ଦେହର ଭୋକ ମେଣ୍ଟିଗଲା ବୋଲି ଛାଡ଼ି ଚାଲିଗଲା ମୋନାଲିସା: ଏକା ହୋଇଗଲେ ଦୂତି ଚାନ୍ଦ

ଓଡ଼ିଆ ଗସିପ୍ ବ୍ୟୁରୋ: ସେ ସାହସ କରିଥିଲେ. ଦୁନିଆକୁ ସାମ୍ନା କରିଥିଲେ । ମିଡିଆ ଆଗରେ ମନର ମାନସୀର ନା କହିଥିଲେ, ତା ବିଷୟରେ ଆରମ୍ଭରୁ ଇତି ଯାଏ ସବୁ କିଛି ଖୋଲି କହି ଦେଇଥିଲେ । ଆଉ କହିଥିଲେ ସେ ପୁରୁଷ ନୁହେଁ ନାରୀ ପ୍ରତି ଆକର୍ଷିତ । ନିଜେ ନାରୀ ହୋଇଥିଲେ ମଧ୍ୟ ସେ ନାରୀର ଗନ୍ଧ ପ୍ରତି ଆକର୍ଷିତ ହୁଅନ୍ତି । ପୁରୁଷ ନୁହେଁ ନାରୀ ପ୍ରତି ଆକର୍ଷିତ ହୋଇ ସେଥିରେ ମନ ନିବେଶ କରନ୍ତି ଏବଂ ନିଜେ ମଧ୍ୟ ସେ ଗନ୍ଧରେ ହଜି ଯାଆନ୍ତି, ମଜି ଯାଆନ୍ତି ଓ ମନଭରି ଉପୋଭଗ କରି ଖୁସିରେ ଝୁମି ଉଠନ୍ତି ।
ଏବେ କିନ୍ତୁ ପ୍ରେମର ନୁହେଁ ପ୍ରତାରଣାର । ଏବେ କଥା ଭଲ ପାଇବାର ନୁହେଁ ବରଂ ଦୁରେଇ ଯିବାର । ସମ୍ପର୍କ ଏବେ ସ୍ୱିକୃତିର ନୁହେଁ ବରଂ ସମ୍ପର୍କ ଏବେ ଲକ୍ଷ୍ଣଣ ରେଖା ପାର କରି ଆଗକୁ ବଢ଼ିବାର, ନିଜ ରାସ୍ତା ନିଜେ ବାଛି ଦୁନିଆକୁ ସାମ୍ନା କରି ନିଜ ଖୁସି ବାଛିବାର । ହୁଏତ ସେଥିପାଇଁ ଅଲିମ୍ପିଆନ୍ ଦୂତି ଚାନ୍ଦ ନିଜ ପାର୍ଟନରଙ୍କ ଠାରୁ ଅଲଗା ହୋଇ ତୁ ଯାଆନାରେ ଯାଆନାରେ ଫେରି ଗୀତ ଗାଉଛନ୍ତି । କାହିଁକିନା ଦୂତୀ ଚାନ୍ଦଙ୍କ ପ୍ରେମିକା ମୋନାଲିସା ଏବେ ଦୂତୀଙ୍କ ଠାରୁ ଅଲଗା ହୋଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ଯେ, ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ତାହା ନୁହେଁ ବରଂ ସବୁ ଦିନ ପାଇଁ ସବୁ ସମ୍ପର୍କ କାଟି ନିଜ ହିସାବରେ ବଞ୍ଚିବାକୁ ଚାହୁଁଥିବା କହିଛନ୍ତି ମୋନାଲିସା।
ମୋନାଲିସାଙ୍କ ଏହି ବଡ଼ କଥା ଶୁଣିଲା ପରେ ସତେ ଯେମିତି ଦୂତୀ ଚାନ୍ଦଙ୍କ ମାଟି ତଳୁ ପୃଥିବୀ ଖସି ଯିବା ସହ ମୁଣ୍ଡ ଉପରେ ସତେ ଯେମିତି ପୃଥିବୀଟା ଖସି ପଡ଼ୁଛି । ତଥାପି ଏସବୁ ଉପରେ ମନୋନିବେଶ ନକରି ସମ୍ପର୍କ ଆଗକୁ ବଢ଼ାଇବାକୁ ହେବ । ଆଗକୁ ଚାଲିବାକୁ ନେଇ ଆଜିର ଆନ୍ଧାରକୁ ନ ଡରି ଆସନ୍ତାକାଲିର ସକାଳକୁ ଚାହିଁ ଦୂତୀଙ୍କୁ ଯେ, ଆଗକୁ ଲମ୍ବା ବାଟ ଯିବାର ଅଛି ଏକଥା ସେ ନିଜେ ଜାଣିଛନ୍ତି । ଏଥିପାଇଁ ତ ବ୍ୟକ୍ତିଗତ କାରଣ ପାଇଁ ବୃତ୍ତିଗତ ଜୀବନ ଉପରେ ଏହାର ପ୍ରଭାବ ନ ପଡ଼ୁ ବୋଲି କହିଛନ୍ତି ଦୂତୀ ଚାନ୍ଦ ।....
ଦୂତୀ ଚାନ୍ଦ ନିଦ ମନର ଦୁଃଖ ଓ ବେଦନା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । କହିଛନ୍ତି, ଏମିତି ଏକ ଝିଅକୁ ଭଲ ପାଇଲି ଯେ, ତା ମନରେ ମୋ ପାଇଁ ଖାଲି ସନ୍ଦେହ ହିଁ ସନ୍ଦେହ । ଦୂତୀ ଆଗକୁ ଯାଇ ଲେଖନ୍ତି ଯେ, ଯିଏ ଏତେ ଦିନ ମୋତେ ପାଇ ଦୁନିଆର ସବୁ ସୁଖ ପାଇଗଲା ବୋଲି କହୁଥିଲା ଆଜି କାଳି ମୋତେ ଭଲ ପାଇ ବଡ଼ ଭୁଲ୍ କରିଦେଲା ବୋଲି କହୁଛି । ହା ହା କହି ଅଟ୍ଟହାସ୍ୟ ମାରିବ ସହ ଦୂତୀ ଆହୁରୀ ଲେଖିଛନ୍ତି ଯେ, ବିଧିର ବିଧାନ କେ କରିବ ଆନ । ଆମେ ସମସ୍ତେ ସମୟର ଦାସ । କେତେବେଳେ କଣ ହେବ କିଏ କହିବ ବୋଲି ପ୍ରଶ୍ନ କରିଛନ୍ତି ଦୂତୀ ଚାନ୍ଦ ।
ସେ ଏହା ବି କହିଛନ୍ତି ଯେ, ଜୀବନ ଓ ଆପଣାର କେହି ବି ଚିରସ୍ଥାୟୀ ନୁହନ୍ତି । ଏଠି ସମୟର ସହ ଦିନେ ନା ଦିନେ ହଜି ଯାଆନ୍ତି । ଲାଇଫରେ ପ୍ରତ୍ୟେକଟି ଟାଇମ୍ କୁ ଖୁସିରେ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ । କିଏ ଜାଣେ ଆମେ ଚିନ୍ତା କରୁଥିବା ଫ୍ୟୁଚର ପାଖରେ ପହଞ୍ଚିବା ପୂର୍ବରୁ ହୁଏତ ଆମେ ଦୁନିଆ ପାଇଁ ପାଷ୍ଟ ହୋଇଯାଇଥିବା ବୋଲି ଦୂତୀ ଲେଖିଛନ୍ତି ।
ଦୂତୀ ଚାନ୍ଦ ୩ ଫେବୃୟାରୀ ୧୯୯୬ରେ ଓଡ଼ିଶାର ଯାଜପୁର ଜିଲ୍ଲାସ୍ଥ ଗୋପାଳପୁରରେ ଜନ୍ମ ଗ୍ରହଣ କରିଥିଲେ । ପିତା ଚକ୍ରଧର ଆନନ୍ଦ ଓ ମାତା ଅଖୁଜି ଆନନ୍ଦ ବୁଣାକାର ପରିବାରର ଅଟନ୍ତି। ଭଉଣୀ ସରସ୍ୱତୀ ଚାନ୍ଦ ହେଉଛନ୍ତି ଦୂତୀଙ୍କର ପ୍ରେରଣାର ଉତ୍ସ। ଦାରିଦ୍ର୍ୟତା ଓ ଅନିୟମିତ ତାଲିମ ସତ୍ତ୍ୱେ ନିଜ ପରିଶ୍ରମ ବଳରେ ଅନେକ ପଦକ ହାସଲ କରିପାରିଛନ୍ତି। ସେ କିଟ୍ ୟୁନିଭର୍ସିଟିରେ ଲ’ ପଢୁଛନ୍ତି । ନିଜର ଘନିଷ୍ଠ ବାନ୍ଧବୀଙ୍କ ସହ ସମଲିଙ୍ଗୀ ସମ୍ପର୍କରେ ଥିବା ଦୂତୀ ପ୍ରକାଶ କରିଥିଲେ ।