ପରଦାରେ; ଝିଅ ହୋଇ ଝିଅ ସହ ସେକ୍ସ କରିବେ, ମଜା ନେବେ ଓଡ଼ିଆ ଝିଅ ଅପସରା, ଆସୁଛି ‘ଡେଞ୍ଜରସ୍’...

ପରଦାରେ; ଝିଅ ହୋଇ ଝିଅ ସହ ସେକ୍ସ କରିବେ, ମଜା ନେବେ ଓଡ଼ିଆ ଝିଅ ଅପସରା, ଆସୁଛି ‘ଡେଞ୍ଜରସ୍’...

ଓଡ଼ିଆ ଗସିପ୍ ବ୍ୟୁରୋ: ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ନିଜ ଆଗାମୀ ଫିଲ୍ମ ‘ଡେଞ୍ଜରସ୍’କୁ ଭାରତର ପ୍ରଥମ ଲେସବିଆନ୍ କ୍ରାଇମ୍-ଥ୍ରୀଲର୍ ଫିଲ୍ମ ବୋଲି କହିଛନ୍ତି । ଏଥିରେ ଦକ୍ଷିଣ ଭାରତୀୟ ସିନେମାରେ କାମ କରୁଥିବା ଓଡ଼ିଆ ଅଭିନେତ୍ରୀ ଅପ୍ସରା ରାଣୀ ମୁଖ୍ୟ ଭୂମିକାରେ ଅଛନ୍ତି ।

ଦକ୍ଷିଣ ଭାରତୀୟ ସିନେମାରେ କାମ କରୁଥିବା ଓଡ଼ିଆ ଅଭିନେତ୍ରୀ ଅପ୍ସରା ରାଣୀ ନିଜ ବୋଲ୍ଡ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ସୋସିଆଲ ମିଡ଼ିଆରେ ନିଜର ଅନେକ ଫଟୋ ପୋଷ୍ଟ କରନ୍ତି ଯାହା ହଇଚଇ ସୃଷ୍ଟି କରେ ।

ନିକଟରେ ଅଭିନେତ୍ରୀ ଅପ୍ସରା ରାଣୀଙ୍କ ନୂଆ ଫିଲ୍ମ ‘ଡେଞ୍ଜରସ୍‌’ର ଟ୍ରେଲର୍‌ ଲଞ୍ଚ୍‌ ହୋଇଛି । ଏହି ଫିଲ୍ମଟି ହେଉଛି ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଭାରତର ପ୍ରଥମ ଲେସବିଆନ୍ କ୍ରାଇମ୍‌-ଥ୍ରୀଲର୍‌ ଫିଲ୍ମ ।

‘ଡେଞ୍ଜରସ୍‌’ ଫିଲ୍ମରେ ଅପ୍ସରା ରାଣୀଙ୍କ ସହ ଅଭିନେତ୍ରୀ ନୈନା ଗାଙ୍ଗୁଲି ବି ନଜର ଆସିଛନ୍ତି । ଉଭୟ ଅଭିନେତ୍ରୀ ଏହି ଚଳଚ୍ଚିତ୍ରରେ ସାହସର ସବୁ ସୀମା ଅତିକ୍ରମ କରିଥିବା ଦେଖାଯାଇଛି । ଏହି ପରି ଅନେକ ବୋଲ୍ଡ ଦୃଶ୍ୟ କେବଳ ଟ୍ରେଲରରେ ହିଁ ଅଛି । ଏଥିରେ ନୈନା ଗାଙ୍ଗୁଲି ଓ ଅପ୍ସରା ରାଣୀଙ୍କ ମଧ୍ୟରେ ପ୍ରେମ ଦୃଶ୍ୟଗୁଡ଼ିକ ଚର୍ଚ୍ଚାରେ ଅଛନ୍ତି । ଉଭୟ ଅଭିନେତ୍ରୀ କେବଳ ଚୁମ୍ବନ ନୁହେଁ, ଲଭ୍‌-ମେକିଂ ଦୃଶ୍ୟରେ ବି ଖୁବ୍‌ ସହଜ ଲାଗୁଛନ୍ତି ।

ଫିଲ୍ମର ଟ୍ରେଲର୍‌ ଲଞ୍ଚ୍‌ ହେବା ପରେ ଅପ୍ସରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଅନେକ ପଛ ପଟ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନୈନା ଗାଙ୍ଗୁଲି ଓ ରାମ ଗୋପାଳ ବର୍ମାଙ୍କ ସହ ନଜର ଆସିଛନ୍ତି ।

ଅପ୍ସରା ରାଣୀ ଆଉ ଏକ ଫଟୋ ବି ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ନୈନା ଗାଙ୍ଗୁଲିଙ୍କ ହାତ ଧରିଥିବା ନଜର ଆସିଛନ୍ତି । ଅପ୍ସରା ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, ‘‘‘ଡେଞ୍ଜରସ୍‌’ ଫିଲ୍ମରେ ବିଶ୍ୱ ସିନେମା ଇତିହାସରେ ଏହା ପ୍ରଥମ ଥର ହେବ ଯେ କୌଣସି ଫିଲ୍ମରେ ମହିଳାମାନଙ୍କ ଉପରେ ରୋମାଣ୍ଟିକ୍ ଗୀତର ଫିଲ୍ମାଙ୍କନ (ଚିତ୍ରଣ) ହୋଇଛି ।’’

ଏହି ଫିଲ୍ମର ରିଲିଜ୍ ହେବା ତାରିଖ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । କିନ୍ତୁ ଟ୍ରେଲର୍‌ ହିଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଅଭିନେତ୍ରୀ ଅପ୍ସରା ରାଣୀଙ୍କ ପ୍ରକୃତ ନାମ ହେଉଛି ଅଙ୍କିତା ମହାରଣା । ରାମ ଗୋପାଳ ବର୍ମା ନିଜ ଫିଲ୍ମ ‘ଥ୍ରୀଲର୍’ ପାଇଁ ତାଙ୍କୁ ସାଇନ୍ କରିବା ବେଳେ ତାଙ୍କ ନାଁ ପରିବର୍ତ୍ତନ କରି ଅପ୍ସରା ରାଣୀ ରଖିଥିଲେ । ଅଙ୍କିତାଙ୍କୁ ଏଥିରେ ଜମ୍ମା ଆପତ୍ତି ନାହିଁ । ସେ ବର୍ମାଙ୍କ ସେହି ଫିଲ୍ମରେ କାମ ପାଇ ଭାରି ଖୁସି ହୋଇଥିଲେ ।

Share this story