ଆଜି ବି ମନେ ପଡ଼ନ୍ତି ସୁଶାନ୍ତ ସିଂ ରାଜପୁତ: ଝୁରୁଛନ୍ତି ଅନେକ ଆଉ ଆପଣ ?

ଓଡ଼ିଆ ଗସିପ୍ ବ୍ୟୁରୋ; ଜୁନ୍ 14 ତାରିଖ 2020 ମସିହା । ଆମ ସମସ୍ତଙ୍କୁ ପର କରିଚାଲିଗଲେ ବଲିଉଡର ଧୋନୀ ସୁଶାନ୍ତ ସିଂ ରାଜପୁତ । ଏବେ ବି ରହସ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ରହସ୍ୟ । ଚାପରେ ନା ଚିନ୍ତାରେ କଣ ରହିଛି କାରଣ ଏବେ ବି ଅସ୍ପଷ୍ଟ । ଆଉ ଏବେ ମୃତ୍ୟୁର ଏତେ ଦିନ ପରେ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କ ମନରେ ରହିଛନ୍ତି ଏହି ଦିବଂଗତ ଲୋକପ୍ରିୟ ବଲିଉଡ୍ ଅଭିନେତା ।
ବିଶିଷ୍ଟ ଗୀତିକାର ମନୋଜ ମୁନ୍ତାସିର ନିକଟରେ ସାମାଜିକ ଗଣମାଧ୍ୟମ ମଞ୍ଚ ଫେସବୁକରେ ସୁଶାନ୍ତ ସିଂ ରାଜପୁତଙ୍କ ସ୍ମୃତି ଚାରଣ କରିଛନ୍ତି । ସେ ଏକ ଭିଡିଓ ଜରିଆରେ ସୁଶାନ୍ତଙ୍କୁ ମନେ ପକାଇବା ସହ ଲେଖିଛନ୍ତି ତୁମେ ମନ ଅଛ , ଆମେ ତୁମକୁ ଭୁଲି ନାହୁଁ ।...
ସୁଶାନ୍ତ ସିଂ ରାଜପୁତ 'କିସ୍ ଦେଶ ମେନ୍ ହେ ମେରା ଦିଲ୍' ନାମକ ଏକ ଟିଭି ସିରିୟଲରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ଏକତା କପୁରଙ୍କ ସିରିଏଲ 'ପବିତ୍ର ରିସ୍ତା'ରୁ ପରିଚୟ ମିଳିଥିଲା । ଏହା ପରେ ସୁଶାନ୍ତ ମଧ୍ୟ ଚଳଚ୍ଚିତ୍ର ପାଇବା ଆରମ୍ଭ କରିଥିଲେ । ସେ 'କାଇ ପେ ଛେ' ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ପରେ ସେ ବାଣୀ କପୁର ଏବଂ ପରିନୀତି ଚୋପ୍ରାଙ୍କ ସହ 'ଶୁଦ୍ଧ ଦେଶୀ ରୋମାନ୍ସ'ରେ କାମ କରିଥିଲେ ।
ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି)ଙ୍କ ବାୟୋପିକରେ କାମ କରୁଥିବାବେଳେ ସୁଶାନ୍ତ ସିଂ ରାଜପୁତ ସର୍ବାଧିକ ଚର୍ଚ୍ଚାକୁ ଆସିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ଏହା ପରେ ସୁଶାନ୍ତ ସିଂ ରାଜପୁତଙ୍କୁ ବହୁ ଚଳଚ୍ଚିତ୍ର ମିଳିବାକୁ ଲାଗିଥିଲା। ସେଥିମଧ୍ୟରୁ 'ଛିଛୋରେ', 'ସୋନଚିଡିଆ' ଏବଂ 'କେଦାରନାଥ' ଭଳି ଚଳଚ୍ଚିତ୍ର ପ୍ରମୁଖ ଅଟେ ।