ଦୁଇ ଯୁବତୀଙ୍କୁ ଏକ ସାଙ୍ଗେ ବାହାହେଲେ ଯୁବକ, ଜାଣନ୍ତୁ ପୁରା ଘଟଣା...

this guy married two sister in maharashtra

ଓଡ଼ିଆ ଗସିପ ବ୍ୟୁରୋ: ମହାରାଷ୍ଟ୍ରରରେ ଏକ ଅଜବ ଘଟଣା ଘଟିଯାଇଛି । ଦୁଇ ଭଉଣୀକୁ ଗୋଟିଏ ବରକୁ ବିବାହ କରିଥିବା ଭିଡ଼ିଓ ଭାଇରାଲ ହୋଇଛି । ଏମିତି ଏକ ବାହାଘର ସୋଲାପୁରର ଯାଆଁଳା ଭଉଣୀ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ, ଯାହାର ଭିଡ଼ିଓ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି ।

ମହାରାଷ୍ଟ୍ରର ସୋଲପୁରରେ ଏହି ନିଆରା ବିବାହ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ମାଲସିରାସ ତାଲୁକାରେ ଆଇଟି ଇଞ୍ଜିନିୟର ଯାଆଁଳା ଭଉଣୀଙ୍କୁ ଶୁକ୍ରବାର ଦିନ ବିବାହ କରିଥିଲେ ।

ଏହି ବିବାହରେ ପୁଅ ଓ ଝିଅଙ୍କର କୌଣସି ଆପତ୍ତି ନଥିଲା । ସେମାନଙ୍କ ସହମତିରେ ଏହି ବାହାଘର ହୋଇଛି । ସୋସିଆଲ ମିଡିଆରେ ବିବାହ ଭିଡିଓ ଭାଇରାଲ ହେବା ପରେ ଉପଭୋକ୍ତାମାନେ ପଚାରୁଛନ୍ତି କି ଏହି ବିବାହ ବୈଧ୍ୟ କି ନୁହେଁ?

କୁହାଯାଉଛି ଯେ ଯାଆଁଳା ଭଉଣୀ ପିଙ୍କି ଏବଂ ରିଙ୍କେ ଆଇଟି ଇଞ୍ଜିନିୟର ଏବଂ ମୁମ୍ବାଇରେ କାମ କରନ୍ତି । ପିଲାଦିନରୁ ଗୋଟିଏ ଘରେ ଏକାଠି ରହୁଥିବାରୁ ଉଭୟ ଭଉଣୀ ଅତୁଲ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ୬ ବର୍ଷର ଶିଶୁ ପୁତ୍ର ସହ ଦୁଷ୍କର୍ମ, ବିସ୍କୁଟ ଖାଇବାକୁ ଦେଇ ଡାକିନେଇଥିଲା ନାବାଳକ ଆଉ ତା'ପରେ...

ଅତୁଲ ଏପରି ଯାଆଁଳା ଭଉଣୀଙ୍କ ନିକଟତର ହୋଇଥିଲେ ମରାଠୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର ଅତୁଲ ମାଲସିରାସ ତାଲୁକାର ବାସିନ୍ଦା । ତାଙ୍କର ମୁମ୍ବାଇରେ ଏକ ଟ୍ରାଭେଲ ଏଜେନ୍ସି ବ୍ୟବସାୟ ଅଛି ।

କିଛି ଦିନ ପୂର୍ବରୁ ପିତାଙ୍କ ମୃତ୍ୟୁ ପରେ ଝିଅମାନେ ନିଜ ମା'ଙ୍କ ସହିତ ରହୁଥିଲେ । ଥରେ ଯେତେବେଳେ ରିଙ୍କି ଏବଂ ପିଙ୍କିଙ୍କ ମା ଅସୁସ୍ଥ ହୋଇପଡିଥିଲେ, ଦୁହେଁ ଅତୁଲଙ୍କ କାର ବ୍ୟବହାର କରି ତାଙ୍କୁ ଡାକ୍ତରଖାନା ନେଇଥିଲେ । ଏହି ସମୟରେ ଅତୁଲ ଉଭୟ ଯାଆଁଳା ଭଉଣୀଙ୍କ ନିକଟତର ହୋଇଥିଲେ ଏବଂ ସେମାନଙ୍କୁ ଭଲ ପାଇ ବସିଥିଲେ ।

ଦେଖନ୍ତୁ ଭିଡ଼ିଓ :


ସେପଟେ ଏହି ବାହାଘର କୁ ନେଇ ସୋସିଆଲ ମିଡିଆରେ ବହୁତ ୟୁଜର କମେଣ୍ଟ କରିଛନ୍ତି । ସେମାନେ କହିଛନ୍ତି ବାହାଘର ପରେ ଦୁଇ ଭଉଣୀଙ୍କୁ ତାଙ୍କ ନାଁ ଡାକିବାରେ ବର କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଖାଲି ଏତିକି ନୁହେଁ ଲୋକେ ବାହାଘର ପରେ ଏମିତି ବହୁତ ଅଖାଡୁଆ ପ୍ରଶ୍ନ ମଧ୍ୟ କରିଛନ୍ତି ।

Share this story