ସଲମାନ ଖାନଙ୍କ ଘରକୁ ଘରଣୀ ହୋଇଯିବେ ଦବଙ୍ଗ ଗାର୍ଲ ସୋନାକ୍ଷୀ: ଭାଇଜାନ ଦେଲେ ଏହି ସୂଚନା

Salman

ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡରେ ଚାଲିଛି ବିବାହ ଋତୁ । ନିକଟରେ ଅଭିନେତା ରାଜକୁମାର ରାଓ ଓ ପତ୍ରଲେଖା ସାତଫେରା ନେଇଛନ୍ତି । ଏବେ ବିକ୍କି କୌଶାଲ ଓ କ୍ୟାଟ୍ରିନାଙ୍କ ବିବାହକୁ ନେଇ ଚାଲିଛି ଜୋରସୋରରେ ଚର୍ଚ୍ଚା ।

ସେପଟେ ତାରା ସୂତାରିଆ ଓ ଅରମାନ ଜୈନ୍‌ ମଧ୍ୟ ଖୁବ୍‌ଶୀଘ୍ର କରିପାରନ୍ତି ବିବାହ । ଏହି ତାଲିକାରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ନାଁ ମଧ୍ୟ ରହିଛି । ତେବେ ଏହାରି ଭିତରେ ଏହି ଲିଷ୍ଟରେ ଏବେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ନାଁ ମଧ୍ୟ ଯୋଡି ହୋଇଛି । ସେ ଖୁବଶୀଘ୍ର ଭାଇଜାନ୍‌ ସଲମାନ ଖାନ୍‌ଙ୍କ ଘରର ବୋହୂ ହେବାକୁ ଯାଉଛନ୍ତି । ଏନେଇ ବି-ଟାଉନ୍‌ ଗଳିରେ ଚାଲିଛି ଗସିପ୍‌ ।

ଖୁବ୍‌ଶୀଘ୍ର କନିଆଁ ସାଜିବେ ଶଟଗନ୍‌ ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ ସିହ୍ନା । ସଲମାନଙ୍କ ପରିବାରରେ ଧରିବେ ହାତ । ତାଙ୍କ ସମର୍କୀୟ ତଥା ସେଲେବ୍ରିଟି ମ୍ୟାନେଜର ବଣ୍ଟି ସାଜଦେହଙ୍କୁ ସେ କରିବେ ବିବାହ । ଦୁହେଁ ପରସ୍ପର ଦୀର୍ଘ ଦିନ ଧରି ଡେଟ୍‌ କରୁଛନ୍ତି । ଏବେ ଉଭୟଙ୍କ ଏହି ଡେଟିଂ ବିବାହରେ ପରିଣତ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି ।

୨୦୧୨ ଠାରୁ ଦୀର୍ଘ ବର୍ଷ ଧରି ବଣ୍ଟି ସାଜଦେହ ସହିତ ଡେଟିଂ କରୁଛନ୍ତି ସୋନାକ୍ଷୀ । ତଥାପି, ଦୁହେଁ ଏ ବିଷୟରେ ଖୋଲାଖୋଲି ଭାବେ ମିଡିଆ ସାମ୍ନାରେ କେବେ ଖୁଲାସା କରିନାହାନ୍ତି । ହେଲେ ଉଭୟେ ଅନେକ ସେଲେବ୍ରିଟି ପାର୍ଟିରେ ଏକାଠି କ୍ୟାମେରା ଆଗରେ କଏଦ୍‌ ହୋଇଇଛନ୍ତି ।

ସୋନାକ୍ଷୀ ସିହ୍ନାଙ୍କ ପରିବାର ସଦସ୍ୟ ବଣ୍ଟିଙ୍କୁ ବେଶ୍‌ ପସନ୍ଦ କରନ୍ତି ବୋଲି ମିଡିଆ ରିପୋର୍ଟରେ ଦାବି କରାଯାଇଛି । ବଣ୍ଟି ସାଜଦେହ ହେଉଛନ୍ତି ସଲମାନଙ୍କ ଘନିଷ୍ଟ ସମ୍ପର୍କୀୟ । ସେ ତାଙ୍କ ଭାଇ ସୋହେଲ ଖାନ୍‌ଙ୍କ ଶାଳକ । ସୋହେଲଙ୍କ ପତ୍ନୀ ସୀମା ଖାନ୍‌ଙ୍କ ନିଜ ଭାଇ ହେଉଛନ୍ତି ବଣ୍ଟି।

Salman

୨୦୧୦ ମସିହାରେ ସୋନାକ୍ଷୀ ସଲମାନ ଖାନଙ୍କ ଫିଲ୍ମ ‘ଦବାଙ୍ଗ’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ୨୦୧୬ରେ ବଣ୍ଟି ଏବଂ ସୋନାକ୍ଷୀଙ୍କ ବିବାହ ଖବର ସାମ୍ନାକୁ ଆସିଥିଲା । ପରେ ସେମାନଙ୍କ ବ୍ରେକଅପ୍ ହୋଇଯାଇଥିବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

ବଣ୍ଟି ପୂର୍ବରୁ ବିବାହ କରିସାରିଛନ୍ତି । ସେ ୨୦୦୯ରେ ଅମ୍ବିକା ଚୌହାନଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୪ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ, ତାଙ୍କର ଛାଡପତ୍ର ହୋଇଥିଲା । ସେ ପିଆର୍‌ ଏଜେନ୍ସି ‘କର୍ଣ୍ଣର ଷ୍ଟୋନ୍‌’ର ମାଲିକ ଅଟନ୍ତି । ବଣ୍ଟିଙ୍କ କେବଳ ବଲିଉଡ ନୁହେଁ କ୍ରିକେଟର ମାନଙ୍କ ସହ ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି । ସେ ବିରାଟ କୋହଲିଙ୍କ ଜଣେ ଭଲ ବନ୍ଧୁ ବୋଲି ଜଣାପଡିଛି।

Share this story