ରାତି ସାରା ଖଟାଇଲେ, ଦିନରେ ଦେବା ବେଳକୁ ପଳେଇଲେ; ମୁଣ୍ଡରେ ହାତ ଦେଇ ବସିଲେ ଅଭିନେତ୍ରୀ

Actress

ଓଡ଼ିଆ ଗସିପ ବ୍ୟୁରୋ: କରୋନା କାଳରେ ଲକଡାଉନ୍ ଯୋଗୁଁ ଫିଲ୍ମ ଏବଂ ଟିଭି ଶୋ’ର ସୁଟିଂ ବନ୍ଦ ହୋଇ ଯାଇଥିଲା ଏବଂ ସମସ୍ତ କଳାକାରଙ୍କ ଟଙ୍କା ଅଟକି ରହିଥିଲା । ଅବଶ୍ୟ, ଅତୀତରେ ଏପରି ଅନେକ ଥର ଘଟିଛି ଯେତେବେଳେ କଳାକାରମାନେ ପୁରା ପ୍ରୋଜେକ୍ଟର ସୁଟିଂ ପରେ ମଧ୍ୟ ଟଙ୍କା ପାଇନାହାଁନ୍ତି । ସେଥିମଧ୍ୟରୁ କିଛି କଳାକାର ଏପରି ପ୍ରସଙ୍ଗରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି,ଆଉ କିଛି କଳାକାର ଚୁପ୍ ରହି ଅପେକ୍ଷା କରିଛନ୍ତି।

ଏବେ ଏହିପରି ଆଉ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଅଭିନେତ୍ରୀ ସୋନାରିକା ଭଦୋରିଆଙ୍କୁ ଅଢେଇ ବର୍ଷ ପରେ ମଧ୍ୟ ତାଙ୍କ ପାରିଶ୍ରମିକ ଦିଆଯାଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଆଶା କରୁଥିଲେ ଯେ ଆଜି ନହେଲେ କାଲି ତାଙ୍କ ଫି’ ତାଙ୍କୁ ମିଳଯିବ କିନ୍ତୁ ଅଢେଇ ବର୍ଷ ବିତିଗଲାଣି ହେଲେ ତାଙ୍କୁ ନିଜର ପାରିଶ୍ରମିକ ମିଳିନାହିଁ, ଯାହାକୁ ନେଇ ସେ ଏବେ ପ୍ରତିକ୍ରିୟା ଦେଇଛନ୍ତି ।

ସୋନାରିକା କହିଛନ୍ତି ଯେ ଶୋ’ ଶେଷ ହେବାର ଅଢେଇ ବର୍ଷ ପରେ ମଧ୍ୟ ପ୍ରଡକ୍ସନ୍ ହାଉସ୍ ଏପର୍ଯ୍ୟନ୍ତ ତାଙ୍କ ପାରିଶ୍ରମିକ ଦେଇ ନାହିଁ। ସେ ଟିଭି ଶୋ ‘ଦସ୍ତାନ-ଏ-ମୋହବତ୍: ସଲିମ୍ ଅନାରକଲୀ’ରେ କାମ କରିଥିଲେ। ଶୋ’ ଅକ୍ଟୋବର ୨୦୧୮ ରେ ଆରମ୍ଭ ହୋଇ ମାତ୍ର ୩ ମାସ ମଧ୍ୟରେ ଶେଷ ହୋଇଥିଲା । ଏହି ଶୋ’ରେ ଅଭିନେତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହାର ପାରିଶ୍ରମିକ ସେ ଏପର୍ଯ୍ୟନ୍ତ ପାଇନାହାଁନ୍ତି ।

Dibintangi Shaheer Sheikh, Salim Anarkali Tayang Mulai Senin, 11 Maret 2019  - Tabloidbintang.com

ଶୋ’ରେ ଅନାରକଲୀ ଭୂମିକାରେ ଅଭିନୟ କରିଥିବା ସୋନାରିକା କହିଛନ୍ତି, ‘ସେ ମୋତେ ୮୦ ଲକ୍ଷ ଟଙ୍କା ଦେବାର ଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ମାତ୍ର ୭-୮ ଲକ୍ଷ ଟଙ୍କା ପାଇଛି। ବର୍ତ୍ତମାନ ମୁଁ ଏଥିପାଇଁ ଆଇନଗତ ସାହାଯ୍ୟ ନେଇଛି ଏବଂ ମୋର ଯାହା ଅଛି ତାହା ପାଇବି ବୋଲି ଆଶା କରୁଛି ।’ ଏହି ଶୋ’ର ଅନ୍ୟ ଅନ୍ୟ କଳାକାର ମଧ୍ୟ ସେମାନଙ୍କ ଫି’କୁ ଅପେକ୍ଷା କରିଛନ୍ତି ।

Share this story