ଭାଇରାଲ ହେଲା ବର୍ଷା ପ୍ରିୟଦର୍ଶିନୀଙ୍କ ପୁରୁଣା ଭିଡିଓ; ଅନୁଭବଙ୍କୁ ନେଇ ଦେଇଥିଲେ ଚାଞ୍ଚଲ୍ୟକର ବୟାନ, ଏବେ ପଡ଼ିଲା ସାଇଡ ଇଫେକ୍ଟ

121

ଓଡ଼ିଆ ଗସିପ୍ ବ୍ୟୁରୋ: ସାମାଜିକ ଗଣମାଧ୍ୟମରେ ଚାଲିଥିବା କେନ୍ଦ୍ରାପଡ଼ାର ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ୱାର ଏବେ ଚରମ ସୀମାରେ ପହଞ୍ଚିଛି । ସାରା ଓଡ଼ିଶାର ଲୋକ ଏବେ ନାକରେ ଆଙ୍ଗୁଠି ଦେଇ ହସୁଛନ୍ତି । କହିଛନ୍ତି ଦେଖିଲା ଲୋକ ଦେଖ ନା କଇଁଚ କାଢ଼ିଛି ବେକ । ମନ୍ଦିର ତୋଳିଥିଲେ ନା ହୋଇଥାନ୍ତା ଏବେ କିନ୍ତୁ ବାଟରେ ଝାଡ଼ା ଫେରିବା ନ୍ୟାୟରେ ସମାଲୋଚନାର ସରବ୍ୟ ହୋଇଛନ୍ତି ଉଭୟ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

ଉଭୟେ ଏକଦା ଓଲିଉଡରେ ରାଜ୍ କରୁଥିଲେ । ଜଣେ ସୁପରଷ୍ଟାର ତ ଅନ୍ୟ ଜଣେ ଓଲିଉଡ କୁଇନ୍ ଆଖ୍ୟା ପାଇଥିଲେ । ଦର୍ଶକଙ୍କୁ ଢେର ମନୋରଞ୍ଜନ ଦେଇ ସେମାନେ ଦର୍ଶକୀୟ ଆଦୃତି ପାଇଥିଲେ । ଆଜି କିନ୍ତୁ ସେହି ଦର୍ଶକ ଉଭୟଙ୍କ ମଧ୍ୟରେ ଚାଲିଥିବା ସୋସିଆଲ ମିଡିଆ ୱାର୍ କୁ ନେଇ ଟାହି ଟାପରା କରୁଛନ୍ତି । ତଳେ ଦିନେ ଯିଏ ଏମାନଙ୍କୁ ଏକାଠି ଦେଖିବାକୁ ଏବଂ ସମ୍ପର୍କ ସୁଧୁରି ଯାଉ ବୋଲି କାମନା କରୁଥିଲେ ଏବେ ସେମାନେ ଏମାନଙ୍କ ନାଟକବାଜି ଦେଖି ଦେଖି ବୋର୍ ହୋଇଗଲେଣି । ଏଭଲି ସମୟରେ ବର୍ଷାଙ୍କ ଏକ ପୁରୁଣା ସାକ୍ଷାତକାରର ଏକ କ୍ଲିପ୍ ଖୁବ୍ ଭାଇରାଲ ହେଉଛି । 


କନକ ନ୍ୟୁଜ୍ କୁ ବିଗତ କିଛି ବର୍ଷ ତଳେ ସମ୍ପାଦକ ମନୋରଞ୍ଜନ ମିଶ୍ରଙ୍କୁ ଦେଇଥିବା ସାକ୍ଷାତକାରରେ ଅନୁଭବଙ୍କୁ ନେଇ ଏକ ବଡ଼ ବୟାନ ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ । କହିଥିଲେ, ସେ ଅନୁଭବଙ୍କୁ ଖୁବ୍ ଭଲ ପାଉଥିଲେ । ଏତେ ଭଲ ପାଉଥିଲେ ଯେ, କେହି ବି ସେମାନଙ୍କ ମଧ୍ୟରେ ପାଚେରୀ ଉଠାଇ ପାରିବେ ନାହିଁ । ଉଭୟେ ଉଭୟଙ୍କୁ ଢେର୍ ସାରା ଭଲ ପାଉଥିଲେ । ପ୍ରେମ୍ କରୁଥିଲେ । ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ଏତେ ସାରା ସ୍ନେହ, ପ୍ରେମ୍, ଭଲପାଇବା ଥିଲା ଏବେ କାହିଁକି ମିଠା ସମ୍ପର୍କ ପିତା ଲାଗିଲା । କିଏ ସେ ଏ ଦୁହିଁଙ୍କ ପ୍ରେମ ରେ ପାଚେରୀ ଠିଆ କଲା, କିଏ ସେ ଭିଲେନ ଯେ ଏକ ସୁନା ସଂସାରକୁ ଚୁନା କରିଦେଲା ।

କାହାର ଏତେ ସାହସ ହେଲା ଏତେ ସୁନ୍ଦର ପ୍ରେମ କାହାଣୀରେ ଭିଲେନ୍ ସାଜି ସବୁ କିଛି ଚୁରମାର କରିଦେଲା । ସେ ଯାହା ହେଉନା କାହିଁକି ଏବେ ଆଉ ସେ ସମୟ ନାହିଁ । କହିବାକୁ ଗଲେ ସେ କାଳ ପଖାଳ ଆଉ ନାହିଁ । ଏବେ ବର୍ଷା ଅନୁଭବଙ୍କ ଝଗଡ଼ା ସାରା ଓଡିଶାର ପ୍ରମୁଖ ଖବର ମଧ୍ୟରେ ଗୋଟିଏ ହୋଇଛି । ଏସବୁ ତ ଏମିତି ଚାଲିଥିବ ଏବେ ସନ୍ଦେହ ଆଉ ଏକାଠି ହେବେ କି ନାହିଁ ବର୍ଷା-ଅନୁଭବ ।

 

ସେପଟେ ଅନୁଭବ, ବର୍ଷା ପାରିବାରିକ ବିବାଦରେ ନିଇତି ଯୋଡି ହେଉଛି ନୂଆ ଫର୍ଦ୍ଦ । ଦୁହିଁଙ୍କ ମଧ୍ୟରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଅଭିଯୋଗ କରିଛନ୍ତି, ସୋସିଆଲ ମିଡିଆରେ ମୁଁ ଜାଣିବାକୁ ପାଇଲି ଯେ, ଅନୁଭବ ମହାନ୍ତି ରିଅଲ୍ ହିରୋ ଅଫ୍ କେନ୍ଦ୍ରାପଡା ଫେସବୁକ୍ ପେଜ୍ ମାଧ୍ୟମରେ କେହି ଜଣେ ଅଜଣା ବ୍ୟକ୍ତି ମୋ ସମ୍ବନ୍ଧରେ ଅନେକ ବିଭ୍ରାନ୍ତକାରୀ, ଅସମ୍ମାନଜନକ ଟିପ୍ପଣୀ ଦେଇ ବିଭିନ୍ନ ପୋଷ୍ଟ ଓ ଭିଡିଓ ମାଧ୍ୟମରେ ମୋ ଚରିତ୍ର ସଂହାର କରି ସମାଜରେ ମୋତେ କଳଙ୍କିତ କରିଚାଲିଛି ।


ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଅର୍ଥାତ୍ ମର୍ଯ୍ୟାଦା ହାନୀ ଏବଂ IT ACTରେ ରୁଜୁ ହୋଇଛି ମାମଲା । ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଲେଖାର ସ୍କ୍ରିନସଟ୍ ଜବତ କରିଛି ପୋଲିସ । ଏହା ଆଧାରରେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସେହି ନିର୍ଦ୍ଦିଷ୍ଟ ସୋସିଆଲ ମିଡିଆ ଆକାଉଣ୍ଟ କିଏ ବ୍ୟବହାର କରୁଥିଲେ? ବିବାଦୀୟ ଲେଖା କିଏ ପୋଷ୍ଟ କରିଛନ୍ତି ? ତାଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଥିବା କଟକ ଡିସିପି କହିଛନ୍ତି ।

 

ତିନି ତିିନିଟି ଭିଡିଓ ପୋଷ୍ଟ ପରେ ଏଥର ଲେଖା ମାଧ୍ୟମରେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍ କରିଛନ୍ତି ଅନୁଭବ । ସୋସିଆଲ ମିଡିଆରେ ଅନୁଭବ ଲେଖିଛନ୍ତି, ସେ ଜାଣିଛନ୍ତି ଫ୍ୟାନ୍ ପେଜ୍ ନାଁରେ ନିଜେ ବର୍ଷା ହିଁ ତାଙ୍କ ବିରୋଧରେ ଲେଖୁଛନ୍ତି । ବର୍ଷା କାହିଁକି ମେଡିକାଲ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଏବଂ ଫୋରେନ୍ସିକ୍ ଟେଷ୍ଟକୁ ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଏଥିସହ ବର୍ଷା ଏକା ନୁହଁନ୍ତି, ତାଙ୍କର ଏକ ଫୁଲ୍ ଟିମ୍ ଏଠି ସକ୍ରିୟ ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେମାନେ କୋର୍ଟକୁ ଘର ଓ ଥାନାକୁ ମାମୁଁ ଘର ଭାବୁଛନ୍ତି ବୋଲି ଲେଖିଛନ୍ତି ଅନୁଭବ ।

Share this story