Odia Gossip https://odiagossip.com Sun, 18 Oct 2020 12:36:37 +0000 en-US hourly 1 https://wordpress.org/?v=5.5.1 ବ୍ୟକ୍ତିଗତ ଋଣ ନେଉଥିଲେ ସାବଧାନ! https://odiagossip.com/ask-yourself-before-taking-a-persona-loan/ https://odiagossip.com/ask-yourself-before-taking-a-persona-loan/#respond Sun, 18 Oct 2020 12:34:40 +0000 https://odiagossip.com/?p=14600

ଓଡ଼ିଆ ଗସିପ ବ୍ୟୁରୋ:  ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ଏକ ଅସୁରକ୍ଷିତ ଲୋନ୍। ମେଡିକାଲ ଖର୍ଚ୍ଚ,କୌଣସି ଦାମୀ ସାମଗ୍ରୀ କ୍ରୟ କିମ୍ବା ଭ୍ରମଣ ପାଇଁ ଆପଣ ଏହି ଲୋନ୍ ନେଇ ପାରିବେ। କିଛି ବ୍ୟକ୍ତି ପୁରୁଣା ଲୋନ୍ ଶୁଝିବା ପାଇଁ ମଧ୍ୟ ପର୍ସନାଲ ଲୋନ୍ ନେଇଥାନ୍ତି। ଏହି ଲୋନରେ ମିଳୁଥିବା ରାଶିକୁ ଆପଣ ନିଜ ଇଛାମୁତାବକ ଖର୍ଚ୍ଚ କରିପାରିବେ। ତେଣୁ ଅନେକ ବ୍ୟକ୍ତି ଏହି ଲୋନକୁ ପସନ୍ଦ କରିଥାନ୍ତି। ବ୍ୟକ୍ତିଗତ ଋଣ ପାଇଁ ଯୋଗ୍ୟତା ପର୍ସନାଲ […]

The post ବ୍ୟକ୍ତିଗତ ଋଣ ନେଉଥିଲେ ସାବଧାନ! appeared first on Odia Gossip.

]]>

ଓଡ଼ିଆ ଗସିପ ବ୍ୟୁରୋ:  ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ଏକ ଅସୁରକ୍ଷିତ ଲୋନ୍।

ମେଡିକାଲ ଖର୍ଚ୍ଚ,କୌଣସି ଦାମୀ ସାମଗ୍ରୀ କ୍ରୟ କିମ୍ବା ଭ୍ରମଣ ପାଇଁ ଆପଣ ଏହି ଲୋନ୍ ନେଇ ପାରିବେ।

କିଛି ବ୍ୟକ୍ତି ପୁରୁଣା ଲୋନ୍ ଶୁଝିବା ପାଇଁ ମଧ୍ୟ ପର୍ସନାଲ ଲୋନ୍ ନେଇଥାନ୍ତି।

ଏହି ଲୋନରେ ମିଳୁଥିବା ରାଶିକୁ ଆପଣ ନିଜ ଇଛାମୁତାବକ ଖର୍ଚ୍ଚ କରିପାରିବେ।

ତେଣୁ ଅନେକ ବ୍ୟକ୍ତି ଏହି ଲୋନକୁ ପସନ୍ଦ କରିଥାନ୍ତି।

ବ୍ୟକ୍ତିଗତ ଋଣ ପାଇଁ ଯୋଗ୍ୟତା

ପର୍ସନାଲ ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଆପଣଙ୍କ ଆର୍ଥିକ କ୍ଷମତାର ଯାଂଚ କରିଥାଏ।

ଆପଣଙ୍କ ପେଶା,ଚାକିରି ଓ ଆର୍ଥିକ ସ୍ଥିତି ତଥା ଲୋନ୍ ଶୁଝିବା କ୍ଷମତା ବାବଦରେ ବ୍ୟାଙ୍କ ତଥ୍ୟ ନେଇଥାଏ।

ଏହା ସହ ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରିର ମଧ୍ୟ ଯାଞ୍ଚ ହୋଇଥାଏ ।

ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଜାଣିବାକୁ ଚେଷ୍ଟା କରିଥାଏ ଯେ, ଆପଣ ଲୋନ୍ ଶୁଝିବାକୁ ସକ୍ଷମ ଅଟନ୍ତି।

ତେବେ ଏହି ଲୋନ୍ ନେବା ପୂର୍ବରୁ କିଛି କଥା ଧ୍ୟାନରେ ରଖନ୍ତୁ।

ବ୍ୟକ୍ତିଗତ ଋଣ ଓ ସୁଧ ହାର

ପର୍ସନାଲ ଲୋନ୍ ନେବା ପୂର୍ବରୁ ସୁଧ ହାର ଉପରେ ସବୁବେଳେ ଧ୍ୟାନ ଦିଅନ୍ତୁ।

ପର୍ସନାଲ ଲୋନ୍ ଉପରେ ସୁଧ ହାର ସବୁବେଳେ ଅଧିକ ହୋଇଥାଏ।

ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି ଇତିହାସକୁ ନେଇ ଏହା ୧୩ ପ୍ରତିଶତରୁ ୨୨ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ।

ଯଦି ଅଧିକ ଲୋନ୍ ନାହିଁ ତେବେ ସୁଧ କମ ହୋଇଥାଏ

ଋଣ ବା ଲୋନ ରାଶି

ଆପଣଙ୍କ ଲୋନ୍ ରାଶି ଆପଣ କେଉଁ ବିକଳ୍ପ ବାଛନ୍ତି ତା’ଉପରେ ନିର୍ଭର କରିଥାଏ।

ପର୍ସନାଲ ଲୋନର ଅନେକ ଫାଇଦା ରହିଛି।

ଆପଣ କେଇ ହଜାର ଟଙ୍କାରୁ ଲକ୍ଷାଧିକ ଟଙ୍କା ଲୋନ୍ ଭାବେ ନେଇ ପାରିବେ।

ତେବେ ବ୍ୟାଙ୍କ ଆପଣଙ୍କୁ କେତେ ଟଙ୍କା କରଜ ଦେବ ତାହା ଆପଣଙ୍କ ଲୋନ୍ ଶୁଝିବା ଇତିହାସ ଉପରେ ନିର୍ଭର କରିଥାଏ।

ଯଦି ଆପଣଙ୍କର କମ ଟଙ୍କା ଆବଶ୍ୟକ ତେବେ କ୍ରେଡିଟ୍ କାର୍ଡ୍ ଲୋନ୍ ସବୁଠୁ ଭଲ।

ଲୋନ୍ ରାଶି ଆପଣଙ୍କ କ୍ରେଡିଟ୍ କାର୍ଡର ବଳକା ସୀମା ଉପରେ ନିର୍ଭର କରିଥାଏ।

ତେଣୁ ଆପଣ ଯଦି ସେହି ସୀମାଠାରୁ ଅଧିକ ଟଙ୍କା ମାଗିବେ ତେବେ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଦେଇ ନପାରେ।

ଋଣ ସୁଝିବାର ସମୟସୀମା

ପର୍ସନାଲ ଲୋନ୍ ଅବଧି ୧ରୁ ୫ ବର୍ଷ ହୋଇଥାଏ।

ଏହି ଅବଧି ଭିତରେ ଆପଣଙ୍କୁ ଟଙ୍କା ଶୁଝିବାକୁ ପଡ଼ିଥାଏ।

ଋଣ ପାଇଁ ଆବଶ୍ୟକ ଦସ୍ତାବିଜ୍ ବା କାଗଜପତ୍ର

ପର୍ସନାଲ ଲୋନ୍- ଲୋନ୍ ପାଇଁ ଆପଣଙ୍କୁ ପାନ୍‌ କାର୍ଡ, ୬ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ, ପରିଚୟପତ୍ର ଓ ଠିକଣାର ପ୍ରମାଣ ତଥା ୩ ବର୍ଷର ଆଇଟିଆର ଦେବାକୁ ପଡ଼ିଥାଏ।

The post ବ୍ୟକ୍ତିଗତ ଋଣ ନେଉଥିଲେ ସାବଧାନ! appeared first on Odia Gossip.

]]>
https://odiagossip.com/ask-yourself-before-taking-a-persona-loan/feed/ 0
ଓଡ଼ିଶା କଂଗ୍ରେସରେ ଅଦଳ ବଦଳ: ଦିଲ୍ଲୀରୁ ନୂଆ ଟିମ୍ ତାଲିକା ଘୋଷଣା https://odiagossip.com/reshuffle-in-odisha-congress-new-district-presidents-appointed/ https://odiagossip.com/reshuffle-in-odisha-congress-new-district-presidents-appointed/#respond Sun, 18 Oct 2020 10:10:46 +0000 https://odiagossip.com/?p=14596

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଣ୍ଡ ଉପରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ।ଏଭଳି ସମୟରେ କଂଗ୍ରେସ ହାଇକମାଣ୍ଡ ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ଟିମ୍ ଟିମ୍ ପ୍ରସ୍ତୁତ କରିଛନ୍ତି । ଏହା ଜିଲ୍ଲା ସାଂଗଠନିକ ସ୍ତରରେ ହୋଇଛି । ତୃଣମୂଳସ୍ତରରେ କଂଗ୍ରେସର ସ୍ଥିତି ମଜଭୂତ କରିବା ପାଇଁ ଦଳ ପକ୍ଷରୁ ଆଜି ନୂଆ ସାଂଗଠନିକ ଜିଲ୍ଲାର ପଦାଧିକାରୀଙ୍କ ତାଲିକା ଘୋଷଣା କରାଯାଇଛି । ୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ […]

The post ଓଡ଼ିଶା କଂଗ୍ରେସରେ ଅଦଳ ବଦଳ: ଦିଲ୍ଲୀରୁ ନୂଆ ଟିମ୍ ତାଲିକା ଘୋଷଣା appeared first on Odia Gossip.

]]>

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଣ୍ଡ ଉପରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ।ଏଭଳି ସମୟରେ କଂଗ୍ରେସ ହାଇକମାଣ୍ଡ ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ଟିମ୍ ଟିମ୍ ପ୍ରସ୍ତୁତ କରିଛନ୍ତି । ଏହା ଜିଲ୍ଲା ସାଂଗଠନିକ ସ୍ତରରେ ହୋଇଛି ।

ତୃଣମୂଳସ୍ତରରେ କଂଗ୍ରେସର ସ୍ଥିତି ମଜଭୂତ କରିବା ପାଇଁ ଦଳ ପକ୍ଷରୁ ଆଜି ନୂଆ ସାଂଗଠନିକ ଜିଲ୍ଲାର ପଦାଧିକାରୀଙ୍କ ତାଲିକା ଘୋଷଣା କରାଯାଇଛି ।

୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ । ଗଞ୍ଜାମରୁ ରମେଶ ଜେନା, ଖୋର୍ଦ୍ଧାରୁ ସୁର ରାଉତରାୟ, ରାଉରକେଲାରୁ ଜର୍ଜ ତିର୍କୀ ।

ଢେଙ୍କାନାଳରୁ ସରୋଜ ପଟ୍ଟନାୟକ, ଭୁବନେଶ୍ୱରରୁ ବିଶ୍ୱଜିତ ଦାସଙ୍କୁ  ସାଂଗଠନିକ ଦାୟିତ୍ୱ ମିଳିଛି ।

ପୂରା ତାଲିକା ଦେଖିବା ପାଇଁ ତଳେ ଦିଆଯାଇଥିବା ଟ୍ୱିଟ୍ ଲିଙ୍କ କୁ କ୍ଲିକ କରନ୍ତୁ ।…

The post ଓଡ଼ିଶା କଂଗ୍ରେସରେ ଅଦଳ ବଦଳ: ଦିଲ୍ଲୀରୁ ନୂଆ ଟିମ୍ ତାଲିକା ଘୋଷଣା appeared first on Odia Gossip.

]]>
https://odiagossip.com/reshuffle-in-odisha-congress-new-district-presidents-appointed/feed/ 0
ଆରମ୍ଭ ହୋଇଗଲା ଘଡ଼ଘଡ଼ି, କାଲିଠୁ ଛେଚିବ, ହାଇଦ୍ରାବାଦ ଭଳି ଅବସ୍ଥା ହେବ https://odiagossip.com/heavy-rainfall-alert-for-19-october/ https://odiagossip.com/heavy-rainfall-alert-for-19-october/#respond Sun, 18 Oct 2020 08:50:36 +0000 https://odiagossip.com/?p=14592

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତାକାଲିଠୁ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାର ପ୍ରଭାବ ଆଜିଠାରୁ ହିଁ ଅନୁଭୂତି ହେଲାଣି । ରାଜଧାନୀରେ ଆଜି ଦ୍ୱିପ୍ରହରରେ ଭୟଙ୍କର ବିଜୁଳି ସହ ଘଡ଼ଘଡ଼ି ମାରିଛି । ଆସନ୍ତାକାଲିଠୁ କିନ୍ତୁ ବର୍ଷା ହେବ । କାହିଁକିନା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୨.୧ କିମି ଏବଂ ୫.୮ କିମି ଉଚ୍ଚରେ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ଘଣ୍ଟାରେ ସେହି […]

The post ଆରମ୍ଭ ହୋଇଗଲା ଘଡ଼ଘଡ଼ି, କାଲିଠୁ ଛେଚିବ, ହାଇଦ୍ରାବାଦ ଭଳି ଅବସ୍ଥା ହେବ appeared first on Odia Gossip.

]]>

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତାକାଲିଠୁ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଏହାର ପ୍ରଭାବ ଆଜିଠାରୁ ହିଁ ଅନୁଭୂତି ହେଲାଣି ।

ରାଜଧାନୀରେ ଆଜି ଦ୍ୱିପ୍ରହରରେ ଭୟଙ୍କର ବିଜୁଳି ସହ ଘଡ଼ଘଡ଼ି ମାରିଛି ।

ଆସନ୍ତାକାଲିଠୁ କିନ୍ତୁ ବର୍ଷା ହେବ ।

କାହିଁକିନା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୨.୧ କିମି ଏବଂ ୫.୮ କିମି ଉଚ୍ଚରେ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ଘଣ୍ଟାରେ ସେହି ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ଏବଂ ପରବର୍ତୀ ୨୪ଘଣ୍ଟାରେ ତାହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି |

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

The post ଆରମ୍ଭ ହୋଇଗଲା ଘଡ଼ଘଡ଼ି, କାଲିଠୁ ଛେଚିବ, ହାଇଦ୍ରାବାଦ ଭଳି ଅବସ୍ଥା ହେବ appeared first on Odia Gossip.

]]>
https://odiagossip.com/heavy-rainfall-alert-for-19-october/feed/ 0
କାଲିଠୁ ଦକ୍ଷିଣରେ ଜଳ ପ୍ରଳୟ: ସାବଧାନ ଓ ସତର୍କତା ଜରୁରୀ https://odiagossip.com/weather-update-news-by-mc-bbsr/ https://odiagossip.com/weather-update-news-by-mc-bbsr/#respond Sun, 18 Oct 2020 08:01:37 +0000 https://odiagossip.com/?p=14588

ଓଡ଼ିଆ ଗସିପ ବ୍ୟୁରୋ:  ଲଘୁଚାପ ପରେ ଲଘୁଚାପ । ଗୋଟିଏ ଯାଉ ଯାଉ ଆଉ ଗୋଟିଏ ଆସୁଛି । ଆସନ୍ତାକାଲିଠୁ ହିଁ ଏହା ପ୍ରଭାବ ପକାଇବା ଆରମ୍ଭ କରିଦେବ । ମାତ୍ର ୩ ଦିନ ତଳେ ଅବପାତ ଜନିତ ଲଗାଣ ବର୍ଷା ଫଳରେ ବେହାଲ ହୋଇପଡିଥିଲା ଗଂଜାମ ଓ ଗଜପତି ଜିଲ୍ଲା । କେଉଁଠି ରାସ୍ତା ଧୋଇଯାଇଥିଲା, ତ ଆଉ କେଉଁଠି ବିଦ୍ୟୁତ ଖୁଂଟ ଉପୁଡି ପଡିଥିଲା । ଏପରିକି ପାହାଡିଆ ଅଂଚଳରେ ଲଗାଣ ବର୍ଷାରେ ମାଟି […]

The post କାଲିଠୁ ଦକ୍ଷିଣରେ ଜଳ ପ୍ରଳୟ: ସାବଧାନ ଓ ସତର୍କତା ଜରୁରୀ appeared first on Odia Gossip.

]]>

ଓଡ଼ିଆ ଗସିପ ବ୍ୟୁରୋ:  ଲଘୁଚାପ ପରେ ଲଘୁଚାପ । ଗୋଟିଏ ଯାଉ ଯାଉ ଆଉ ଗୋଟିଏ ଆସୁଛି । ଆସନ୍ତାକାଲିଠୁ ହିଁ ଏହା ପ୍ରଭାବ ପକାଇବା ଆରମ୍ଭ କରିଦେବ ।

ମାତ୍ର ୩ ଦିନ ତଳେ ଅବପାତ ଜନିତ ଲଗାଣ ବର୍ଷା ଫଳରେ ବେହାଲ ହୋଇପଡିଥିଲା ଗଂଜାମ ଓ ଗଜପତି ଜିଲ୍ଲା ।

କେଉଁଠି ରାସ୍ତା ଧୋଇଯାଇଥିଲା, ତ ଆଉ କେଉଁଠି ବିଦ୍ୟୁତ ଖୁଂଟ ଉପୁଡି ପଡିଥିଲା । ଏପରିକି ପାହାଡିଆ ଅଂଚଳରେ ଲଗାଣ ବର୍ଷାରେ ମାଟି ଧସିଯାଇଥିଲା ।

ଏହି ସମସ୍ୟାରୁ ମୁକୁଳିବା ପୂର୍ବରୁ ପୁଣି ଏକ ଲଘୁଚାପର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହ ଆସନ୍ତାକାଲିଠୁ ଦକ୍ଷିଣ ଓଡିଶାରେ ଲଗାଣ ବର୍ଷାର ଆଶଙ୍କା ରହିଛି ।

 ପାଣିପାଗ ବିଭାଗ ଆକଳନ ଅନୁସାରେ 19ରୁ 22 ପର୍ଯ୍ୟନ୍ତ ବର୍ଷା ହେବ ।

ସମଗ୍ର ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।

 ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ନଦୀର ରିଜର୍ଭୟରରେ ଜଳ 80 ଶତକଡରୁ କମ କରାଯାଇ 65ରୁ 70  ଶତକଡା ରଖାଯାଇଛି ।

8ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି ।

ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ସମସ୍ତ ପ୍ରକାର ସରଞ୍ଜାମ ଯଥା ବାଳିବସ୍ଥା ଓ ବାଉଁଶ ରଖାଯାଇଛି ।

ଜଳସମ୍ପଦ ବିଭାଗ ସଜାଗ ରହିଛି । ଭୟଭୀତ ହେବାର କାରଣ ନାହିଁ ।

The post କାଲିଠୁ ଦକ୍ଷିଣରେ ଜଳ ପ୍ରଳୟ: ସାବଧାନ ଓ ସତର୍କତା ଜରୁରୀ appeared first on Odia Gossip.

]]>
https://odiagossip.com/weather-update-news-by-mc-bbsr/feed/ 0
ବର୍ଷ ସରିଗଲା ସଂକ୍ରମଣ ଗଲାନି; ଆଗକୁ ଏମିତି ହେବ ସ୍ଥିତି https://odiagossip.com/new-corona-case-in-last-24-hours/ https://odiagossip.com/new-corona-case-in-last-24-hours/#respond Sun, 18 Oct 2020 07:22:26 +0000 https://odiagossip.com/?p=14584

ଓଡ଼ିଆ ଗସିପ୍ ବ୍ୟୁରୋ: ଚୀନ୍ ର ଉହାନ ପ୍ରାନ୍ତରୁ ଆରମ୍ଭ ହୋଇଥିବା ମୃତ୍ୟୁର ବିଭିଷିକା 2020 ବର୍ଷକୁ ସାରିଦେଲା । ବର୍ଷ ଆରମ୍ଭରୁ ଆରମ୍ଭ ହୋଇଥିବା ସଂକ୍ରମଣର ମୃତ୍ୟୁର ଖେଳ ବର୍ଷ ଶେଷ ଯାଏ ରହିବ । ଆଶଙ୍କା କରାଯାଉଛି ଯେ, ବର୍ଷ 2021 ଶେଷ ମଧ୍ୟ ଏହା ଏମିତି ଥିବ ଯେମିତି ଏହାର ବର୍ତ୍ତମାନ ସ୍ଥିତି ରହିଛି ।   ଆଜିର ରିପୋର୍ଟକୁ ଥରେ ଅନୁଧ୍ୟାନ କଲେ ତାହା ତାହା ସ୍ପଷ୍ଟ ଅନୁମେୟ ଗତ ୨୪ […]

The post ବର୍ଷ ସରିଗଲା ସଂକ୍ରମଣ ଗଲାନି; ଆଗକୁ ଏମିତି ହେବ ସ୍ଥିତି appeared first on Odia Gossip.

]]>

ଓଡ଼ିଆ ଗସିପ୍ ବ୍ୟୁରୋ: ଚୀନ୍ ର ଉହାନ ପ୍ରାନ୍ତରୁ ଆରମ୍ଭ ହୋଇଥିବା ମୃତ୍ୟୁର ବିଭିଷିକା 2020 ବର୍ଷକୁ ସାରିଦେଲା ।

ବର୍ଷ ଆରମ୍ଭରୁ ଆରମ୍ଭ ହୋଇଥିବା ସଂକ୍ରମଣର ମୃତ୍ୟୁର ଖେଳ ବର୍ଷ ଶେଷ ଯାଏ ରହିବ ।

ଆଶଙ୍କା କରାଯାଉଛି ଯେ, ବର୍ଷ 2021 ଶେଷ ମଧ୍ୟ ଏହା ଏମିତି ଥିବ ଯେମିତି ଏହାର ବର୍ତ୍ତମାନ ସ୍ଥିତି ରହିଛି ।  

ଆଜିର ରିପୋର୍ଟକୁ ଥରେ ଅନୁଧ୍ୟାନ କଲେ ତାହା ତାହା ସ୍ପଷ୍ଟ ଅନୁମେୟ

ଗତ ୨୪ ଘଣ୍ଟାରେ ୬୧ ହଜାର ୮୭୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୧୦୩୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ମୋଟ୍‌ ସଂକ୍ରମଣ ମାମଲା ୭୪ ଲକ୍ଷ ୯୪ ହଜାର ୫୫୧ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୪ ହଜାର ୦୩୧କୁ ବୃଦ୍ଧି ପାଇଛି। ଏବେ ଦେଶରେ ମୃତ୍ୟୁହାର ୧.୫୨ ପ୍ରତିଶତକୁ କମିଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ୭୨୬୧୪ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ୮୩ ହଜାର ୩୧୧ ରହିଛି ।

ଆଇସିଏମ୍‌ଆର ଅନୁଯାୟୀ ଶନିବାର ଦିନ କେବଳ ୯ ଲକ୍ଷ ୭୦ ହଜାର ୧୭୩ ନମୁନା ପରୀକ୍ଷା ହୋଇଛି।

କୁହାଯାଉଛି, ଦେଶବ୍ୟାପୀ ଡାକ୍ତରୀ ଭିତ୍ତିଭୂମିର ବିକାଶ, ଚିକିତ୍ସା ସମ୍ପର୍କିତ କେନ୍ଦ୍ରୀୟ ନିୟମାବଳୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ଅନୁପାଳନ

ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ଦେଶର ସୁସ୍ଥତା ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି ।

ଭାରତରେ ପୃଥିବୀର ସବୁଠାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଏହାର ମୃତ୍ୟୁ ହାର ମଧ୍ୟ ସର୍ବନିମ୍ନ ରହି ଆଜି ଏହା ୧.୫୨ ପ୍ରତିଶତରେ ପହଞ୍ଚିଛି ।

ଏହାଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

The post ବର୍ଷ ସରିଗଲା ସଂକ୍ରମଣ ଗଲାନି; ଆଗକୁ ଏମିତି ହେବ ସ୍ଥିତି appeared first on Odia Gossip.

]]>
https://odiagossip.com/new-corona-case-in-last-24-hours/feed/ 0
କମିବାର ନା ଧରୁନି ବଜ୍ରକାପ୍ତା ଚୋରାଚାଲାଣ, ସୋନପୁର ରାଜକୋଟରୁ ଦୁଇ ଗିରଫ https://odiagossip.com/crime-news-odisha-pangolin-rescued-scales-seized/ https://odiagossip.com/crime-news-odisha-pangolin-rescued-scales-seized/#respond Sun, 18 Oct 2020 06:32:43 +0000 https://odiagossip.com/?p=14578

ଓଡ଼ିଆ ଗସିପ ବ୍ୟୁରୋ:  ଓଡ଼ିଶାରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା କଥା ନ କହିବା ଭଲ । ବାରାମ୍ବାର ବନ୍ୟଜନ୍ତୁ ଶିକାର, ଚୋରାଚାଲାଣର ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ବାଘଛାଲ ଚୋରା ବେପାର ପରେ ଦ୍ୱିତୀୟ ସ୍ଥାନରେ ହାତୀ ଦାନ୍ତ କାରବାର । ସବୁଠାରୁ କିନ୍ତୁ ଶୀର୍ଷରେ ରହିଛି ବଜ୍ରକାପ୍ତା ଚୋରାଚାଲାଣ ।   ଆଜି ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ସୁବର୍ଣ୍ଣପୁର ଜିଲ୍ଲାର ରାଜାକୋଠି ନିକଟରେ ଏକ ବଜ୍ରକାପ୍ତା ଉଦ୍ଧାର କରିଥିବାର […]

The post କମିବାର ନା ଧରୁନି ବଜ୍ରକାପ୍ତା ଚୋରାଚାଲାଣ, ସୋନପୁର ରାଜକୋଟରୁ ଦୁଇ ଗିରଫ appeared first on Odia Gossip.

]]>

ଓଡ଼ିଆ ଗସିପ ବ୍ୟୁରୋ:  ଓଡ଼ିଶାରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା କଥା ନ କହିବା ଭଲ ।

ବାରାମ୍ବାର ବନ୍ୟଜନ୍ତୁ ଶିକାର, ଚୋରାଚାଲାଣର ଖବର ପ୍ରତିଦିନ ସାମ୍ନାକୁ ଆସୁଛି ।

ବାଘଛାଲ ଚୋରା ବେପାର ପରେ ଦ୍ୱିତୀୟ ସ୍ଥାନରେ ହାତୀ ଦାନ୍ତ କାରବାର ।

ସବୁଠାରୁ କିନ୍ତୁ ଶୀର୍ଷରେ ରହିଛି ବଜ୍ରକାପ୍ତା ଚୋରାଚାଲାଣ ।  

ଆଜି ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ସୁବର୍ଣ୍ଣପୁର ଜିଲ୍ଲାର ରାଜାକୋଠି ନିକଟରେ ଏକ ବଜ୍ରକାପ୍ତା ଉଦ୍ଧାର କରିଥିବାର ଖବର ମିଳିଛି। ଏହା ସହିତ ୫ କିଲୋଗ୍ରାମ୍ ୬୫ ଗ୍ରାମ୍ ଓଜନର ବଜ୍ରକାପ୍ତା କାତି ମଧ୍ୟ ଜବତ କରାଯାଇଛି।

ଏହି ମାମଲରେ ଏସଟିଏଫ୍ ଦୁଇଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ରାଜାକୋଠି ନିକଟରେ ଥିବା ମହାନଦୀ ବନ୍ଧ ଉପରୁ ବଜ୍ରକାପ୍ତା କାତି ସହିତ ବଜ୍ରକାପ୍ତା ଚେରା ଚାଲାଣ କରାଯାଉଥିବାର ଖବର ପାଇ ଏସଟିଏଫ୍ ପକ୍ଷରୁ ଘଟଣାସ୍ଥଳରେ ଚଢଉ କରାଯାଇଥିଲା।

ସେଠାରୁ ୫ କିଲୋଗ୍ରାମ୍ ୬୫ ଗ୍ରାମ୍ ଓଜନର ବଜ୍ରକାପ୍ତା କାତି ସହିତ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରାଯାଇଥିଲା।

ଘଟଣାସ୍ଥଳରୁ ସୋମନାଥ ବାଗ ଏବଂ ମାର୍ସାନାଲ ଭେଙ୍ଗେରା ନାମକ ଦୁଇଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା।

ଏସଟିଏଫ୍ ଜବତ ବଜ୍ରକାପ୍ତାକୁ ବନ୍ୟ ବିଭାଗକୁ ହସ୍ତାନ୍ତର କରିଥିବାର ସୂଚନା ମିଳିଛି।

ଦୁଇ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ଆଜି ସୁବର୍ଣ୍ଣପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି। ଏହି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

The post କମିବାର ନା ଧରୁନି ବଜ୍ରକାପ୍ତା ଚୋରାଚାଲାଣ, ସୋନପୁର ରାଜକୋଟରୁ ଦୁଇ ଗିରଫ appeared first on Odia Gossip.

]]>
https://odiagossip.com/crime-news-odisha-pangolin-rescued-scales-seized/feed/ 0
‘ମତେ ବଦନାମ କରିବା ପୂର୍ବରୁ ପଣ୍ଡା ଦମ୍ପତ୍ତି ନିଜ ଝିଅକୁ ମୋ ଜାଗାରେ ଛିଡା କରି ଦେଖନ୍ତୁ’ : ସାଂସଦ ଚନ୍ଦ୍ରାଣୀ ମୁର୍ମୁ https://odiagossip.com/bjd-mp-chandrani-murmu-seeks-justice-for-tarnishing-her-image-following-a-video-made-viral-by-otv-reporter/ https://odiagossip.com/bjd-mp-chandrani-murmu-seeks-justice-for-tarnishing-her-image-following-a-video-made-viral-by-otv-reporter/#respond Fri, 16 Oct 2020 19:43:22 +0000 https://odiagossip.com/?p=14574

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କର ଛବିକୁ ସର୍ବସାଧାରଣରେ ଖରାପ କରିବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଏକ ଅପପ୍ରଚେଷ୍ଟା ହୋଇଥିଲା । ଏକ ମିଥ୍ୟା ଭିଡିଓ ପ୍ରସାରଣ କରାଯାଇ, ଅଶ୍ଲୀଳତାକୁ ପ୍ରୋତ୍ସାହିତ କରିବା ସହ ଭିଡିଓରେ ଥିବା ମହିଳାଙ୍କୁ ଇନ୍ଦ୍ରାଣୀ ମୂର୍ମୁ ବୋଲି ଉଲ୍ଲେଖ କରାଯାଇଥିଲା । ଯାହା ଏକଦମ ଅସତ୍ୟ ଅଟେ । ଏଭଳି ଉଦ୍ୟମ ଓଟିଭିର ଜଣେ ସାମ୍ୱାଦିକ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ଗତକାଲି […]

The post ‘ମତେ ବଦନାମ କରିବା ପୂର୍ବରୁ ପଣ୍ଡା ଦମ୍ପତ୍ତି ନିଜ ଝିଅକୁ ମୋ ଜାଗାରେ ଛିଡା କରି ଦେଖନ୍ତୁ’ : ସାଂସଦ ଚନ୍ଦ୍ରାଣୀ ମୁର୍ମୁ appeared first on Odia Gossip.

]]>

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କର ଛବିକୁ ସର୍ବସାଧାରଣରେ ଖରାପ କରିବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଏକ ଅପପ୍ରଚେଷ୍ଟା ହୋଇଥିଲା । ଏକ ମିଥ୍ୟା ଭିଡିଓ ପ୍ରସାରଣ କରାଯାଇ, ଅଶ୍ଲୀଳତାକୁ ପ୍ରୋତ୍ସାହିତ କରିବା ସହ ଭିଡିଓରେ ଥିବା ମହିଳାଙ୍କୁ ଇନ୍ଦ୍ରାଣୀ ମୂର୍ମୁ ବୋଲି ଉଲ୍ଲେଖ କରାଯାଇଥିଲା । ଯାହା ଏକଦମ ଅସତ୍ୟ ଅଟେ । ଏଭଳି ଉଦ୍ୟମ ଓଟିଭିର ଜଣେ ସାମ୍ୱାଦିକ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ଗତକାଲି ଓଟିଭି ସାମ୍ୱାଦିକ ରମେଶ ରଥଙ୍କୁ ପୋଲିସ ଜେରା କରି ଛାଡି ଦେଇଥିଲା ।

ଅନ୍ୟପଟରେ ଗତକାଲିର ଘଟଣାକୁ ଗିରଫଦାରୀର ରୂପ ଦେଇ ଓଟିଭି କର୍ତ୍ତୃପକ୍ଷ ରାଜନୈତିକ ରୂପ ଦେବାରେ ଲାଗିଛନ୍ତି । ନାରୀର ସମ୍ମାନ ଓ ସ୍ୱାଭିମାନ ଅପେକ୍ଷା ଏହାକୁ ନେଇ ମିଛ ଖବର ପରିବେଷଣ କରିବାରେ ଲାଗିଛନ୍ତି । ଏପରିକି ଓଟିଭି ମାଲିକ ଜାଗି ମଙ୍ଗତ ପଣ୍ଡା ଏକ କୁକର୍ମ ପାଇଁ ନିଜ ସାମ୍ୱାଦିକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା ମଧ୍ୟ କରୁଛନ୍ତି ।

ଏବେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏହି ପ୍ରସଙ୍ଗ ଉପରେ ମତ ରଖି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ମିଛ ଭିଡିଓ ଭାଇରାଲ କରି ଓଟିଭି ସାମ୍ୱାଦିକ ମୋତେ ମାନସିକ ସ୍ତରରେ କ୍ଷତି ପହଞ୍ଚାଇଛନ୍ତି । ଏଭଳି ଅପପ୍ରଚାର ମୋତେ ମାନସିକ ଯନ୍ତ୍ରଣା ଓ ନିର୍ଯ୍ୟାତନା ଦେଇଛି । ତେବେ ଏବେ ପୋଲିସ ସାମ୍ୱାଦିକଙ୍କୁ ଜେରା କରି କାର୍ଯ୍ୟାନୁଷ୍ଠାନ ନେବା ବେଳେ ଓଟିଭି ମାଲିକ ବୈଜୟନ୍ତ ପଣ୍ଡା ଓ ଜାଗି ମଙ୍ଗତ ପଣ୍ଡା ସାମ୍ୱାଦିକଙ୍କ ସପକ୍ଷରେ ମତ ରଖୁଛନ୍ତି । ସରକାର ଓଟିଭି ଉପରେ ଆକ୍ରୋଶ ରଖି ଏଭଳି କରୁଥିବା ପଣ୍ଡା ଦମ୍ପତି ଅଭିଯୋଗ କରୁଛନ୍ତି । ତେବେ ବାସ୍ତବରେ ଏହା କଣ ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କୁ ପାଲଟା ପ୍ରଶ୍ନ କରି ଚନ୍ଦ୍ରାଣୀ ମୁର୍ମୁ କହିଛନ୍ତି ଯେ ମୋ ସ୍ଥାନରେ ଆପଣଙ୍କ ଝିଅ ଥିଲେ, ଆପଣ କଣ ଏହା ହିଁ କରିଥାନ୍ତେ, ଯାହା ଏବେ କରୁଛନ୍ତି । ଜଣେ ସାମ୍ୱାଦିକ କଣ ଦାୟିତ୍ୱବାନ ହେବା ଉଚିତ୍ ନୁହେଁ କି? ସ୍ୱାଧୀନତା ନାମରେ ଜଣେ ସାମ୍ୱାଦିକ କଣ ଯାହା କିଛି କରିବ ? ପରେ ପୋଲିସ ଅପରାଧିକ କାର୍ଯ୍ୟକଳାପକୁ ବିରୋଧ କଲେ ଏହାକୁ ସାମ୍ୱାଦିକ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯିବ । ଏହା କେତେ ଦୂର ଯଥାର୍ଥ?

ମୁଁ ଜଣେ ଆଦିବାସୀ ମହିଳା ଓ ସର୍ବସାଧାରଣରେ ମୋର ସମ୍ମାନହାନୀ ହୋଇଛି । ସବୁଠାରୁ ବଡ଼ କଥା ଏହା ଉଦ୍ଦେଶ୍ୟମୂଳକ ଭାବେ ହୋଇଛି । ତେଣୁ ମୁଁ ନ୍ୟାୟ ଆଶା କରିବା ଉଚିତ୍ ନୁହେଁ କି ? ଓଟିଭି ଭଳି ସଂସ୍ଥା ନିଜର ଜାତୀୟସ୍ତରରେ ଥିବା ଗଣମାଧ୍ୟମ ସହଯୋଗରେ ତଦନ୍ତକୁ ପ୍ରଭାବିତ କରୁଛନ୍ତି । ଜାତୀୟ ଗଣମାଧ୍ୟମରେ ସମ୍ପର୍କ ଥିବା ହେତୁ ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ସଂପୃକ୍ତ ସାମ୍ୱାଦିକଙ୍କୁ ଘଣ୍ଟ ଘୋଡାଉଛନ୍ତି । ଯାହା ନିହାତି ପକ୍ଷେ ଦୁର୍ଭାଗ୍ୟଜନକ ଅଟେ । ତେବେ ଉକ୍ତ ଭିଡିଓରେ ଜାତୀୟ ଗଣମାଧ୍ୟମକୁ ଓଟିଭି ସମର୍ଥନରେ ଖବର ପ୍ରସାରଣ ନକରିବା ପାଇଁ ଅପିଲ୍ କରିବା ସହ ନିଜ ପାଇଁ ନ୍ୟାୟ ଦାବି କରିଛନ୍ତି ।

The post ‘ମତେ ବଦନାମ କରିବା ପୂର୍ବରୁ ପଣ୍ଡା ଦମ୍ପତ୍ତି ନିଜ ଝିଅକୁ ମୋ ଜାଗାରେ ଛିଡା କରି ଦେଖନ୍ତୁ’ : ସାଂସଦ ଚନ୍ଦ୍ରାଣୀ ମୁର୍ମୁ appeared first on Odia Gossip.

]]>
https://odiagossip.com/bjd-mp-chandrani-murmu-seeks-justice-for-tarnishing-her-image-following-a-video-made-viral-by-otv-reporter/feed/ 0
ଅନୁଭବ ଗଲା ପରେ: ନୂଆ ହବି ସହ ବର୍ଷା ଫୁଲ୍ ବିଜି https://odiagossip.com/varsha-priyadarshini-with-new-hobby/ https://odiagossip.com/varsha-priyadarshini-with-new-hobby/#respond Fri, 16 Oct 2020 12:58:14 +0000 https://odiagossip.com/?p=14570

ଓଡ଼ିଆ ଗସିପ୍ ବ୍ୟୁରୋ: କୋର୍ଟରେ ବିବାହ ବିଚ୍ଛେଦ ମାମଲା ଚାଲିଛି ଆଉ ଏପଟେ ନୂଆ ହବି ସହ ଫୁଲ୍ ମୁଡ୍ ରେ ଅଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କ ଠାରୁ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଏକ ପ୍ରକାର ଛିନ୍ନ ହେବା ପରଠାରୁ ଏବେ ଏକଟୁଆ ଜିଇଁବା ଶିଖୁଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ । ଅନୁଭବଙ୍କ ଘରେ ରହୁଥିଲେ ହେଁ ବର୍ଷାଙ୍କ ପ୍ରତି ଅବହେଳା କରାଯାଉଥିବା କଥା ସାମାଜିକ […]

The post ଅନୁଭବ ଗଲା ପରେ: ନୂଆ ହବି ସହ ବର୍ଷା ଫୁଲ୍ ବିଜି appeared first on Odia Gossip.

]]>

ଓଡ଼ିଆ ଗସିପ୍ ବ୍ୟୁରୋ: କୋର୍ଟରେ ବିବାହ ବିଚ୍ଛେଦ ମାମଲା ଚାଲିଛି

ଆଉ ଏପଟେ ନୂଆ ହବି ସହ ଫୁଲ୍ ମୁଡ୍ ରେ ଅଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କ ଠାରୁ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଏକ ପ୍ରକାର ଛିନ୍ନ ହେବା ପରଠାରୁ ଏବେ ଏକଟୁଆ ଜିଇଁବା ଶିଖୁଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ।

ଅନୁଭବଙ୍କ ଘରେ ରହୁଥିଲେ ହେଁ ବର୍ଷାଙ୍କ ପ୍ରତି ଅବହେଳା କରାଯାଉଥିବା କଥା ସାମାଜିକ ଗଣମାଧ୍ୟମରେ ସବୁବେଳେ ସାମ୍ନାକୁ ଆଣୁଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଏବେ ଠିକ୍ ସେମିତି ସ୍ୱାମୀଙ୍କ ଅନୁପସ୍ଥିତିରେ ନୂଆ ହବି ସହ ନୂଆ ନୂଆ ଡିଜାଇଲ ଚିତ୍ର କରି ସମୟ ବିତାଉଛନ୍ତି ବର୍ଷା ।

The post ଅନୁଭବ ଗଲା ପରେ: ନୂଆ ହବି ସହ ବର୍ଷା ଫୁଲ୍ ବିଜି appeared first on Odia Gossip.

]]>
https://odiagossip.com/varsha-priyadarshini-with-new-hobby/feed/ 0
ପରଦାରେ ପ୍ରେମ: ଫିଲ୍ମକୁ ନେଇ ଏଲିନାଙ୍କ ‘ଅନୁଭବ’ ଅନେକ https://odiagossip.com/actress-elina-samantaray-and-her-film-career/ https://odiagossip.com/actress-elina-samantaray-and-her-film-career/#respond Fri, 16 Oct 2020 12:38:12 +0000 https://odiagossip.com/?p=14566

ଓଡ଼ିଆ ଗସିପ୍ ବ୍ୟୁରୋ: ଏଲିନା ସାମନ୍ତରାୟ, ଓଲିଉଡ୍ ର ଜଣେ ଚର୍ଚ୍ଚିତ ନାୟିକା । ନିଜ ଷ୍ଟାଇଲିସ୍ ଲୁକ୍, ଅଜବ ଗଜବ ଅନ୍ଦାଜ ଏବଂ ଭରପୁର ଏଣ୍ଟରଟେନମେଣ୍ଟର ଫୁଲ୍ ଡୋଜ ପ୍ୟାକେଜ । ଏକ ଟିଭି ରିଅଲିଟି ସୋରୁ ସିଲଭର ସ୍କ୍ରିନ୍ ରେ ନିଜର ନିଆରା ଯାଦୁ ଜାରି ରଖିଛନ୍ତି । ଏଲିନାଙ୍କୁ ଓଡ଼ିଆ ଦର୍ଶକ ଯେତିକି ପସନ୍ଦ କରନ୍ତି ସେତେକି ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଦେଇଛନ୍ତି । ଏଲିନାଙ୍କ ପ୍ରଥମ ଫିଲ୍ମ ‘ଇସ୍କ […]

The post ପରଦାରେ ପ୍ରେମ: ଫିଲ୍ମକୁ ନେଇ ଏଲିନାଙ୍କ ‘ଅନୁଭବ’ ଅନେକ appeared first on Odia Gossip.

]]>

ଓଡ଼ିଆ ଗସିପ୍ ବ୍ୟୁରୋ: ଏଲିନା ସାମନ୍ତରାୟ, ଓଲିଉଡ୍ ର ଜଣେ ଚର୍ଚ୍ଚିତ ନାୟିକା ।

View this post on Instagram

Hello…

A post shared by Elina samantray (@elinasamantrayofficial) on

https://www.facebook.com/rayelina.samantaray

ନିଜ ଷ୍ଟାଇଲିସ୍ ଲୁକ୍, ଅଜବ ଗଜବ ଅନ୍ଦାଜ ଏବଂ ଭରପୁର ଏଣ୍ଟରଟେନମେଣ୍ଟର ଫୁଲ୍ ଡୋଜ ପ୍ୟାକେଜ ।

ଏକ ଟିଭି ରିଅଲିଟି ସୋରୁ ସିଲଭର ସ୍କ୍ରିନ୍ ରେ ନିଜର ନିଆରା ଯାଦୁ ଜାରି ରଖିଛନ୍ତି ।

ଏଲିନାଙ୍କୁ ଓଡ଼ିଆ ଦର୍ଶକ ଯେତିକି ପସନ୍ଦ କରନ୍ତି ସେତେକି ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଦେଇଛନ୍ତି ।

ଏଲିନାଙ୍କ ପ୍ରଥମ ଫିଲ୍ମ ‘ଇସ୍କ ତୁ ହି ତୁ ’ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ।

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଏଲିନା ।

ପରେ ପରେ ଅନୁଭବ ମହାନ୍ତିଙ୍କ ସହ ଏଲିନାଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା 12ଟି ଫିଲ୍ମ ରିଲିଜ ହୋଇସାରିଥିବା ବେଳେ ଆଗକୁ ଆହୁରୀ 5ଟି ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି ।

ସେହିଭଳି ଭୋକ୍ତା ନାମକ ଏକ ବେଙ୍ଗଲୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏଲିନା ।

ନିଜ ଫିଲ୍ମକୁ ନେଇ ବେଶ୍ ଆଶାବାଦୀ ରହିଛନ୍ତି ଏଲିନା ।

ଏତେ ଦିନର ଫିଲ୍ମ ଅନୁଭବ ତାଙ୍କୁ ଆଗାମୀ ଦିନରେ ଅନେକ ସଫଳତା ଆଣିଦବ ବୋଲି ସେ ଆଶା ରଖିଛନ୍ତି ।

The post ପରଦାରେ ପ୍ରେମ: ଫିଲ୍ମକୁ ନେଇ ଏଲିନାଙ୍କ ‘ଅନୁଭବ’ ଅନେକ appeared first on Odia Gossip.

]]>
https://odiagossip.com/actress-elina-samantaray-and-her-film-career/feed/ 0
ବୁଝାମଣାରେ ସମସ୍ୟା ସମାଧାନ କର: ସୁପ୍ରିମକୋର୍ଟ https://odiagossip.com/anubhav-varsha-marital-discord-supreme-court-stays-proceedings-in-patiala-house-court/ https://odiagossip.com/anubhav-varsha-marital-discord-supreme-court-stays-proceedings-in-patiala-house-court/#respond Fri, 16 Oct 2020 11:51:20 +0000 https://odiagossip.com/?p=14562

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦ୍ରାପଡ଼ା ବିଜେଡି ସାଂସଦ ତଥା ଓଡ଼ିଆ ସିନେ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା  ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ-ସୁପ୍ରିମକୋର୍ଟ । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସାଂସଦଙ୍କ ବିବାହ ବିଚ୍ଛେଦ ଆବେଦନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ବର୍ଷାଙ୍କ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ମଧ୍ୟସ୍ଥି ଜରିଆରେ ଏହି ବିବାଦର ସମାଧାନ କର । ଜଷ୍ଟିସ […]

The post ବୁଝାମଣାରେ ସମସ୍ୟା ସମାଧାନ କର: ସୁପ୍ରିମକୋର୍ଟ appeared first on Odia Gossip.

]]>

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦ୍ରାପଡ଼ା ବିଜେଡି ସାଂସଦ ତଥା ଓଡ଼ିଆ ସିନେ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା  ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ-ସୁପ୍ରିମକୋର୍ଟ ।

ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସାଂସଦଙ୍କ ବିବାହ ବିଚ୍ଛେଦ ଆବେଦନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ବର୍ଷାଙ୍କ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ମଧ୍ୟସ୍ଥି ଜରିଆରେ ଏହି ବିବାଦର ସମାଧାନ କର ।

ଜଷ୍ଟିସ ହୃଷିକେଶ ରୟଙ୍କ ଜଣିକିଆ ଖଣ୍ଡପୀଠ ଆଜି ଆବେଦନର ଶୁଣାଣି କରି ଏହି ପରାମର୍ଶ ଦେଇଛନ୍ତି ।

ଏନଇ ଉଭୟ ପକ୍ଷଙ୍କୁ କୋର୍ଟ ନୋଟିସ ମଧ୍ୟ ଜାରି କରିଛନ୍ତି ।

ସେପ୍ଟେମ୍ବର 19ରେ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ।

ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ମହାନ୍ତି ଯେଉଁ ବିବାହ ବିଛେଦ ଆବେଦନ କରିଛନ୍ତି ତାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରାଯାଉ ବୋଲି ବର୍ଷା ନିବେଦନ କରିଥିଲେ ।

ଯାହା ଆଜି କୋର୍ଟରେ ସ୍ଥଗିତ ରହିଛି ।

ସୂଚନା ଥାଉ କି ଆସନ୍ତା ଡିସେମ୍ବର 10ରେ ପିଟିଆଲା ହାଉସ କୋର୍ଟରେ ଉପସ୍ଥିତ ରହିବାକୁ ବର୍ଷାଙ୍କୁ ନୋଟିସ୍ ଜାରି କରାଯାଇଛି  ।

The post ବୁଝାମଣାରେ ସମସ୍ୟା ସମାଧାନ କର: ସୁପ୍ରିମକୋର୍ଟ appeared first on Odia Gossip.

]]>
https://odiagossip.com/anubhav-varsha-marital-discord-supreme-court-stays-proceedings-in-patiala-house-court/feed/ 0