୧୪୦୦ ଥର ଭୂମିକମ୍ପ ଅନୁଭୂତ ହୋଇ ଭାଙ୍ଗିଲା ରେକର୍ଡ, ଭୟରେ ପର୍ଯ୍ୟଟନ ସ୍ଥଳ ଛାଡ଼ି ପଳାଇଲେ ପର୍ଯ୍ୟଟକ

ଓଡ଼ିଆ ଗସିପ୍ ବ୍ୟୁରୋ: ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଦେଶରେ ୧୪୦୦ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିବାର ରେକର୍ଡ କରାଯାଇଛି। ଯାହାର ଫଳ ସ୍ୱରୂପ ଦେଶର ଅନ୍ୟତମ ଲୋକପ୍ରିୟ ଗନ୍ତବ୍ୟ ସ୍ଥାନ କୁହାଯାଉଥିବା "ବ୍ଲୁ ଲାଗୁନ୍" ବନ୍ଦ ହୋଇଯାଇଛି, ଭୂମିକମ୍ପ ଝଟକା ଅନୁଭୂତ ହେବାରେ ରେକର୍ଡ ଭାଙ୍ଗିଲା ଆଇସଲ୍ୟାଣ୍ଡ। କାରଣ ରେକଜାନେସ୍ ଉପଦ୍ୱୀପରେ ବିଗତ ୨୪ ଘଣ୍ଟାରେ ପ୍ରାୟ ୧୪୦୦ ଥର ଭୂମିକମ୍ପ ଅନୁଭୂତ ହୋଇଥିବାର ଜଣାପଡ଼ିଛି।
ଏଠାରେ ଏପରି ଧରଣର ଭୂମିକମ୍ପ ଅନୁଭୂତ ହୋଇଛି ଯାହାର ପ୍ରଭାବରେ ଆଗ୍ନେୟଗିରି ଉଦଗୀରଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଗତ ଗୁରୁବାର ମଧ୍ୟରାତ୍ରିରେ ଅନୁଭୂତ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପ ପରେ "ବ୍ଲୁ ଲାଗୁନ୍ ଜିଓଥର୍ମାଲ୍ ସ୍ପା" ଗତ ଗୁରୁବାର ଠାରୁ ଏକ ସପ୍ତାହ ପାଇଁ ବନ୍ଦ ରହିଥିଲା। ଏହା ପରେ ଆହୁରି ୮୦୦ ଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।

ପର୍ଯ୍ୟଟନ ସ୍ଥଳ ଛାଡ଼ି ପଳାଇଲେ ପର୍ଯ୍ୟଟକ
ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...
ଭୂକମ୍ପ ଝଟକା ଅନୁଭୂତ ହେବା ମାତ୍ରେ ଗତ ଗୁରୁବାର ରାତିରେ ପର୍ଯ୍ୟଟକ ସ୍ଥାନୀୟ ହୋଟେଲ ଏବଂ ରିସୋର୍ଟ ଠାରୁ ପଳାୟନ କରିଥିବା କୁହାଯାଉଛି। ଆଇସଲ୍ୟାଣ୍ଡ ନ୍ୟୁଜ୍ ୱେବସାଇଟ୍ "Vikurfréttir" ରିପୋର୍ଟ ଅନୁସାରେ ପ୍ରାୟ ୪୦ ଅତିଥି ରାତାରାତି ପଳାୟନ କରିଛନ୍ତି।
ତରବରରେ ନିଷ୍ପତ୍ତି ନେଇଥିଲା "ବ୍ଲୁ ଲାଗୁନ୍"
ଏନେଇ ପ୍ରତିକ୍ରିୟା ରଖି "ବ୍ଲୁ ଲାଗୁନ୍" ମୁଖପାତ୍ର କହିଛନ୍ତି ଯେ ବୁଧବାର ରାତିରେ ଅତିଥିଙ୍କ ପାଇଁ ହୋଇଥିବା ବ୍ୟାଘାତ' ଏବଂ ଆମର କର୍ମଚାରୀଙ୍କ ଉପରେ ଦୀର୍ଘ ଦିନର କାର୍ଯ୍ୟର ଚାପ' କାରଣରୁ ସଂସ୍ଥାର କାର୍ଯ୍ୟକୁ ଏକ ସପ୍ତାହ ପାଇଁ ସାମୟିକ ଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। "ବ୍ଲୁ ଲାଗୁନ୍" ଆଗାମୀ ଦିନରେ ଭୂକମ୍ପ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବ ଏବଂ ସେହି ଅନୁଯାୟୀ ସ୍ଥିତିର ପୁନଃ ମୂଲ୍ୟାଙ୍କନ କରିବ।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
କେତେ ଥର ଅନୁଭୂତ ହୋଇଛି ଭୂମିକମ୍ପ ଝଟକା
ଗତ ମାସ ୨୫ ତାରିଖରୁ ଆଇସଲ୍ୟାଣ୍ଡର ଦକ୍ଷିଣ-ପଶ୍ଚିମ ଭାଗରେ ପ୍ରାୟ ୨୨ ହଜାର ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବାର ରେକର୍ଡ କରାଯାଇଛି। ଗତ ଗୁରୁବାର ଆଇସଲ୍ୟାଣ୍ଡ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ମଧ୍ୟରାତ୍ରୀରେ ୮୦୦ ଭୂକମ୍ପ ଏବଂ ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୦୦ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାର ରେକର୍ଡ କରାଯାଇଛି। ଭୂକମ୍ପ ସହ ଜଡି଼ତ କାର୍ଯ୍ୟକଳାପ ଜାରି ରହିବ ବୋଲି ଆଶା କରାଯାଉଥିଲ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଆଗ୍ନେୟଗିରି ଉଦ୍ଗୀରଣ ହେବାର ଖବର ଆସିନାହିଁ।
"ବ୍ଲୁ ଲାଗୁନ୍" କାହିଁକି ଏତେ ପ୍ରସିଦ୍ଧ?
ଯଦିଓ ଆଇସଲ୍ୟାଣ୍ଡ ଠାରେ ଅବସ୍ଥିତ ରହିଥିବା ଅନେକ ସ୍ଥାନ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ମାତ୍ର "ବ୍ଲୁ ଲାଗୁନ୍" ପର୍ଯ୍ୟଟକଙ୍କ ଲାଗି ଏକ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି। ଯାହା ହେଉଛି ଏକ "ଜିଓଥର୍ମାଲ୍ ସ୍ପା"। ଯିଏ ଏହାର ଦୁଗ୍ଧ ନୀଳ ଜଳ ପାଇଁ ପସନ୍ଦ। ଏହାର ତାପମାତ୍ରା ବର୍ଷସାରା ୧୦୨ ଡିଗ୍ରୀ ଫାରେନହାଇଟ୍ ଅର୍ଥା ୩୮.୮୮ ଡିଗ୍ରୀ ସେଲସିୟସ୍ ରହିଥାଏ। ଏହି ପାଣିରେ ସିଲିକା ଏବଂ ଅନେକ ଖଣିଜ ପଦାର୍ଥ ଅଛି। ଯାହା ଆପଣଙ୍କ ତ୍ୱଚା ପାଇଁ ଉପକାରୀ ବୋଲି ବିବେଚନା କରାଯାଏ। ଏହି ପର୍ଯ୍ୟଟନ ସ୍ଥାନ ପର୍ଯ୍ୟଟକଙ୍କୁ ସ୍ୱତଃ ପ୍ରବୃତ୍ତ ଭାବରେ ଆକର୍ଷିତ କରିଥାଏ। ହେଲେ ଏହା ହଠାତ୍ ବନ୍ଦ ହୋଇଯିବା ଚର୍ଚ୍ଚାର ମୁଖ୍ୟ କାରଣ ପାଲଟିଛି।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!