ଜନ୍ମରୁ ଶିଶୁଙ୍କ ଆଖି ଟେରାପଣ କାହିଁକି ହୋଇଥାଏ? ଜାଣନ୍ତୁ ଏହା ଜନ୍ମଗତ ତ୍ରୁଟି ନା ଆଉ କଣ...
ଓଡ଼ିଆ ଗସିପ୍ ବ୍ୟୁରୋ: ଟେରାପଣକୁ ନେଇ ଲୋକଙ୍କ ମନରେ ଅନେକ ଅନ୍ଧବିଶ୍ବାସ ମଧ୍ୟ ରହିଛି। ଯେପରିକି ଗର୍ଭାବସ୍ଥାରେ ମହିଳା ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଦେଖୁଦେଇଥଲେ ଜନ୍ମିତ ଶିଶୁର ଆଖି ଟେରା ହୋଇଯାଏ। ମାତ୍ର ଏସବୁ ସମ୍ପୂର୍ଣ୍ଣ ଭୁଲ ଧାରଣା ବୋଲି ଆଧୁନିକ ଯୁଗରେ ମାନା ଯାଏ।
ଇଂରାଜୀରେ ଟେରାପଣକୁ ସ୍କୁଇଣ୍ଡ (Squint) ଓ ମେଡିକାଲ ଭାଷାରେ ଷ୍ଟାବିସ୍ମସ୍ (strabismus) ବୋଲି କୁହାଯାଏ । ଟେରାପଣକୁ ଲୋକେ ଜନ୍ମଗତ ତ୍ରୁଟି ଭାବି ଏହାର ଚିକିତ୍ସା ଅସମ୍ଭବ ବୋଲି ଭାବିଥା'ନ୍ତି, ଫଳରେ ଏହାର ଚିକିତ୍ସା କରାଇନଥା'ନ୍ତି । ତେବେ ଆସନ୍ତୁ ଜାଣିବା ଟେରାପଣ କାହିଁକି ହୋଇଥାଏ?
ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ
ଟେରାପଣ କାହିଁକି ହୋଇଥାଏ?
ସୂଚନା ମୁତାବକ ମଣିଷ ଶରୀରର ଦୁଇ ଆଖୁରେ ୬ଟି ମାଂସପେଶୀ ରହିଛି, ଯେଉଁମାନେ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି ସନ୍ତୁଳିତ ଉପାୟରେ ଉପରକୁ, ତଳକୁ, ବାମ ଓ ଡାହାଣ ଆଡ଼କୁ ନିୟନ୍ତ୍ରଣ ହୋଇଥାଆନ୍ତି। ଯେତେବେଳେ ଏମାନଙ୍କ ଭିତରେ ସନ୍ତୁଳନର ଅଭାବ ଦେଖାଯାଏ, ସେତେବେଳେ ଗୋଟେ ପଟ ଆଖୁର ଡୋଳା ସିଧା ଥିବା ବେଳେ ଆଉ ଗୋଟେ ଆଖୁର ଡୋଳା ଅନ୍ୟ ଆଡ଼କୁ ଥାଏ, ଯାହାକୁ ଟେରାପଣ ବୋଲି କୁହାଯାଏ।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...
ସାଧାରଣତଃ ଜନ୍ମରୁ ଅଧିକାଂଶ ପିଲାଙ୍କର ଟେରାପଣ ସମସ୍ୟା ଥାଏ, ଯାହାକି ଧୀରେ ଧୀରେ କମିଯାଏ। କେତେକ କ୍ଷେତ୍ରରେ କମି ନଥାଏ। ଏହାଛଡ଼ା ଆଖୁର ସ୍ନାୟୁରେ ସମସ୍ୟା ହେଲେ ମଧ୍ୟ ଟେରାପଣ ହୋଇପାରେ। ପ୍ରସବ ବେଳେ ଅତ୍ୟଧିକ ଯନ୍ତ୍ରଣା ହେଲେ ଶିଶୁର ଆଖୁର ମାଂସପେଶୀ ପ୍ରଭାବିତ ହୋଇଥାଏ, ଫଳରେ ଟେରାପଣ ହୋଇପାରେ।
ଟେରାପଣର ସାଧାରଣତଃ ଦୁଇ ପ୍ରକାର ହୋଇଥାଏ, ଇସୋଟ୍ରୋପିଆ (Esotropia) ଓ ଏକ୍ନୋଟ୍ରୋପିଆ (Exotropia)।
ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଇସୋଟ୍ରୋପିଆରେ ଆଖୁର ଡୋଳା ଭିତର ଆଡ଼କୁ ବା ନାକ ଆଡ଼କୁ ଥାଏ। ଏହାର ଚିକିତ୍ସା ହୋଇନପାରିଲେ ଦୃଷ୍ଟି ଶକ୍ତି କମିଯିବାର ଆଶଙ୍କା ଥାଏ। ଏଭଳି ଟେରାପଣ ହେଲେ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ ପଡିଥାଏ ଅନ୍ୟ ପକ୍ଷରେ ଆଖୁର ଡୋଳା ଦୁଇଟି ବାହାର ଆଡ଼କୁ ଥାଏ। ତେବେ ଟେରାପଣର ଚିକିତ୍ସା ଯେତେ ଶୀଘ୍ର ଆରମ୍ଭ କରାଯାଇ ଥାଏ , ତାହା ସଫଳ ହେବାର ଆଶା ଅଧିକ ହୋଇଥାଏ।
ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ