ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଭିକ୍କି-କ୍ୟାଟ୍ରିନା କୈଫ୍; ରାଜସ୍ଥାନରେ ହେବ ବିବାହ, ସଲମାନ କରିବେ କଣ?

Katrina Kaif

ଓଡ଼ିଆ ଗସିପ୍ ବ୍ୟୁରୋ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍ ର ବିୟୁଟି କ୍ୟାଟ୍ରିନା କୈଫ୍ ଏବଂ ଉରି-ଦ ସର୍ଜିକାଲ ଷ୍ଟ୍ରାଇକ୍ ହିରୋ ଭିକ୍କି କୌଶଲ । ଏନେଇ ଜାତୀୟ ଗଣମାଧ୍ୟମରେ ଢେର୍ ସାରା ଚର୍ଚ୍ଚା । ଗତ କିଛି ଦିନ ହେବ ଏହି ଦୁଇ ତାରକାଙ୍କ ବିବାହ ହେବାକୁ ଯାଉଥିବା ମାୟାନଗରୀ ମୁମ୍ବାଇରେ କଥା ଉଡୁଥିଲା ଏବେ କିନ୍ତୁ ଏହି କଥା ଶୋଳଅଣା ସତ ।

ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଗତ ଅଗଷ୍ଟ 18 ତାରିଖରେ କ୍ୟାଟ୍ରିନା ଏବଂ ଭିକ୍କିଙ୍କ ରିଙ୍ଗ ସେରମୋନି ସରିଥିଲା । ଏହା ଖବର କିନ୍ତୁ ସାମ୍ନାକୁ ଆସିନଥିଲା । ଏପରିକି ଉଭୟେ ଏନେଇ ମୁହଁ ବି ଖୋଲିନଥିଲେ ।  

vikky koushil

ଇ-ଟାଇମ୍ସର ରିପୋର୍ଟ ଅନୁସାରେ କ୍ୟାଟ୍ରିନାଙ୍କ ବିବାହ ପାଇଁ ତାଙ୍କ ମାଆ  ସୁଜାନେ ଟୁରକ୍ୟୁଟେ (Suzanne Turquotte) ଏବଂ ଭଉଣୀ ଇଜାବେଲ୍ କୈଫ୍ (Isabelle Kaif) ମୁମ୍ବାଇର ଏକ କ୍ଲିଥିଂ ଷ୍ଟୋରରେ ସପିଂ କରୁଥିବା ବେଳେ ସ୍ପଟ ହୋଇଛନ୍ତି । ଏପରିକି ଉଭୟେ ମିଡିଆ ସାମ୍ନାରେ ଫଟୋ ପୋଜ୍ ମଧ୍ୟ ଦେଇଥିଲେ ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଡିସେମ୍ବର ପ୍ରଥମ ସପ୍ତାହରେ ହିଁ କ୍ୟାଟ୍ରିନା ଏବଂ ଭିକ୍କି କୌଶଲଙ୍କ ବିବାହ ହେବାକୁ ଯାଉଛି । ଦୁହିଁଙ୍କ ପାଇଁ ଫ୍ୟାସନ ଡିଜାଇନର ସବ୍ୟସାଚୀ ଡ୍ରେସ ଡିଜାଇନିଂ କରୁଛନ୍ତି । ମ୍ୟାରେଜ ଡେଷ୍ଟିନେସନ ରହିଛି ରାଜସ୍ଥାନର ମୋଧପୁର । ଏହି ଲୋକେସନ Ranthambore National Park ଠାରୁ 30 କିଲୋମିଟର ଦୂରରେ ରହିଛି ।

vickky

ସୂଚନା ଥାଉ କି ଉଭୟ ଭିକ୍କି ଏବଂ କ୍ୟାଟ୍ରିନା ବହୁ ଦିନ ହେବ ଡେଟ୍ କରୁଥିଲେ । ଉଭୟଙ୍କ ସିକ୍ରେଟ ଲଭ୍ ଲାଇଫ ବି-ଟାଉନରେ କେବଳ ଏକ ଗସିପ ହିଁ ରହିଥିଲା ଯାହା କେବେ ସାମ୍ନାକୁ ଆସିନଥିଲା । ଏବେ କିନ୍ତୁ ଦୁହେଁ ଦୁହିଁଙ୍କ ଜୀବନ ସାଥୀ ହେବାକୁ ଯାଉଛନ୍ତି ।

 

Share this story