ପ୍ରଭୁ ନନ୍ଦୀଙ୍କ କାନରେ ଏପରି କୁହନ୍ତୁ କଥା: ତୁରନ୍ତ ପୂରଣ ହେବ ମନସ୍କାମନା

ଓଡ଼ିଆ ଗସିପ ବ୍ୟୁରୋ: ଭଗବାନ ଶିବଙ୍କର ଅତି ପ୍ରିୟ ବାହନ ନନ୍ଦୀ । ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ ଯେ ନନ୍ଦୀ ମହାରାଜ ସବୁବେଳେ ଭଗବାନ ଶଙ୍କର ଙ୍କ ସହିତ ରୁହନ୍ତି । ଏହି କାରଣରୁ ପ୍ରତି ଶିବ ମନ୍ଦିର ସମ୍ମୁଖରେ ନନ୍ଦୀଙ୍କ ମୂର୍ତ୍ତି ନିଶ୍ଚିତ ଭାବରେ ପୂଜା କରାଯାଇଥାଏ । ଶିବ ମନ୍ଦିରରେ ଦ୍ୱାରପାଳ ଭାବରେ ବିରାଜିତ ଥାଆନ୍ତି ନନ୍ଦି ମହାରାଜ । ଶିବଙ୍କ ପୂଜା ସହିତ ତାଙ୍କ ବାହନ ନନ୍ଦୀଙ୍କୁ ମଧ୍ୟ ପୂଜା କରାଯାଇଥାଏ ।
ଲୋକଙ୍କର ବିଶ୍ୱାସ ରହିଛି ଯେ, ନନ୍ଦୀଙ୍କୁ ପୂଜା ନକଲେ ପୂଜା ଅଧା ଅଧୁରା ରହିଯାଏ । ଅନେକ ସମୟରେ ପ୍ରତି ଶିବ ମନ୍ଦିରରେ ଆପଣ ଏହା ନିଶ୍ଚେ ଦେଖିଥିବେ ଯେ, ମହାଦେବଙ୍କୁ ପୂଜା କରିବାକୁ ଆସୁଥିବା ଭକ୍ତମାନେ ନନ୍ଦୀ ମହାରାଜଙ୍କୁ ପ୍ରଣାମ କରିବା ସହ ତାଙ୍କ କାନରେ କିଛି ମନର କଥା କହିଥାନ୍ତି । ବିଶ୍ୱାସ କରାଯାଏ ଯେ, ନନ୍ଦୀଙ୍କ କାନରେ ମନର ଇଚ୍ଛା କହିବା ଦ୍ୱାରା ତାହା ଖୁବ ଶୀଘ୍ର ପୂରଣ ହୁଏ ।
କିନ୍ତୁ କିଛି ଜଣଙ୍କ ଇଚ୍ଛା ତୁରନ୍ତ ପୂରଣ ନହେବା ମଧ୍ୟ ଦେଖିବାକୁ ମିଳେ । କାରଣ ସେମାନେ ସଠିକ ଉପାୟରେ ନନ୍ଦୀଙ୍କ କାନରେ କଥା କହିନଥାନ୍ତି । ତେଣୁ ଆଜି ଆପଣଙ୍କୁ ଜଣାଇବୁ ଆପଣ କିପରି ନନ୍ଦୀଙ୍କ କାନରେ ସଠିକ ଭାବରେ ମନର କଥା କହିବେ ।
ଅଧିକ ପଢ଼ନ୍ତୁ: ଆପଣଙ୍କ ରାଶିରେ ଶନିଙ୍କ ପ୍ରଭାବ କିପରି ରହୁଛି; ଯଦି ଶକ୍ତିଶାଳୀ ତା'ହେଲେ ଭଲ? ଦୁର୍ବଳ ହେଲେ ମିଳେ ଏହି ସଙ୍କେତ
ଧାର୍ମିକ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କ ବାହନ ନନ୍ଦୀଙ୍କ କାନରେ ଇଚ୍ଛା କହିବାର କିଛି ସଠିକ୍ ଉପାୟ କୁହାଯାଇଛି । ଯଦି ଏହି ପଦ୍ଧତିକୁ ଭକ୍ତମାନେ ଗ୍ରହଣ କରି ମନର ଇଚ୍ଛା ପ୍ରକାଶ କରିବେ ତେବେ ତାହା ଖୁବ୍ ଶୀଘ୍ର ପୂରଣ ହୋଇଥାଏ ।
ତେବେ ପ୍ରଥମ ସୁତ୍ର ଏହା ଯେ, ଯଦି ଆପଣ ଶିବ ମନ୍ଦିରକୁ ଯାଉଛନ୍ତି ତେବେ ପ୍ରଥମେ ମହାଦେବଙ୍କ ବାହନ ନନ୍ଦୀଙ୍କୁ ପୂଜା କରନ୍ତୁ । ନନ୍ଦୀଙ୍କୁ ପୂଜା ନକରି କେବଳ ଶିବଲିଙ୍ଗଙ୍କୁ ପୂଜା କଲେ ଆପଣଙ୍କ ମନସ୍କାମନା ପୂରଣ ହେବନାହିଁ । ଶିବଲିଙ୍ଗଙ୍କୁ ଯଥା ବିଧିରେ ପୂଜା କରିବା ପରେ ନିଶ୍ଚିତ ଭାବରେ ମହାଦେବଙ୍କ ବାହନ ନନ୍ଦୀଙ୍କ ସାମ୍ନାରେ ଏକ ଦୀପ ଜାଳନ୍ତୁ । ଏହା ସହିତ ମହାଦେବଙ୍କ ଆରତୀ କରିବା ସମେତ ତାଙ୍କ ବାହନ ନନ୍ଦୀଙ୍କ ନିକଟରେ ମଧ୍ୟ ଆରତୀ କରନ୍ତୁ ।
ଭଗବାନ ଶିବଙ୍କୁ କିମ୍ୱା ବାହନ ନନ୍ଦୀଙ୍କ ନିକଟରେ ପୂଜା-ଆରତୀ କରିବା ସମୟରେ ଅନ୍ୟମନସ୍କ ରୁହନ୍ତୁ ନାହିଁ । ଅତ୍ୟନ୍ତ ଏକାଗ୍ରତାର ସହ ପବିତ୍ର ମନରେ ଆପଣଙ୍କ ଇଚ୍ଛା ପ୍ରକାଶ କରନ୍ତୁ । ଏହା ବିଶ୍ୱାସ କରାଯାଏ ଯେ, ଭଗବାନ ଶିବ ତାଙ୍କର ଅଧିକାଂଶ ସମୟ ଧ୍ୟାନରେ ବିତାଇଥାନ୍ତି । ଯେପରି ମହାଦେବଙ୍କ ଧ୍ୟାନରେ ବାଧା ନଉପୁଜେ ସେଥିପାଇଁ ଲୋକମାନେ ନନ୍ଦୀଙ୍କ କାନରେ ସେମାନଙ୍କର ମନର କଥା ପରିପ୍ରକାଶ କରିଥାନ୍ତି । ତାପରେ ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା ଓ ଭୋଗ ଲାଗି କରନ୍ତି ।
ଅଧିକ ପଢ଼ନ୍ତୁ: ଆକାଶବାଣୀର ଶ୍ରୋତାଙ୍କୁ ପ୍ରତାରଣା : ବନ୍ଦ ହେଲା ପ୍ରମୁଖ ‘ଏଫ୍ଏମ୍ ରେନ୍ବୋ’ର ସମସ୍ତ କାର୍ଯ୍ୟକ୍ରମ
ଏଥି ସହିତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଭଗବାନ ଶିବ ନିଜେ ନନ୍ଦୀଙ୍କୁ ବର ଦେଇଛନ୍ତି ଯେ, ଯେଉଁ ଭକ୍ତ ତୁମର କାନରେ ତାର ମନର ଇଚ୍ଛା ପରିପ୍ରକାଶ କରିବେ ତାଙ୍କର ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହେବ । ନନ୍ଦୀଙ୍କ କାନରେ କଥା କହିବାର ଆଉ ଏକ ନିୟମ ମଧ୍ୟ ରହିଛି । ମନେରଖନ୍ତୁ ଯେ ନନ୍ଦୀଙ୍କ କାନରେ ମନର ଇଚ୍ଛା କହିବା ବେଳେ ସର୍ବଦା ନନ୍ଦୀଙ୍କ ବାମ ପଟ କାନରେ କହିବା ଉଚିତ୍ । ବାମ କାନରେ ମନର ଇଚ୍ଛା କହିବା ଅଧିକ ଶୁଭ ବୋଲି ବିବେଚନା କରାଯାଏ ।
ଆଉ ଏକ କଥା ଏହା ଯେ, ନନ୍ଦୀଙ୍କ କାନରେ ଏପରି କିଛି କଥା ପରିପ୍ରକାଶ କରନ୍ତୁ ନାହିଁ ଯାହା ଅନ୍ୟର କ୍ଷତି ପହଞ୍ଚାଇବ । ଏପରି କରିବା ଦ୍ୱାରା ଲାଭ ପରିବର୍ତ୍ତେ କ୍ଷତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଭଗବାନଙ୍କ ବାହନ ନନ୍ଦୀଙ୍କୁ ମନର କଥା କହିବା ପରେ ତାଙ୍କ ସାମ୍ନାରେ ଫୁଲ, ଫଳ, ଏବଂ ଟଙ୍କା ଦାନ କରିବା ଦ୍ୱାରା ନନ୍ଦୀ ଖୁବ୍ ଖୁସି ହୋଇଥାନ୍ତି ।