ବେବି କେୟାର୍ ସେଣ୍ଟର୍ରେ ଭୟାବହ ଅଗ୍ନିକାଣ୍ଡ, ୧୨ ଜଣ ଶିଶୁ ଉଦ୍ଧାର, ୭ ନବଜାତ ଶିଶୁ ମୃତ, ୫ ଗୁରୁତର

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀରେ ବଡ଼ ଅଘଟଣ । ଦିଲ୍ଲୀ ବିବେକ ବିହାରରେ ଥିବା ଏକ ବେବି କେୟାର୍ ସେଣ୍ଟର୍ରେ ଭୟାବହ ଅଗ୍ନିକାଣ୍ଡ। ମଧ୍ୟରାତିରେ ମେଡିକାଲରେ ଲାଗିଲା ନିଆଁ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ୭ ଶିଶୁଙ୍କ ଜୀବନ । ଅଗ୍ନିକାଣ୍ଡରେ ଅନେକ ଶିଶୁ ଆହତ ହୋଇଥିବା ଅନୁମାନ କରାଯାଉଛି।
ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବେବି କେୟାର କେନ୍ଦ୍ରରେ ଲାଗିଥିବା ନିଆଁ ନିକଟସ୍ଥ ଏକ ଆବାସିକ କୋଠାକୁ ମଧ୍ୟ ବ୍ୟାପି ଯାଇଥିଲା। ଏହି କୋଠାରୁ ୧୧-୧୨ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା |
ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...
ପୋଲିସ ଓ ଦମକଳ ବାହିନୀ ବେବି କେୟାର ସେଣ୍ଟରରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେଥିରୁ ୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।
ପ୍ରାରମ୍ଭିକ ତଦନ୍ତରୁ ବେବି କେୟାର ସେଣ୍ଟର ନିକଟରେ ଥିବା ଆମ୍ବୁଲାନ୍ସରେ ଅକ୍ସିଜେନ ଗ୍ୟାସ ରିଫିଲିଂ ବେଳେ ବିସ୍ଫୋରଣର ହୋଇଥିଲା । ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ଯୋଗୁଁ ହସ୍ପିଟାଲରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଏହା ନିଶ୍ଚିତ ହୋଇନାହିଁ।
ଅଧିକ ପଢନ୍ତୁ : ଅତ୍ୟଧିକ ଖର୍ଚ୍ଚ କରି ଆର୍ଥିକ ସମସ୍ୟାରେ ପଡ଼ିବା ସହ ଏହି ରାଶି ଲୋକ ପାରିବାରିକ ସମସ୍ୟାର ଛନ୍ଦି ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ