ମିଛ କହି ମନ ଭାଙ୍ଗିଥିଲେ, ଏବେ ଏମିତି ଶୁଣିବାକୁ ପଡ଼ୁଛି

ମିଛ କହି ମନ ଭାଙ୍ଗିଥିଲେ, ଏବେ ଏମିତି ଶୁଣିବାକୁ ପଡ଼ୁଛି

ଓଡ଼ିଆ ଗସିପ୍ ବ୍ୟୁରୋ; ମିଛ କହିବା ମହାପାପ । କିନ୍ତୁ ମିଛକୁ ମହାପାପ ନୁହେଁ ମଜାକ କରି ପ୍ରଶଂସକଙ୍କ ମନ ଭାଙ୍ଗିବା ପରେ ଏବେ ଚାରିଆଡୁ ସମାଲୋଚନାର ଶିକାର ହୋଇଛନ୍ତି ବଲିଉଡ୍ ସିଙ୍ଗର ନେହା କକ୍କର ।

ଯେଉଁ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ହଲଚଲ ମଚାଇ ଦେଇଥିଲେ ଏବେ ସେହି ସୋସିଆଲ ମିଡିଆରୁ ମା-ଭଉଣୀ କରି ନେହାକୁ ଶୁଣିବାକୁ ପଡ଼ୁଛି । ଗର୍ଭବତୀ ନେଇ ପବ୍ଲିକ ଷ୍ଟଣ୍ଟ ପରେ ଅନ୍ୟ ସାମାଜିକ ଗଣମାଧ୍ୟମ ଅପେକ୍ଷା ଟ୍ୱିଟରରେ ଅଧିକ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ନେହା କକ୍କର ଅକ୍ଟୋବର ୨୪ରେ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ । ବିବାହ ପରେ ଦୁହେଁ ହନିମୁନ ପାଇଁ ଦୁବାଇ ଯାଇଥିଲେ । ସେଠାରେ ସ୍ବାମୀଙ୍କ ସହ ନେହା ଅନେକ ସୁନ୍ଦର ସୁନ୍ଦର ଫଟୋ ସେୟାର କରିଥିଲେ ।

ନିକଟରେ ସେ ଦୁବାଇରୁ ଫେରି ଗର୍ଭବତୀ ଥିବା ପରି ଏକ ଫଟୋ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେୟାର କରିଥିଲେ । ସେଥିରେ ଲେଖିଥିଲେ ଖୟାଲ୍ ‌ରଖାକର୍‌’, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଏପରିକି ନେହାଙ୍କ ଫଟୋରେ ତାଙ୍କ ଭାଇ ସୋନି କକ୍କର ମଧ୍ୟ ଅଭିନନ୍ଦନ ଲେଖି ଶୁଭେଚ୍ଛା ଜଣାଇଥିଲେ। ମାତ୍ର ଶନିବାର ନେହା ସ୍ପଷ୍ଟ କରିଛନ୍ତି ଯେ ଫଟୋଟି ତାଙ୍କର ଆଗାମୀ ମ୍ୟୁଜିକାଲ୍‌ ଭିଡିଓର ।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ମ୍ୟୁଜିକାଲ୍‌ ଭିଡିଓର ପୂରା ପୋଷ୍ଟର ପୋଷ୍ଟ୍‌‌ କରିଛନ୍ତି । ପୋଷ୍ଟ୍‌ରେ ଲେଖା ଯାଇଛି ଯେ ୨୨ ଡିସେମ୍ବରରେ ଗୀତଟି ରିଲିଜ୍‌ ହେବାକୁ ଯାଉଛି । ତାଙ୍କ ସହିତ ଦେଖିବାକୁ ମିଳିବେ ତାଙ୍କ ସ୍ବାମୀ ରୋହନପ୍ରୀତ। ତାଙ୍କ ଭିଡିଓର ଶୀର୍ଷକ ରହିଛି ଖୟାଲ୍‌ ରଖା କର୍‌’ 

Share this story