ବଲିଉଡର୍ ଖଳନାୟକ ମହେଶ ଭଟ୍ଟଙ୍କ ପୋଲ ଖୋଲିଲେ ଭଣଜା ବୋହୁ, କହିଲେ ମହେଶଙ୍କ ଏହି ସମ୍ପର୍କୀୟ କରନ୍ତି ଡ୍ରଗ୍ସ ଓ ମହିଳା ଚାଲାଣ

ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡ ଜଗତରେ କିଛି ମାସ ହେବ ଇନ ଫାଇଟ ଜାରି ରହିଛି । ଯାହା ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏହି ଲଢେଇ ବଢି ଚାଲିଛି । ଇତିମଧ୍ୟରେ ବଲିଉଡରେ ସବୁଠାରୁ ବିବାଦୀୟ ମହେଶ ଭଟ୍ଟଙ୍କ ପୋଲ ଖୋଲିଛନ୍ତି ତାଙ୍କ ଭଣଜା ବୋହୁ ଅଭିନେତ୍ରୀ ଲୁଭିନା ଲୋଧ ।
ଯାହା ଭଟ୍ଟଙ୍କୁ ପୁଣି ବିବାଦ ଘେରକୁ ଟାଣିଛି । ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ବଲିଉଡର ଡନ୍ ବୋଲି କହିଛନ୍ତି ଲୁଭିନା ଲୋଧ । ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରି ନିଜକୁ ସେ ମହେଶ ଭଟ୍ଟଙ୍କ ଭଣଜା ବୋହୁ ବୋଲି ଦାବି କରିବା ସହ ଭଣଜା ସୁମିତ ସବରୱାଲଙ୍କ ପତ୍ନୀ ବୋଲି ପରିଚୟ ଦେଇଛନ୍ତି ।
ଭିଡିଓରେ ଲୁଭିନା ସୁମିତଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଥିବା କହିଛନ୍ତି । ଏଥିସହ ଲୁଭିନା କହିଛନ୍ତି ଯେ, ତାଙ୍କ ସ୍ୱାମୀ ଅର୍ଥାତ ମହେଶଙ୍କ ଭଣଜା ସୁମିତ ବଲିଉଡରେ ଡ୍ରଗ୍ସ ସପ୍ଲାଏ କରନ୍ତି । ସେ ଜଣେ ନିଶା ବେପାରୀ । କିଛି ଅଭିନେତ୍ରୀଙ୍କ ନାଁ ମଧ୍ୟ ସେ ନେଇଛନ୍ତି ।
ସେ ଠୋସ ମାରି କହିଛନ୍ତି ଏହି ବିଷୟରେ ମାମୁଁ ମହେଶ ଭଟ୍ଟଙ୍କୁ ସବୁ ଜଣାଅଛି । ଏବଂ ତାଙ୍କ ବିନା ଅନୁମତିରେ ବଲିଉଡରେ ପତ୍ର ଟିଏ ବି ହଲେ ନାହିଁ ।
ସପ୍ନା ପବିି ଓ ଅମର୍ଯ୍ୟା ଦସ୍ତୁରଙ୍କ ଭଳି ଅଭିନେତ୍ରୀଙ୍କୁ ସେ ଡ୍ରଗ୍ସ ସପ୍ଲାଏ କରନ୍ତି ବୋଲି ଅଭିଯୋଗ କରିଛନ୍ତି ଲୁଭିନା । ଏଥିସହ ସୁମିତଙ୍କ ଫୋନରେ କିଛି ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ମେସେଜ ରହିଥାଏ । ତେଣୁ ସେ ମହିଳା ଚାଲାଣରେ ମଧ୍ୟ ସଂପୃକ୍ତ ଥିବା କହିଛନ୍ତି ଲୁଭିନା ।
ଏଭଳି ସାଙ୍ଘାତିକ ଅଭିଯୋଗ ଆଣିବା ପରେ ତାଙ୍କ ପରିବାର ପ୍ରତି ବିପଦ ରହିଛି ବୋଲି କହିଛନ୍ତି ଲୁଭିନା ଲୋଧ । ତେଣୁ ତାଙ୍କୁ ସୁରକ୍ଷା ଦରକାର ବୋଲି ସେ ଦାବି କରିଛନ୍ତି । ଏବେ ଦେଖିବାକୁ ବାକି ରହିଛି କି ତଦନ୍ତକାରୀ ଅଧିକାରୀ ମାନେ ଏହି ଅଭିଯୋଗକୁ କେଉଁ ଦିଗ ଦେଉଛନ୍ତି ।