NCBର ପ୍ରଶ୍ନ, ଉତ୍ତର ଦେଲା ଉଡ଼ତା ବଲିଉଡ : କିଏ କଣ କହିଲେ ଜାଣନ୍ତୁ….


ଓଡ଼ିଆ ଗସିପ୍ ବ୍ୟୁରୋ: ଶନିବାର ଦିନ ତମାମ ଦେଶର ବଡ଼ ଖବର ଥିଲା ଏନସିବିରେ ତିନି ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପରୁ ମଧ୍ୟ ସାରା ଅଲ୍ଲୀ ଖାନ୍ ଙ୍କ ହାଜର ହେବା ଖବର । ବଲିଉଡର ଏହି ତିନି ପ୍ରମୁଖ ଓ ସୁପରଷ୍ଟାର ଅଭିନେତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଛି ଏନସିବି ।

ତିନି ଅଭିନେତ୍ରୀ ଭାଇରାଲ ହୋଇଥିବା ଡ୍ରଗ୍ସ ଚାଟ୍ ସମ୍ପର୍କରେ ମୁହଁ ଖୋଲିଥିଲେ ମଧ୍ୟ ସେମାନେ ସେବନ କରିନାହାନ୍ତି ବୋଲି କହିଛନ୍ତି । ସେପଟେ ଯଦି ସେବନ କରିନାହଁ ତେବେ କାହା ପାଇଁ ଡ୍ରଗ୍ସ ସମ୍ପର୍କରେ ଚାଟ କରୁଥିଲ ବୋଲି ପ୍ରଶ୍ନ କରିଥିଲା ଏନସିବି । ଏନସିବିର ଏହି ପ୍ରଶ୍ନର ଉତ୍ତର କିନ୍ତୁ କେହି ମଧ୍ୟ ସନ୍ତୋଷଜନ ଭାବେ ଦେଇନଥିଲେ ।

ସୂଚନା ଥାଉ କି, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତରୁ ସାମ୍ନାକୁ ଆସିଛି ବଲିଉଡରେ ଚାଲିଥିବା ବେଆଇନ ଡ୍ରଗ୍ସ ସେବନ ଓ ଯୋଗାଣ କାରବାର। ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଏହାର ତଦନ୍ତ କରୁ କରୁ ଡ୍ରଗ୍ସ ଲିଙ୍କରେ ବହୁ ନାମୀଦମୀ କଳାକାରଙ୍କ ନାମ ବି ଆସିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଅନ୍ୟତମ ସଂଦିଗ୍ଧ ତଥା ତାଙ୍କର ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରି ପଚରାଉଚରା କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପରୁ ପରଦା ହଟିଥିଲା। ସୁଶାନ୍ତ ତାଙ୍କର ଦୁଇ ସହ-କଳାକାର ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କ ସହ ଡ୍ରଗ୍ସ ସେବନ କରୁଥିଲେ ବୋଲି ବୟାନ ରଖିଥିଲେ ରିୟା।