କେନ୍ଦ୍ର ସରକାରଙ୍କ ମଞ୍ଜୁରୀ କ୍ରମେ ସୁପ୍ରିମକୋର୍ଟରେ ନିଯୁକ୍ତି ହେଲେ ୩ ଜଣ ନୂଆ ବିଚାରପତି, ଜାଣନ୍ତୁ ସେମାନଙ୍କ ନାମ 
 

Centre Clears Appointment of Three New Supreme Court Judges
ସୁପ୍ରିମକୋର୍ଟରେ ନିଯୁକ୍ତି ହେଲେ ୩ ଜଣ ନୂଆ ବିଚାରପତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ସୁପ୍ରିମକୋର୍ଟରେ ଗୁରୁବାର ତିନିଜଣ ନୂତନ ବିଚାରପତି ନିଯୁକ୍ତ ହୋଇଛନ୍ତି। ଏହା ସହିତ କୋର୍ଟ ବର୍ତ୍ତମାନ ୩୪ ବିଚାରପତିଙ୍କ ସହ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବେ। 

ଅଧିକ ପଢନ୍ତୁ : ସୂର୍ଯ୍ୟ -ମଙ୍ଗଳ ଗୋଚର, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ

ଏହି ତିନିଜଣ ନୂତନ ବିଚାରପତି ହେଉଛନ୍ତି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଅଗଷ୍ଟିନ ଜର୍ଜ ମସିହ ଏବଂ ଗୌହାଟି ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସନ୍ଦୀପ ମେହେଟ୍ଟା। 

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

କେନ୍ଦ୍ର ସରକାରଙ୍କୁ ପଠାଯାଇଥିବା ନିଜ ପ୍ରସ୍ତାବରେ କୋଲେଜିୟମ କହିଥିଲେ ଯେ ସୁପ୍ରିମକୋର୍ଟରେ ମଞ୍ଜୁରୀପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୩୪। ବର୍ତ୍ତମାନ ଏଠାରେ ୩୧ ଜଣ ବିଚାରପତି ଅଛନ୍ତି। କୋର୍ଟରେ ବହୁ ସଂଖ୍ୟାରେ ମାମଲା ବିଚାରାଧୀନ ଅଛି।

ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ

କୋଲେଜିୟମ କହିଥିଲେ, ବିଚାରାଧୀନ ମାମଲାଗୁଡ଼ିକର ଦିନକୁ ଦିନ ସଂଖ୍ୟା ବୃଦ୍ଧି ହେତୁ ବିଚାରପତିମାନଙ୍କ ଉପରେ କାର୍ଯ୍ୟ ଭାର ଯଥେଷ୍ଟ ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି କୋଲେଜିୟମ ନାମ ସୁପାରିଶ କରିଥିଲେ, ଯେପରି କୋର୍ଟରେ ବିଚାରପତିଙ୍କର ପୂର୍ଣ୍ଣ ସଂଖ୍ୟା ରହିବ ଏବଂ କୌଣସି ବି ସମୟରେ ପଦବୀ ଖାଲି ପଡ଼ିବ ନାହିଁ।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
 

Share this story