ଭାଇରଲ ଖବର; ପୁଣି ଖଟରୁ ଆରମ୍ଭ ହେବ ଟୁଙ୍ଗୁରୁ ଭୋଳ-ବର୍ଷା ଭୋଳର ପ୍ରେମ କାହାଣୀ, ସହି ପାରିବ ତ ଓଡିଶା?

Tunguru

ଓଡ଼ିଆ ଗସିପ ବ୍ୟୁରୋ: ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଆଉ ବର୍ଷା ପ୍ରେମ କାହାଣୀରେ ଘଟିଛି ବହୁତ ବଡ ଖୁଲାସା।ଧିରେ ଧିରେ ସାମ୍ନାକୁ ଆସୁଛି ଟୁଙ୍ଗୁରୁ ଭୋଳ ର ଅସଲ ରୂପ। ଗଣ ମାଧ୍ୟମ ଆଗରେ ଧରା ପଡିଛି ଟୁଙ୍ଗୁରୁ ର ଅସଲ ରୂପ। ସେ ଲୋକଙ୍କୁ ବନାଉଥିଲା ଭକୁଆ ।ସବୁ କାମ କରୁଥିଲା ଟୁଙ୍ଗୁରୁ କିନ୍ତୁ ଭାଉଜ ଭାଉଜ କହି ସବୁ ଏଡାଇ ଦେଇଥିଲା ସବୁ ସମ୍ପର୍କକୁ।ହେଲେ ଟୁଙ୍ଗୁରୁ ର ଧରା ପଡିଛି, କଲ ରେକର୍ଡିଙ୍ଗ ଭାଇରଲ ହେବା ପରେ ଜଣା ପଡ଼ିଛି ଦୁଇ ଜଣଙ୍କ ଭିତରେ ଏବେବି ଅଛି ସମ୍ପର୍କ।ଦୁଇ ଜଣଙ୍କ ଭିତରେ ଏବେବି ଚାଲିଛି ପ୍ରେମ।ଏହି ଘଟଣା ଥିଲା ସମ୍ପୂର୍ଣ୍ଣ ଭାବରେ ଗୋଟିଏ ମିଛ ନାଟକ। ପ୍ରେମିକା ରୁ ଭଉଣୀ ହେବା ପରେ ମଧ୍ୟ ଟୁଙ୍ଗୁରୁ ଆଉ ବର୍ଷା ଭିତରେ ଏବେବି ଚାଲିଛି ପ୍ରେମ।

 

ଟୁଙ୍ଗୁରୁ ବର୍ଷାକୁ ଫୋନ କରି କହିଛି କି ମୁଁ ତୋର ଥିଲି ତୋର ରହିବି ତତେ ମୋ ଠାରୁ କେହି ବି ଅଲଗା କରି ପାରିବେ ନାହିଁ ନା ଏ ପୋଲିସ ନା ମିଡ଼ିଆ।ଅଟୋ ଚାଳକ ରୁ ହିରୋ ହୋଇଥିବା ଟୁଙ୍ଗୁରୁ ଏବଂ ବର୍ଷାଙ୍କ କଲ ରେକର୍ଡ ଏବେ ଭାଇରଲ ହେବାରେ ଲାଗିଛି।ବର୍ଷାଙ୍କ ଅଭିଯୋଗ ପରେ ଅଟୋ ଚାଳକ ଟୁଙ୍ଗୁରୁ କୁ ଗିରଫ କରି ନେଇଥିଲା ପୋଲିସ ହେଲେ ଏବେ ଟୁଙ୍ଗୁରୁ କହିଛି ଦେଖିବ ଏ ଦୁନିଆ ବର୍ଷା ଆଉ ଟୁଙ୍ଗୁରୁ ଭୋଳ ର ବାହାଘର।

ଏହି ଦୁଇ ଜଣଙ୍କ ପ୍ରେମ କାହାଣୀ ମଝିରେ ଏତେ ପ୍ରସିଦ୍ଧ ହୋଇଗଲା ଯେ ଅଧିକାଂଶ ଗଣ ମାଧ୍ୟମ କେବଳ ଏହି ଦୁହିଁଙ୍କର ଖବର ହିଁ ଦେଖାଇଲେ।ଅନେକ ଓକିଲ,ଆଇନଜୀବୀ ଏବଂ ସମାଜସେବୀ ମାନେ ନିଜ ନିଜର ମତ ଏମାନଙ୍କ ବିଷୟରେ ରଖିଲେ।ବହୁତ ପ୍ରଯୋଜକ ମାନେ ଏମାନଙ୍କ ଉପରେ ଗୀତ ବନାଇଲେ ଏବଂ ଏହି ଦୁଇ ଜଣ ମଧ୍ୟ କିଛି କିଛି ଗୀତରେ ଅଭିନୟ ମଧ୍ୟ କଲେ।ଏମାନଙ୍କ କାହାଣୀ ଓ ନାମକୁ ଆଧାର କରି କିଛି ଚଳଚ୍ଚିତ୍ର ଗୁଡିକରେ ତାହା ବ୍ୟବହାର ମଧ୍ୟ ହୋଇଛି।

Share this story