ଉରି ନିର୍ଦ୍ଦେଶକଙ୍କ ହାତ ଧରି ବାଟ ଚାଲିଲେ ଫେୟାର ଏଣ୍ଡ ଲଭଲୀ ଆଇକନ ୟାମୀ ଗୌତମ

Yami Gautam and Aditya Dhar tie the knot

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହର ପ୍ରଥମ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମ ଉରୀର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ କରିଛନ୍ତି ୟାମୀ । ବିବାହରେ ଉଭୟ ପରିବାର ଲୋକ ହିଁ ଉପସ୍ଥିତ ଥିଲେ ।

null


ୟାମୀ ବିବାହର ପ୍ରଥମ ଫଟୋ ସେୟାର କରି ଲେଖିଛନ୍ତି, ‘ପରିବାରର ଆଶୀର୍ବାଦରେ ଆମେ ଆଜି ବିବାହ କରିଛୁ । ବିବାହରେ କେବଳ ପରିବାର ସଦସ୍ୟ ହିଁ ସାମିଲ ହୋଇଥିଲେ ।


ୟାମୀଙ୍କ ଅଚାନକ ବିବାହ ଖବର ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାହାଘର ଫଟୋ ସେୟାର କରି ସେ ପ୍ରଶଂସକଙ୍କୁ ସରପ୍ରାଇଜ କରିଦେଇଛନ୍ତି । ୟାମୀ ଓ ଆଦିତ୍ୟଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି ।

Share this story