ଅଭିନେତା ଆୟୁଷ୍ମାନଙ୍କ ରୋମାନ୍ସ କରିବା ପଡିଲା ମହଙ୍ଗା, ଧରିଲା ପୋଲିସ

ଓଡ଼ିଆ ଗସିପ ବ୍ୟୁରୋ: ରୋମାନ୍ସ ତ ସମସ୍ତେ କରନ୍ତି । ହେଲେ ବେଳେ ବେଳେ ଏହା ସୀମା ଟପିଗଲେ ଗଡବଡ ହୋଇଯାଏ । ଆଉ ସେମିତି କିଛ ଅସୁବିଧାରେ ଫସିଯାଇଛନ୍ତି ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା । ରୋମୋନ୍ସ କରିବା ତାଙ୍କୁ ପଡିଲା ମହଙ୍ଗା ।
ଲୁଚା ଛପାରେ ଚାଲିଥିଲା ପ୍ରେମ । ଚଣ୍ଡିଗଡରେ ସେ ଡେଟିଂ କରୁଥିଲେ । ହେଲେ ଏହି ସମୟରେ ହଠାତ ପୁଲିସ ଆସି ତାଙ୍କୁ ଧରିଛି । କଥାଟା ଶୁଣିଲା ବେଳୁ ଆଶ୍ଚର୍ଯ୍ୟ ଲାଗୁଛି ନା । ଘଟଣାଟି କଣ ପଢନ୍ତୁ ।
କଥା ହେଉଛି ଆୟୁଷ୍ମାନ ଏବଂ ଅଭିନେତ୍ରୀ ବାଣୀ କପୁର ତାଙ୍କ ଅପକମିଂ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ର ଏକ ରୋମାଣ୍ଟିକ ସିନ୍ର ସୁଟିଂ କରୁଥିଲେ । ଏହି ସମୟରେ ଚଣ୍ଡିଗଡରେ ଜଣେ ପୁଲିସ ଅଧିକାରୀ ଆସି ତାଙ୍କୁ ଧରିଥିଲା । କେବଳ ସେତିକି ନୁହେଁ ଦୁହିଁଙ୍କୁ ଜେରା ମଧ୍ୟ କରିଥିଲେ । ଏନେଇ ନିକଟରେ ଆୟୁଷ୍ମାନ ନିଜେ ଖୁଲାସା କରିଛନ୍ତି ।
ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ର ଟ୍ରେଲର ଲଞ୍ଚ ବେଳେ ଆୟୁଷ୍ମାନ ଏ ସମସ୍ତ ଘଟଣାର ଖୁଲାସା କରିଛନ୍ତି । ସେ କହିଛନ୍ତି, ଚଣ୍ଡିଗଡରେ ଯଦି କୌଣସି ପୁଲିସ ଅଫିସର ଦମ୍ପତିଙ୍କୁ ରୋମାନ୍ସ କରିବା ଦେଖିନିଅନ୍ତି ତେବେ ତାଙ୍କୁ ଛାଡନ୍ତି ନାହିଁ । ଶୁଟିଂ ବେଳେ ଆମକୁ ମଧ୍ୟ କିଛି ଏଭଳି ହିଁ ପରିସ୍ଥିତିର ସାମ୍ନାକୁ କରିବାକୁ ପଡିଥିଲା । ପୁଲିସ ଅଧିକାରୀ ଜଣକ ଆମ ପାଖକୁ ଆସି ଆମକୁ ଜେରା କରିଥିଲା । ତେଣୁ ଚଣ୍ଡିଗଡରେ ଆଶିକି କରିବା ଟିକେ ମୁସ୍କିଲ୍ ବୋଲି ସେ କହିଛନ୍ତି ।
ଅଭିଷେକ କପୁରଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ର ଲିଡ୍ ରୋଲରେ ଆୟୁଷ୍ମାନ ଖୁରାନା ଅଛନ୍ତି । ତାଙ୍କ ଅପୋଜିଟ୍ରେ ପ୍ରଥମ କରି ଅଛନ୍ତି ବାଣୀ କପୁର । ଏଥିରେ ଆୟୁଷ୍ମାନଙ୍କୁ ଜଣେ ଜିମ୍ ଟ୍ରେନର ଭୂମିକାରେ ଦେଖିବାକୁ ମିଳିବ । ସେହିପରି ବାଣୀ ମଧ୍ୟ ଜୁମ୍ବା ଟ୍ରେନର ଚରିତ୍ରରେ ନଜର ଆସିବେ ।
ଫିଲ୍ମର ଅଧିକାଂଶ ସୁଟିଂ ଚଣ୍ଡିଗଡରେ କରାଯାଇଛି । ନିଜ ହୋମ୍ଟାଉନରେ ସୁଟିଂ ବେଳେ ଆୟୁଷ୍ମାନ ପୁରୁଣା ଦିନଗୁଡିକୁ ମନେ ପକାଇ ବେଶ୍ ଭାବୁକ ହୋଇପଡିଛନ୍ତି । ଫିଲ୍ମଟି ଆସନ୍ତା ଡିସେମ୍ବର ୧୦ ତାରିଖରେ ବଡ ପରଦାରେ ରିଲିଜ ହେବ ।