ଷ୍ଟ୍ରୋକ୍ ହେବାର ଅଧିକ ଆଶଙ୍କା ରହିଥିଏ ଏହି ବ୍ଲଡ଼ ଗୃପର ଲୋକଙ୍କୁ, ଜାଣନ୍ତୁ କାହିଁକି 
 

This blood group people have a higher risk of stroke know why
ଏହି ବ୍ଲଡ ଗୃପର ଲୋକଙ୍କୁ କାହିଁକି ଷ୍ଟ୍ରୋକର ଅଧିକ ବିପଦ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦିନକୁ ଦିନ ଯିବା ପିଢିଙ୍କୁ ଷ୍ଟ୍ରୋକ୍ ହେବା ଏକ ସାଧାରଣ କଥା ହୋଇଗଲାଣି। ଷ୍ଟ୍ରୋକ୍ ହେବାର ଅନେକ କାରଣ ରହିଥାଏ ପାରେ। ହେଲେ ଏହା ଏକ ବିପଜ୍ଜନକ ପରିସ୍ଥିତି। ଅନେକ କ୍ଷେତ୍ରରେ, ଷ୍ଟ୍ରୋକରେ ପୀଡିତ ବ୍ୟକ୍ତି ମଧ୍ୟ ମରିଯାଆନ୍ତି। ମସ୍ତିଷ୍କରେ ରକ୍ତ ସଞ୍ଚାଳନର ଅଭାବ ହେତୁ ଷ୍ଟ୍ରୋକ ହୁଏ।

ଭାରତ ସମେତ ବିଶ୍ୱରେ ପ୍ରତିବର୍ଷ ଏହି ରୋଗର ସଂଖ୍ୟା ବୃଦ୍ଧି ପାଉଛି। କୋଭିଡ ପରେ ପରିସ୍ଥିତି ଆହୁରି ବିପଜ୍ଜନକ ହୋଇପଡ଼ିଛି।

ବର୍ତ୍ତମାନ ଏହି ରୋଗ ବିଷୟରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି। ଅନୁସନ୍ଧାନ ଅନୁଯାୟୀ, ଷ୍ଟ୍ରୋକ ହେବାର ଆଶଙ୍କା କେବଳ ଜଣେ ବ୍ୟକ୍ତିଙ୍କ ବ୍ଲଡ୍ ଗ୍ରୁପ ଦ୍ୱାରା ଚିହ୍ନଟ ହୋଇପାରିବ।

ନ୍ୟୁରୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଶରୀରରେ ଉପସ୍ଥିତ ଥିବା ସମସ୍ତ ବ୍ଲଡ୍ ଗ୍ରୁପ ଉପରେ ଏକ ଅନୁସନ୍ଧାନ କରାଯାଇଥିଲା। ଯେଉଁଥିରେ କୁହାଯାଇଛି ଯେ A ବ୍ଲଡ ଗ୍ରୁପ ଥିବା ଲୋକଙ୍କର ୬୦ ବର୍ଷ ବୟସ ପୂର୍ବରୁ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥାଏ।

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ଏହି ଅନୁସନ୍ଧାନରେ, ୧୮ ରୁ ୫୯ ବର୍ଷ ବୟସ ମଧ୍ୟରେ ୧୮ ହଜାର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଯେଉଁମାନେ ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହୋଇଥିଲା।

ଅନୁସନ୍ଧାନରେ ଲୋକଙ୍କ ବ୍ଲଡ ଗ୍ରୁପ ଚିହ୍ନଟ ହୋଇଥିଲା। ଏଥିରେ, ଏହା ଦେଖାଗଲା ଯେ ଅନ୍ୟ ଲୋକଙ୍କ ତୁଳନାରେ A ବ୍ଲଡ ଗ୍ରୁପ ଥିବା ଲୋକଙ୍କ ପାଇଁ ଷ୍ଟ୍ରୋକ୍ ହେବାର ଆଶଙ୍କା ୧୬ ପ୍ରତିଶତ ଅଧିକ। ଆଉ ଯେଉଁମାନଙ୍କର ବ୍ଲଡ ଗ୍ରୁପ O1, ସେମାନଙ୍କୁ ଷ୍ଟ୍ରୋକ୍ ହେବାର କମ୍ ଆଶଙ୍କା ରହିଛି।

ଟାଇପ୍ B ବ୍ଲଡ ଗ୍ରୁପକୁ ଷ୍ଟ୍ରୋକର ବିପଦ ନାହିଁ...

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଟାଇପ୍ ବି ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କଠାରେ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ନାହିଁ। ହେଲେ A ବ୍ଲଡ ଗ୍ରୁପ ଲୋକଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିଛି। ଏମିତି ପରିସ୍ଥିତିରେ ସେମାନେ ନିଜ ଉପରେ ଧ୍ୟାନ ଦେବାର ଆବଶ୍ୟ ରହିଛି। ସମୟ ସମୟରେ ଏମାନେ ନିଜ ବିପି ଯାଞ୍ଚ କରିବାର ମଧ୍ୟ ଆବଶ୍ୟକ ରହିଛି।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

A ବ୍ଲଡ ଗ୍ରୁପ ଲୋକଙ୍କୁ କାହିଁକି ଅଧିକ ବିପଦ?

ଅନୁସନ୍ଧାନରୁ ଏହା ଜଣାପଡ଼ିଛି ଯେ A ବ୍ଲଡ ଗ୍ରୁପ ଥିବା ଲୋକଙ୍କର ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ, କିନ୍ତୁ ଏହାର କାରଣ କ’ଣ? ଏହି ପରିପ୍ରେକ୍ଷୀରେ ଡାକ୍ତରମାନେ କହିଛନ୍ତି ଯେ ପ୍ଲେଟଲେଟ୍ ଏବଂ ରକ୍ତଭଣ୍ଡାର ତଥା ଅନ୍ୟାନ୍ୟ କାରଣରୁ ଏହା ହୋଇପାରେ।

ଅନ୍ୟ ଗ୍ରୁପର ଲୋକଙ୍କ ତୁଳନାରେ A ଗ୍ରୁପର ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଅଧିକ। ଯେଉଁ କାରଣରୁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଦ୍ବାରା ଷ୍ଟ୍ରୋକ୍ ହୁଏ। ତଥାପି, ଏହି ତଥ୍ୟ ସମ୍ବନ୍ଧରେ ଅଧିକ ଗବେଷଣା ଆବଶ୍ୟକ ଅଛି।

ଅନୁସନ୍ଧାନରେ ଜଡିତ ପ୍ରଫେସର ଡକ୍ଟର ଷ୍ଟିଭେନ୍ କିଟନର୍ କହିଛନ୍ତି ଯେ ଷ୍ଟ୍ରୋକ୍ ପରେ ମୃତ୍ୟୁ ହେବାର ଆଶଙ୍କା ବହୁତ ଅଧିକ, ବଞ୍ଚିଥିବା ଲୋକ ଜୀବନସାରା କିଛି କିମ୍ବା ଅନ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏଭଳି ପରିସ୍ଥିତିରେ, ଉଚ୍ଚ ବିପଦ ଥିବା ବ୍ଲଡ ଗ୍ରୁପ ଥିବା ବ୍ୟକ୍ତିମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଜରୁରୀ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...

ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ...

୧. ହଠାତ୍ ପ୍ରବଳ ମୁଣ୍ଡବିନ୍ଧା ହେବା।

୨. କହିବାରେ ଅସୁବିଧା ହେବା।

୩. ଦେଖିବାରେ କଷ୍ଟ ଅନୁଭବ କରିବା।

୪. ମୁଖରେ ଅସ୍ଥିରତା ଆସିବା।

ଏଭଳି ସମସ୍ୟା ସହିତ ଲଢୁଥିବା ବ୍ୟକ୍ତି ବିଳମ୍ବ ନକରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକ ରହିଛି। ଠିକ ସମୟରେ ଚିକିତ୍ସା କରିବା ଦ୍ବାରା ବ୍ରେନ୍ ଷ୍ଟ୍ରୋକ୍‌ରୁ ମୁକ୍ତି ମିଳିପାରିବ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

Share this story