ସ୍ୱାମୀଙ୍କ ଶେଷଦର୍ଶନରେ କାହିଁକି ସାମିଲ ନଥିଲେ ଏହି ସୁନ୍ଦରୀ ଅଭିନେତ୍ରୀ, ଆଶ୍ଚର୍ଯ୍ୟ କରିଦେବ କାରଣ...

Why actress Zeenat Aman is not allowed in her husband funeral

ଓଡ଼ିଆ ଗସିପ ବ୍ୟୁରୋ: ୭୦ ଦଶକରେ ନିଜର ଅଭିନୟ ଓ ବୋଲ୍ଡ ଅନ୍ଦାଜରେ ପୁରା ବଲିଉଡକୁ ଚମକାଇଦଉଥିଲେ ଅଭିନେତ୍ରୀ ଜୀନତ୍ ଅମାନ (Actress Zeenat Aman) । ସିଲଭର ସ୍କ୍ରିନରେ ସଫଳତା ହାସଲ କରିଥିବା ଏହି ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନରେ କିନ୍ତୁ ହାରିଯାଇଥିଲେ । ବିବାହ ବିଚ୍ଛେଦ ସହ ସ୍ୱାମୀଙ୍କ ଦେହାନ୍ତ ତାଙ୍କୁ ଅନେକ କଷ୍ଟ ଦେଇଥିଲା । ହେଲେ ଏହିସବୁ କଷ୍ଟରୁ ବାହାରି ମଧ୍ୟ ସେ ସଫଳତାର ପାହାଚ ଚଢିଥିଲେ ।

ବଲିଉଡର ଭେଟେରାନ ଅଭିନେତ୍ରୀ ଜୀନତ୍ ଅମାନଙ୍କ କିଏ ନ ଜାଣେ । ୭୦ ଦଶକରେ ଜୀନତ୍ ଜଣେ ଗ୍ଲାମରିୟସ ଅଭିନେତ୍ରୀ ଥିଲେ । ସେ ନିଜ ଫିଲ୍ମ କ୍ୟାରିୟରରେ ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ।

ଜୀନତ ଅମାନ ଅନସ୍କ୍ରିନରେ ବିକିନୀ ପିନ୍ଧି ହିନ୍ଦି ଫିଲ୍ମରେ ପୁରା ଧମାଲ ମଚାଉଥିଲେ । ଏଠାରେ କହିରଖୁଛୁ ଯେ, ଏହି ଅଭିନେତ୍ରୀଙ୍କ ଲାଇଫ କୌଣସି କାହାଣୀଠାରୁ କମ୍ ନୁହେଁ । ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବହୁ କଷ୍ଟରେ କଟିଥିବା କୁହାଯାଏ । ଅଭିନେତ୍ରୀ ଜୀନତ୍ ଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି । 

ଜୀନତଙ୍କ ବିବାହର ପ୍ରାୟ ଏକ ବର୍ଷ ପରେ, ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ସମ୍ପର୍କ ଭଲ ନଥିଲା । ଏହି ଭେଟେରାନ ଆକ୍ଟ୍ରେଷଙ୍କ ପ୍ରଥମ ବିବାହ ସଞ୍ଜୟ ଖାନଙ୍କ ସହିତ ଭାଙ୍ଗିଯାଇଥିଲା । ଯାହାକୁ ନେଇ ସେ ଅନେକ ବିବାଦରେ ରହିଥିଲେ ।

ଏହା ପରେ ଅଭିନେତ୍ରୀ ଜଣଙ୍କ ମଜହର ଖାନଙ୍କୁ ବିବାହ କରିଥିଲେ, କିନ୍ତୁ ୧୯୯୮ ମସିହାରେ ତାଙ୍କ ସ୍ୱାମୀ ମଜହର ଖାନଙ୍କର ମୃତ୍ୟୁ ହୋଇଥିଲା । ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ଅନ୍ତିମ ସଂସ୍କାରକୁ (Last Rites)ମଧ୍ୟ ଯାଇନଥିଲେ ।

ଅଭିନେତ୍ରୀ ଜୀନତ୍ ଅମାନ (Actress Zeenat Aman) ସିମି ଗ୍ରେୱାଲଙ୍କ ଶୋ’ରେ କହିଥିଲେ ଯେ, ଯେତେବେଳେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହେଲା, ସେତେବେଳେ ତାଙ୍କ ସ୍ୱାମୀଙ୍କ ପରିବାର ମଜହରଙ୍କୁ ଦେଖା କରିବାକୁ ଦେଇନଥିଲେ । ଏହି କାରଣରୁ ସେ ତାଙ୍କ ସ୍ୱାମୀଙ୍କ ଶେଷ ଦର୍ଶନରେ ଯାଇପାରିନଥିଲେ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଭୁବନେଶ୍ୱର ଏୟାରପୋର୍ଟ ବୁଦାମୂଳେ ଦେହ ବେପାରରେ ମସଗୁଲ ଥିଲେ ମହିଳା ଏବଂ ଦୁଇ ଯୁବକ, ମାଡ଼ିବସିଲେ ସ୍ଥାନୀୟ ଲୋକେ ଆଉ ତା'ପରେ...

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ: ବାହାଘର ଦିନ ପ୍ରେମିକାର ଗୋଡ କଟିଗଲା ପରେ ବି ସାତ ଜନ୍ମ ପାଇଁ ସାଥି କଲା ଯୁବକ, ପୁରା ଘଟଣା କିଛି ଏପରି ଥିଲା...

ଅଭିନେତ୍ରୀ ସାକ୍ଷାତକାରରେ କହିଥିଲେ ଯେ ମଜହରଙ୍କ ପରିବାର କାରଣରୁ ସେ ତାଙ୍କ ସ୍ୱାମୀଙ୍କୁ ଶେଷ ସମ୍ମାନ ଜଣାଇବାକୁ ଯାଇପାରିନଥିଲେ । ସାକ୍ଷାତକାରରେ ଜୀନତ୍ ଅମାନ ପ୍ରକାଶ କରିଛନ୍ତି ଯେ ସେ ମା' ହେବା ପାଇଁ ହିଁ ଦ୍ୱିତୀୟ ବିବାହ କରିଥିଲେ । କାରଣ ସେ ଶୀଘ୍ର ମାତୃତ୍ୱ ଲାଭ କରିବାକୁ ଚାହୁଁଥିଲେ ।

ଏଭଳି ପରିସ୍ଥିତିରେ ସେ ଦ୍ୱିତୀୟ ଥର ପାଇଁ ମଜହରଙ୍କୁ ବିବାହ କରିଥିଲେ। କିନ୍ତୁ ମଜହରଙ୍କ ମୃତ୍ୟୁ ପୂର୍ବରୁ ହିଁ ଅଭିନେତ୍ରୀ ଜୀନତ ଏବଂ ମଜହର ଅଲଗା ହୋଇଯାଇଥିଲେ । ଅଭିନେତ୍ରୀ ଜୀନତ୍ (Actress Zeenat) ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଡ୍ରଗ୍ସ ଓ ନିଶାରେ ସବୁ ବେଳେ ଅଭ୍ୟସ୍ତ ରହୁଥିଲେ ।

ଏହି କାରଣରୁ ମଜହରଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା । ଜୀନତ୍ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ଏହା ପରେ ମଧ୍ୟ ମଜହରଙ୍କ ଏହି ଅଭ୍ୟାସ ଛାଡି ନଥିଲା, ଯେଉଁ କାରଣରୁ ମଜହରଙ୍କର ମୃତ୍ୟୁ ହୋଇଥିଲା । ତେବେ ଏଠାରେ କହିରଖୁଛୁ ଯେ, କିଡନୀ ସମସ୍ୟା (Kidney Problem) କାରଣରୁ ହିଁ ମଜହରଙ୍କର ମୃତ୍ୟୁ ଘଟିଥିଲା ।

Share this story