ବର୍ଷାକୁ ଭଲ ପାଉନାହନ୍ତି ଅନୁଭବ; ସାଂସଦ ହେବା ପରଠୁ ସଂସାରକୁ କରିଛନ୍ତି କି ଅଣଦେଖା?

ବର୍ଷାକୁ ଭଲ ପାଉନାହନ୍ତି ଅନୁଭବ; ସାଂସଦ ହେବା ପରଠୁ ସଂସାରକୁ କରିଛନ୍ତି କି ଅଣଦେଖା?
ବର୍ଷାକୁ ଭଲ ପାଉନାହନ୍ତି ଅନୁଭବ; ସାଂସଦ ହେବା ପରଠୁ ସଂସାରକୁ କରିଛନ୍ତି କି ଅଣଦେଖା?

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରେମ କରି ତ ବାହା ହୋଇଛି, ଏବେ ଏମିତି କଣ ହୋଇଗଲା ଯେ, ନିଜ ଏତେ ସୁନ୍ଦର ସ୍ତ୍ରୀକୁ ଛାଡ଼ି ବୁଲ୍ ବାଲୀ ପଛରେ ପଡ଼ିଛ? ହଇଓ ବାବୁ ତୁମେ ତ ସାଂସଦ ଲୋକ କେତେ ଲୋକଙ୍କ ଭଲ ମନ୍ଦ ବୁଝୁଛ, ହେଲେ ନିଜ ମନ ଦେଇ ପ୍ରେମ କରି ବିବାହ କରିଥିବା ପତ୍ନୀ କଣ ଚାହାନ୍ତି କଣ ନ ଚାହାନ୍ତି କେମିତି ଜାଣି ପାରିଲନି ଯେ, ସଂସାର ଭାଙ୍ଗିବା ଯାଏ କଥା ଗଲା! ଏବେ ବି ସମୟ ଅଛି ‘ଆଲୋ ସଖି ଆପଣା ମହତ ଆପେ ରଖି’ ଏହି ଲୋକକଥାକୁ ମାନି ଯଦି ସଂସାରକୁ ସଠିକ୍ ଭାବେ ନେବ ତେବେ ତୁମେ ଦୁହେଁ ଦୁନିଆର ସବୁଠୁ ଭଲ ପତି ପତ୍ନୀ ହୋଇ ରହିବ ବୋଲି ଓଡ଼ିଶାର ଗଳି କନ୍ଦିରେ ଚର୍ଚ୍ଚା ହେଉଛି ।

ବର୍ଷାକୁ ଭଲ ପାଉନାହନ୍ତି ଅନୁଭବ; ସାଂସଦ ହେବା ପରଠୁ ସଂସାରକୁ କରିଛନ୍ତି କି ଅଣଦେଖା?

ବହୁତ ଦିନ ହୋଇଗଲାଣି କଥା ବାଟରେ ପଡ଼ି ହାଟରେ ଗଡ଼ି ଗନ୍ଧେଇଲାଣି ଆଉ ଅଯଥା କଳି, ଝଗଡ଼ା ଡ୍ରାମା ନ କରି ସୁଖରେ ଘର ସଂସାର କରିବାକୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ଓରଫ ସୁର ରାଉତରାୟ ମିଡିଆ ସାମ୍ନାକୁ ଆସି ଦୁହିଁଙ୍କୁ ପରମର୍ଶ ବି ଦେଇଛନ୍ତି । ଘର କଥା ଘରେ ରହିଲେ ଭଲ, ତୁ ତୁ ମେଁ ମେଁ ଭିତରୁ ବାହାରି ଦୁହେଁ କେମିତି ପିଲାଟେ କରିବ ସେ ନେଇ ଚିନ୍ତା କରିବାର ସମୟ ବୋଲି ମଧ୍ୟ ବାହାରେ ଚର୍ଚ୍ଚା ହେଉଛି ।

ସୂଚନା ଥାଉ କି ନିଜ ଅଭିଯୋଗ ପତ୍ରରେ ବର୍ଷା ଅନୁଭବଙ୍କ ଠାରୁ ଘର ଭଡ଼ା ବାବଦକୁ ମାସକୁ 20 ହଜାର ଟଙ୍କା , ମାସିକ ଭରଣପୋଷଣ ପାଇଁ 50 ହଜାର ଟଙ୍କା, କ୍ଷତିପୁରଣ ପାଇଁ 13 କୋଟି ଟଙ୍କା, ଚିକିତ୍ସା ଏବଂ ରୋଜଗାର ହରାଇଥିବାରୁ 2 କୋଟି ଟଙ୍କା କ୍ଷତିପୁରଣ ଦାବି କରିଛନ୍ତ ବର୍ଷା । ମକଦ୍ଦମାଟି ମାନ୍ୟବର ଅଦାଲତଙ୍କ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇ ଦିଆଯାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Share this story

World Odia Language Conferene