆଗଲା । ତଥାପି ପାକିସ୍ତାନ ସୁଧାରିବା ପରିବର୍ତ୍ତେ ଭାରତୀୟ ସୀମାରେ ହାଇଟେକ ଗୁଇନ୍ଦାଗିରି କରିବାର ନିଶା ମନରୁ ଲିଭାଇ ପାରୁନି । ଏଇ ଯେମିତି ରାଜସ୍ଥାନ ପଟୁ ଲାଗିଥିବା ପାକିସ୍ତାନ ସୀମାରୁ ଭାରତୀୟ ସୀମାକୁ ଏକ ଜାସୁସୀ ଡ୍ରନ ପଠାଇଥିଲା ପାକିସ୍ତାନ । ହୀନ ଲକ୍ଷ ନେଇ ପାକିସ୍ତାନ ପକ୍ଷରୁ ଏହି ଡ୍ରୋନ ଭାରତ ପଟକୁ ଛାଡ଼ିଥିଲା । ଠିକଣା ସମୟରେ କିନ୍ତୁ ଭାରତୀୟ ସେନା ଏହାକୁ ନଷ୍ଟ କରିବାରେ ସଫଳ ହୋଇଛି ।

ରାଜସ୍ଥାନର ଭାରତ-ପାକ ସୀମା ନିକଟସ୍ଥ ବିକାନେର୍‌ ନାଲ୍‌ ସେକ୍ଟର ଅଞ୍ଚଳ ଭିତରକୁ ପଶି ଆସିଥିବା ପାକିସ୍ତାନର ଡ୍ରୋନ୍‌କୁ ସୁଖୋଇ ମାରି ଉଡାଇ ଦେଇଛି। ସକାଳ ୧୧ଟା ବାଜି ୩୦ ମିନିଟ୍‌ରେ ଭାରତୀୟ ସୀମା ଭିତରକୁ ପାଶି ଆସିଥିବା ପାକିସ୍ତାନୀ ଡ୍ରୋନ୍‌ର ଚିହ୍ନଟ ଭାରତୀୟ ବାୟୁସେନାର ରାଡର କରିଥିଲା। ଏହାପରେ ତୁରନ୍ତ ଭାରତୀୟ ସୁଖୋଇ-୩୦ ଏମ୍‌କେଆଇ ବିମାନ ପାକିସ୍ତାନର ଏହି ଡ୍ରୋନ୍‌କୁ ଝଟକା ଦେଇ ଖସାଇ ଦେଇଥିବା ସୂଚନା ମିଳିଛି।

Share this story