ରୁପେଲି ପରଦାର ଟ୍ରାଜେଡି କିଙ୍ଗ୍ ଦିଲୀପ ସାହାବଙ୍କ ସମ୍ପର୍କରେ କିଛି ଜଣା ଅଜଣା

Dilip Kumar ji
 

ଓଡ଼ିଆ ଗସିପ୍ ବ୍ୟୁରୋ:  ହିନ୍ଦି ସିନେମାର ଯିଏ ଚେହେରା ବଦଳାଇ ଦେଇଥିଲେ। ଯାହାଙ୍କଠୁ ଆରମ୍ଭ ହୋଇଥିଲା ବଲିଉଡ଼ ସିନେମାରେ ଚରିତ୍ର ଅଭିନୟର ନୂଆ ପରିଭାଷା। ଯାହାଙ୍କ ପାଇଁ ସୁପରଷ୍ଟାର ଶବ୍ଦ ବି ଫିଲ୍ମ ସହ ଯୋଡ଼ା ଯାଇଥିଲା। ସେ ହିଁ ଥିଲେ ଟ୍ରାଜେଡି କିଂଗ ଦିଲୀପ କୁମାର । ୧୯୨୨ ଡିସେମ୍ବର ୧୧ ତାରିଖରେ ପାକିସ୍ତାନର ପେଶାଓ୍ୱାର ସହରରେ ଜନ୍ମ ନେଇଥିଲେ ଦିଲିପ କୁମାର। ତାଙ୍କର ପ୍ରକୃତ ନାଁ ଥିଲା ମହମ୍ମଦ ୟୁସୁଫ୍ ଖାନ୍। ଫିଲ୍ମ ଇଣ୍ଡଷ୍ଟ୍ରିର ସେ ହେଉଛନ୍ତି ପ୍ରଥମ ଖାନ୍ ।


ପାକିସ୍ତାର ପେଶାଓ୍ୱରରେ ଜନ୍ମ ନେଇଥିଲେ ଦିଲ୍ଲୀପକୁମାର । ଗୁଲାମ ସରାଓ୍ୱର ଖାନ ଓ ଆୟେଶା ବେଗମଙ୍କ ସୁପୁତ୍ର ଥିଲେ ଦିଲୀପ । ତାଙ୍କ ବାପା ଜଣେ ଫଳ ବ୍ୟବସାୟୀ ଥିଲେ । ଭାରତ-ପାକିସ୍ତାନ ବିଭାଜନ ପରେ ସେ ମହାରାଷ୍ଟ୍ର ନାସିକକୁ ଚାଲି ଆସିଥିଲେ। ନାସିକ ଦେଓଲାଲିର ବର୍ନିସ ସ୍କୁଲରେ ଦିଲୀପଙ୍କ ସ୍କୁଲ ଜୀବନୀ କଟିଥିଲା । ତାଙ୍କର ସ୍କୁଲ ବେଳର ସାଥି ଥିଲେ ପ୍ରଖ୍ଯାତ ଅଭିନେତା ତଥା ସିନେ ନିର୍ମାତା ରାଜ କପୁର । ସିନେ ଜଗଦରେ ଅଭିନୟ ଆରମ୍ଭ କରିବା ପରେ ରାଜକପୁଙ୍କ ସହ ଫିଲ୍ମରେ ନଜର ଆସିଛନ୍ତି ଦିଲୀପ । ସିନେ ନିର୍ମାତା ମେହବୁବ ଖାନଙ୍କ ଅନ୍ଦାଜ ଫିଲ୍ମରେ ଅଭିନୟ କରିଛନ୍ତି ଉଭୟ ଦୀଲୀପ କୁମାର ଏବଂ ରାଜକପୁର।

୧୯୪୪ରେ ବଲିଉଡରେ ଜୁଆର ଭଟ୍ଟାରୁ ତାଙ୍କର ଫିଲ୍ମ କରିଅର ଆରମ୍ଭ। ଦୀର୍ଘ ୫ ଦଶନ୍ଧୀ ଧରି ରୂପେଲି ପରଦାରେ ନିଜର ଅଭିନୟର ଜାଦୁ ଦେଖାଇଥିଲେ ଦିଲୀପ କୁମାର । ଫିଲ୍ମ ଜୀବନୀ ଭିତରେ ସେ ୬୫ରୁ ଅଧିକ ସିନେମାରେ କାମ କରିଛନ୍ତି । ଜୁଗନୁ, ସହୀଦ, ମେଲା, ଅନ୍ଦାଜ, ଶବନମ, ଦେବଦାସ,ୟହୁଦୀ, ମଧୁମତି, ପୈଗାମ, ଦାଗ, ଆଜାଦ, ମୁଗଲ-ଏ-ଆଜମ, ଗଂଗା ଜମୁନା ଏବଂ ରାମ ଓୌର ଶ୍ୟାମ ତାଙ୍କର ସୁପରହିଟ୍ ସିନେମା କମେଡି ଫିଲ୍ମ ଆଜାଦରେ ସେ ଜଣେ ଚୋର ଚରିତ୍ରରେ ନଜର ଆସିଥିବାବେଳେ ମ୍ୟୁଜିକାଲ ହିଟ କୋହିନୁରରେ ତାଙ୍କୁ ଜଣେ ରାଜକୁମାର ଚରିତ୍ରରେ ଦେଖିବାକୁ ମିଳିଥିଲା ।

 ୧୯୬୭ ମସିହାରେ ସେ ୫ ବର୍ଷ ପାଇଁ ଅଭିନୟରୁ ବିରତି ନେଇ ଯାଇଥିଲେ। ପରେ ପୁଣିଥରେ ୧୯୮୧ରେ ଫିଲ୍ମ କ୍ରାନ୍ତି ଜରିଆରେ ପରଦାକୁ ଫେରିଥିଲେ । ଏହି ସିନେମା ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା। ଏହା ପରେ ଶକ୍ତି, ମଶାଲ, କର୍ମା, ସୌଦାଗର ଭଳି ସୁପର ହିଟ୍ ଫିଲ୍ମ କରିଛନ୍ତି ଦିଲୀପ। ୧୯୯୮ରେ କିଲ୍ଲା ଦିଲୀପଙ୍କ ହେଉଛି କରିୟର ଶେଷ ଫିଲ୍ମ । ୧୯୬୬ରେ ବଲିଉଡ ଅଭିନେତ୍ରୀ ସାଇରାବାନୋଙ୍କୁ ବିବାହ କରିଥିଲେ ଦିଲୀପ କୁମାର।

 

ପ୍ରଥମ ବଲିଉଡ ଅଭିନେତା ଭାବେ ଦାଗ୍ ଫିଲ୍ମ ପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। କେବଳ ଏହି ଗୋଟିଏ ନୁହଁ ସେ ୭ଟି ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ।  ୧୯୫୦ ମସିହାରେ ସବୁଠାରୁ ଅଧିକ ଦାମି କଳାକାର ଥିଲେ ଦିଲୀପ କୁମାର । ସେତେବେଳେ ତାଙ୍କୁ ଗୋଟିଏ ଫିଲ୍ମ ପାଇଁ ୧ ଲକ୍ଷ ଟଙ୍କା ମିଳୁଥିଲା। ଯାହାର ବର୍ତ୍ତମାନର ବଜାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ୨୦୦୬ ମସିହାରେ ମହାରାଷ୍ଟ୍ରକୁ ଲୋକସଭାକୁ ମନୋନୀତ ହୋଇଥିଲେ ଦିଲୀପ କୁମାର । କଳାକ୍ଷେତ୍ରରେ ଅବଦାନ ଲାଗି ତାଙ୍କୁ ୨୦୧୫ରେ ପଦ୍ମ ବିଭୁଷଣ ସମ୍ମାନ ମିଳିଥିଲା । ୧୯୯୪ରେ ତାଙ୍କୁ ମିଳିଥିଲା ଦାଦା ସାହେବ ଫାଲକେ ପୁରସ୍କାର ।

Share this story