ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ମଣିଷ ଛାତିରେ ଲାଗିଲା ଘୁଷୁରୀ ହାର୍ଟ, ଜାଣନ୍ତୁ କେଉଁଠି ?

ଓଡ଼ିଆ ଗସିପ୍ ବ୍ୟୁରୋ: ଏହି ସପ୍ତାହରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଛାତିରେ ସଫଳତାର ସହ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ କରି ଆମେରିକାର ଡାକ୍ତର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଖୁବ ଭଲ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ହୃଦୟ ପ୍ରତିରୋପଣରେ ଗୋଟିଏ ଘୁଷୁରୀର ହୃଦୟ ଜଣେ ମୃତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା ।
ସାରା ଦୁନିଆରେ ଏହି ଘଟଣା ଦ୍ୱିତୀୟ ଥର ପାଇଁ ହୋଇଥିବା ସୂଚନା ରହିଛି । କାରଣ ପୂର୍ବରୁ ମଧ୍ୟ ଗୋଟିଏ ଘୁଷୁରୀର ଅଙ୍ଗ ମଣିଷ ଶରୀରରେ ପ୍ରତିରୋପିତ ହୋଇସାରିଛି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ଗୋଟିଏ ନୂତନ ମାଇଲଖୁଣ୍ଟ ହେବ ବୋଲି ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ନ୍ୟୁଜ୍ ଏଜେନ୍ସି AFPରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜେନୋଟ୍ରାନ୍ସପ୍ଲାଣ୍ଟେସନ ନାମକ ପଶୁ ଅଙ୍ଗକୁ ମନୁଷ୍ୟ ଶରୀରରେ ପ୍ରତିରୋପଣ କରିବା ଦ୍ୱାରା ମାନବ ଅଙ୍ଗ ଦାନର କ୍ରନିକ ଅଭାବର ସମାଧାନ ହୋଇଯାଇପାରେ। ୧ ଲକ୍ଷରୁ ଅଧିକ ଆମେରିକୀୟ ଲୋକେ ଅଙ୍ଗ ପ୍ରତିରୋପଣ ପାଇଁ ୱେଟିଂ ଲିଷ୍ଟରେ ଅଛନ୍ତି ।
ଅପରେସନ ପୂର୍ବରୁ ମେରିଲ୍ୟାଣ୍ଡ ୟୁନିଭରସିଟି ପକ୍ଷରୁ ଶୁକ୍ରବାର ଦିନ ଏକ ବିବୃତ୍ତିରେ କୁହାଯାଇଛି ଯେ, ମେରିଲ୍ୟାଣ୍ଡ ସ୍କୁଲ ଅଫ୍ ମେଡିସିନ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କମାନେ ଏହି ସଫଳ ହୃଦୟ ପ୍ରତିରୋପଣ କରିଥିଲେ ।
ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି
ଏକଥା ମଧ୍ୟ କୁହାଯାଇଛି ଯେ, ଗତ ବର୍ଷ ଟ୍ରାନ୍ସପ୍ଲାଣ୍ଟ ହେବାର ଦୁଇ ମାସ ପରେ ପ୍ରଥମ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ନୂଆ ରିସର୍ଚର ସହିତ ଏହି ନୂତନ ଅପରେସନକୁ ବୁଧବାର ଦିନ କରାଯାଇଛି । ଯେଉଁଥିରେ ରୋଗୀ ଲରେନ୍ସ ଫକେଟ୍ ପୂର୍ବରୁ ଦିଆଯାଇଥିବା ଭାସ୍କୁଲାର ରୋଗ ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ଭଳି ଜଟିଳତା ହେତୁ ଦାନ ହୋଇଥିବା ମାନବ ହୃଦୟ ପାଇଁ ଅଯୋଗ୍ୟ ଥିଲେ।
ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଦୁଇ ସନ୍ତାନଙ୍କ ପିତା ଫକେଟ୍ ପୂର୍ବରୁ ହୃଦଘାତରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଏହା ମଧ୍ୟ କୁହାଯାଇଛି ଯେ, ଫକେଟ୍ ନିଜେ ନିଶ୍ୱାସ ନେଉଛନ୍ତି ଏବଂ ସହାୟକ ଉପକରଣ ବିନା ସାହାଯ୍ୟରେ ରୋପଣ କରାଯାଇଥିବା ନୂତନ ହୃଦୟ ଭଲ କାମ କରୁଛି । ସେ ଶରୀରକୁ ନୂତନ ଅଙ୍ଗକୁ କ୍ଷତି ପହଞ୍ଚାଇବା କିମ୍ବା ପ୍ରତ୍ୟାଖ୍ୟାନ ନକରିବା ପାଇଁ ପାରମ୍ପାରିକ ଆଣ୍ଟି-ପ୍ରତ୍ୟାଖ୍ୟାନ ଔଷଧ ସେବନ କରିବା ସହିତ ଏକ ନୂତନ ଆଣ୍ଟିବଡି ଥେରାପି ମଧ୍ୟ ଗ୍ରହଣ କରୁଛନ୍ତି।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
ସୂଚନା ମୁତାବକ, ସେ ଏବେ ସୁସ୍ଥ ଅଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହିତ ମଧ୍ୟ କଥାବାର୍ତ୍ତା କରୁଛନ୍ତି । ଡାକ୍ତରମାନେ ଏହା ଆଶା କରୁଛନ୍ତି ଯେ, ନୂଆ ଟେକ୍ନୋଲୋଜିର ସଫଳତା ପରେ ଏକ ଲକ୍ଷରୁ ଅଧିକ ଆମେରିକୀୟ ରୋଗୀ ବଞ୍ଚିବାର ନୂତନ ଆଶା ପାଇବେ। ଏହି ଖବର ଆମେରିକୀୟ ଲୋକଙ୍କୁ ମଧ୍ୟ ଖୁସି ପ୍ରଦାନ କରିଛି ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ