ଫେସବୁକ, ଟ୍ୱିଟରରେ ନୂଆ ସଂସାର ପାଇଁ ଶୁଭେଚ୍ଛା
ଓଡ଼ିଆ ଗସିପ୍ ବ୍ୟୁରୋ: ଓଲିଉଡ୍ ର ସେଲିବ୍ରିଟି କପୁଲ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ବିବାହ ସମ୍ପନ୍ନ ହୋଇଛି । ଆଉ ଏବେ ଚାଲିଛି ଶୁଭେଚ୍ଛାର ପର୍ବ । ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ଉଭୟ କପୁଲଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଓ ସମର୍ଥକ ନୂଆ ସଂସାର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ନବ ଦମ୍ପତିଙ୍କୁ ଶୁଭାଶିଷ ପ୍ରଦାନ କରିଛନ୍ତି ।
ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ନବଦମ୍ପତ୍ତି @architaworld ଏବଂ @sabyaactor ଙ୍କୁ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଦାମ୍ପତ୍ୟ ଜୀବନ ସୁଖମୟ ହେଉ । https://t.co/TJN90zqQLT
— Dharmendra Pradhan (@dpradhanbjp) March 1, 2021
ଏଇଠି କହି ରଖୁଛୁ ଯେ, ଜନ୍ମ ଜନ୍ମର ସାଥି ହୋଇ ବାଟ ଚାଲିବା ଆରମ୍ଭ କରିଛନ୍ତି ଓଲଉଡର ସୁଇଟ କପୁଲ ସବ୍ୟସାଚୀ ଓ ଅର୍ଚ୍ଚିତା ସାହୁ । ଗତକାଲି ରାଜସ୍ଥାନର ଏକ ହେରିଟେଜ ହୋଟେଲରେ ବିବାହ ସମ୍ପନ୍ନ ହୋଇଛି ।
ବିବାହ ପୂର୍ବରୁ ଉଭୟଙ୍କର କିଛି ଫଟୋ ସେୟାର କରିଛନ୍ତି ସବ୍ୟସାଚୀ ବିଭିନ୍ନ ଡିଜାଇନ୍ କଷ୍ଚୁମ ପିନ୍ଧିଥିବା ଫଟୋ ସାମ୍ନାକୁ ଆସିଛି। ସେଥିରେ ଅର୍ଚ୍ଚିତାଙ୍କ ଫଟୋ ଅପଲୋଡ୍ କରି ସବ୍ୟ ଲେଖିଛନ୍ତି ଯେ ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର। ସେହିପରି ସବ୍ୟଙ୍କ ଫଟୋ ଫେସବୁକ୍ରେ ଅପଲୋଡ୍ କରି ଅର୍ଚ୍ଚିତା ସମାନ କଥା ଲେଖିଛନ୍ତି।
Best wishes brother @sabyaactor
— Akash Dasnayak (@IamAkashDNayak) February 28, 2021
ସବ୍ୟ-ଅର୍ଚ୍ଚିତାଙ୍କ ବିବାହ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ ଉଭୟ ଏହି ସସପେନ୍ସରେ ବ୍ରେକ୍ ଲଗାଇଥିଲେ। ଉଭୟ ଉଭୟଙ୍କୁ ବିବାହ କରିବେ ବୋଲି ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହାସହ ଦୁହେଁ ଭାବବିହ୍ୱଳପୂର୍ଣ୍ଣ ମେସେଜ୍ ପ୍ରଶସଂକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।
”ତୋର ମୋର ଯୋଡି ସୁନ୍ଦର”, ”ସ୍ମାଇଲ ପ୍ଲିଜ୍”, ”ମୁଁ ସପନର ସୌଦାଗର” ଓ ”ପାଗଳ କରିଛି ପାଉଁଜି ତୋର”, ”ମୋତେ ଆଣିଦେଲୁ ଲକ୍ଷେ ଫଗୁଣ”, ”ବାଏ ବାଏ ଦୁବାଇ”, ”ହେଲା ମୋତେ ପ୍ରେମ ଜର”, ”କେଉଁ ଦୁନିଆରୁ ଆସିଲ ବନ୍ଧୁ” ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।
ଅଭିନେତା ସବ୍ୟସାଚୀ ଖାଲି ରିଲ୍ରେ ହିରୋ ନୁହଁନ୍ତି ବରଂ ରିୟଲ ଦୁନିଆର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା। କରୋନା ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇ ସବ୍ୟସାଚୀ ସବୁବେଳେ ଚର୍ଚ୍ଚାରେ ରହିଥିଲେ।